ମନମୋହନ ସିଂହ ଏମ୍ସରେ ଭର୍ତ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ: କଂଗ୍ରେସର ବରିÂ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ଅଛନ୍ତି । ସେଥିଯୋଗୁ ତାଙ୍କୁ ବୁଧବାର ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଭର୍ତ୍ତି କରାଯାଇଛି । କଂଗ୍ରେସର ସୂତ୍ର ଅନୁସାରେ, ଦୁଇ ଦିନ ତଳେ ତାଙ୍କୁ ଜ୍ୱର ହୋଇଥିଲା । ସେ ଦୁର୍ବଳ ଅନୁଭବ କରୁଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଜି ତାଙ୍କୁ ଏମ୍ସର କାର୍ଡିଓ-ନୁ୍ୟରୋ ୱାର୍ଡରେ ଭର୍ତ୍ତି କରାଯାଇଛି । ସେଠାରେ ଏମ୍ସ ନିଦେ୍ର୍ଧଶକ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ଚିକିତ୍ସକମାନଙ୍କର ଏକ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରୁଛନ୍ତି । ତାଙ୍କର ସ୍ଥାସ୍ଥ୍ୟବସ୍ଥା ସ୍ଥିର ରହିଛି । ପୂର୍ବରୁ ଚଳିତବର୍ଷ ଏପ୍ରିଲ ମାସରେ ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଏମ୍ସରେ କିଛିଦିନ ଧରି ଚିକିତ୍ସା ଚାଲିବା ପରେ ସୁସ୍ଥ ହୋଇଥିଲେ । ସୂଚନାଥାଉକି, ମନମୋହନ ସିଂହ ୨୦୦୪-୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୯ରେ ଏମ୍ସରେ ତାଙ୍କର ବାଇପାସ୍ ଅସ୍ତେ୍ରାପଚାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons