ମନିଷଙ୍କ ହତ୍ୟା ରହସ୍ୟ ଖୋଲିଲା:ଠେଲା ପେଲାରୁ ମରିଗଲେ!

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବରିÂ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ହତ୍ୟା ରହସ୍ୟ ଆଜି ପଦାକୁ ଆସିଛି । ବିଲ୍ ପେମେଣ୍ଟକୁ କେନ୍ଦ୍ର କରି ସାଙ୍ଗ ମାନଙ୍କ ସହିତ ମନିଷଙ୍କ ପ୍ରଥମେ ବଚସା ଓ ପରେ ପରସ୍ପର ମଧ୍ୟରେ ଠେଲାପେଲା ହୋଇଥିଲା । ଏଥିରେ ମନିଷଙ୍କ ମୃତୁ୍ୟ ହୋଇଛି । କିନ୍ତୁ ଠେଲାପେଲାରେ ମନିଷଙ୍କ ଶ୍ୱାସରୁଦ୍ଧ କେମିତି ହେଲା ତାହା ବୁଝାପଡ଼ୁନି ।
ମନିଷଙ୍କ ମୃତୁ୍ୟ ରହସ୍ୟ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ସୂଚନା ଦେଇ କହିଛନ୍ତି, ଭଗବାନପୁର ଶିଳ୍ପାଞ୍ଚଳରେ ଥିବା ସାଉଥ୍ ସିଟି ହୋଟେଲ ଏଣ୍ଡ ବାର୍ରେ ବିଲ୍ ପେମେଣ୍ଟକୁ ନେଇ ମନିଷଙ୍କ ସହ ୩ ସାଙ୍ଗଙ୍କର ବଚସା ହୋଇଥିଲା । ସାଙ୍ଗମାନେ ବିଲ୍ ନଦେଇ ବାର୍ରୁ ବାହାରି ଯାଇଥିଲେ । ତେଣୁ ମନିଷ ବାଧ୍ୟ ହୋଇ ଫୋନ୍ ପେ’ରେ ଘରୁ ଟଙ୍କା ମଗାଇ ବିଲ୍ ପେମେଣ୍ଟ୍ କରିଥିଲେ । ଭୋର ସମୟରେ ସେ ବାର୍ରୁ ଏକୁଟିଆ ବାହାରି ଚାଲି ଚାଲି ଆସୁଥିବା ବେଳେ ବାଟରେ ୩ ସାଙ୍ଗଙ୍କ ସହ ତାଙ୍କର ଭେଟ ହୋଇଥିଲା । ସେଠାରେ ସାଙ୍ଗମାନଙ୍କ ସହ ପୁଣି ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏଥିରେ ମନିଷଙ୍କର ମୃତୁ୍ୟ ଘଟିଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ୩ ସାଙ୍ଗ ଆଇଆର୍ସି ଭିଲେଜ ଏନ୍-୧/୨୩୭ରେ ରହୁଥିବା କେନ୍ଦ୍ରାପଡ଼ା ରାଜନଗରର ଅମ୍ରିତ ପ୍ରିତମ ବିଶ୍ୱାଳ(୩୦), ଫୁଲବାଣୀ ଟାଉନ୍ ଥାନା ଅମଲାପଡ଼ାର ଲିଟୁ ଓରଫ ଦିନେଶ କୁମାର ମହାପାତ୍ର(୩୧) ଓ ଫୁଲବାଣୀ ଟାଉନ୍ ଥାନା ପିଅନପଡ଼ାର ମୁନା ଓରଫ ମୃତୁ୍ୟଞ୍ଜୟ ମିଶ୍ର(୩୮) ମନିଷଙ୍କ ମୃତଦେହକୁ ନେଇ ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀରେ ଫିଙ୍ଗି ଦେଇଥିଲେ । ୩ ଜଣଙ୍କ ବିରୋଧରେ ଅପହରଣ, ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ପାଇଁ ୩ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି ।
ଡିସିପି ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ଗତ ୯ ତାରିଖ ଅପରାହ୍ଣ ସାଢେ଼ ୫ଟାବେଳେ ଇନ୍ଫୋସିଟି ଗ୍ୟାଲାକ୍ସି ଗାର୍ଡେନ ଛକରେ ମନିଷଙ୍କ ସହ ଅମି୍ରତ, ଦିନେଶ ଓ ମୃତୁ୍ୟଞ୍ଜୟଙ୍କ ଭେଟ ହୋଇଥିଲା । ସେଠାରୁ ସେମାନେ ଅମ୍ରିତଙ୍କ କାର୍ରେ ପ୍ରଥମେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲରେ ଥିବା ଏକ ବାର୍କୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ସେମାନେ ତମାଣ୍ଡୋ ଥାନା ଅଧୀନ ଭଗବାନପୁର ଶିଳ୍ପାଞ୍ଚଳରେ ଥିବା ହୋଟେଲ୍ ସାଉଥ୍ ସିଟି ବାର୍ ଆଣ୍ଡ୍ ରେଷ୍ଟୁରାଣ୍ଟ୍କୁ ଆସିଥିଲେ । ବାର୍ରେ ଖାଇବା ପିଇବା ବାବଦକୁ ସେମାନଙ୍କର ବିଲ୍ ୭ ହଜାର ୪୦୦ ଟଙ୍କା ହୋଇଥିଲା । ଉକ୍ତ ବିଲ୍ ପେମେଣ୍ଟ୍ କରିବା ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅନ୍ୟ ୩ ସାଙ୍ଗ ବାର୍ରୁ ବାହାରି ଯାଇଥିବା ବେଳେ ପେମେଣ୍ଟ୍ ନ ଦେବାରୁ ବାର୍ କର୍ମଚାରୀ ମନିଷଙ୍କ ମୋବାଇଲକୁ ବନ୍ଧକ ରଖିଥିଲେ । ତେଣୁ ମନିଷ ଘରକୁ ଫୋନ୍ କରି ‘ଫୋନ୍ ପେ’ରେ ୨ ଥରରେ ୮ ହଜାର ଟଙ୍କା ମଗାଇ ବିଲ୍ ପେମେଣ୍ଟ୍ କରିଥିଲେ ।
ସାଙ୍ଗମାନଙ୍କ ବ୍ୟବହାର ଓ ମୋବାଇଲ ବନ୍ଧକ ରଖିବା ମନିଷଙ୍କୁ ବ୍ୟଥିତ କରିଥିଲା । ପରେ ସେ ବାର୍ରୁ ଏକା ଏକା ବାହାରିଥିଲେ । ବାର୍ରୁ ବାହାରି ଆସିବା ପରେ ବାଟରେ ଅପେକ୍ଷା କରିଥିବା ସାଙ୍ଗମାନଙ୍କ ସହ ମନିଷଙ୍କର ପୁଣି ବଚସା ହୋଇଥିଲା । ବଚସାରୁ ଅମ୍ରିତ, ଦିନେଶ ଓ ମୃତୁ୍ୟଞ୍ଜୟ ସହ ମନିଷଙ୍କର ଠେଲାପେଲା ହୋଇଥିଲା । ଫଳରେ ମନିଷଙ୍କ ମୃତୁ୍ୟ ଘଟିଥିଲା । ମନିଷଙ୍କ ମୃତୁ୍ୟ ପରେ ସାଙ୍ଗମାନେ ହଡ଼ବଡେ଼ଇ ଯାଇଥିଲେ । ସେମାନେ ମୃତଦେହକୁ ନେଇ ପାତ୍ରପଡ଼ାସ୍ଥିତ ନମ୍ରକର୍ଣ୍ଣି ପୋଖରୀକୁ ଯାଇଥିଲେ । ପୋଖରୀରେ ମୃତଦେହ ଫିଙ୍ଗି ଆସିବା ବେଳେ ଭଗବାନପୁରର ଜଣେ ବ୍ୟକ୍ତି ୨ ଜଣଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି ।
ପୋଖରୀରେ ମୃତଦେହ ଫିଙ୍ଗିବା ପରେ ଅମ୍ରିତ ଘରକୁ ପଳାଇଥିବା ବେଳେ ଦିନେଶ ଓ ମୃତୁ୍ୟଞ୍ଜୟ ଭୋର ସାଢେ଼ ୫ଟାବେଳେ ୟୁନିଟ୍-୪ସ୍ଥିତ ହୋଟେଲ୍ ସ୍ୱାଗତ ପ୍ୟାଲେସକୁ ଯାଇଥିଲେ । ସେଠାରେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଥିଲେ । ତେବେ ଅପରାହ୍ଣରେ ପୋଖରୀରୁ ମନିଷଙ୍କ ମୃତଦେହ ମିଳିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦିନେଶ ଓ ମନିଷ ସେମାନଙ୍କ ସାଙ୍ଗ ହିମାଂଶୁଙ୍କ ସହିତ କାର୍ରେ ଫୁଲବାଣୀ ପଳାଇଥିଲେ । ଏହା ଭିତରେ ହତ୍ୟାକାରୀମାନେ ରାଜ୍ୟ ବାହାରକୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ମନିଷଙ୍କ ମୃତୁ୍ୟକୁ ନେଇ ଗଣମାଧ୍ୟମରେ ଘନଘନ ପ୍ରସାରଣ ହେବାରୁ ସେମାନେ ଡ଼ରି ଯାଇଥିଲେ । ଏପଟେ ମନିଷଙ୍କୁ ଇନ୍ଫୋସିଟି ଗ୍ୟାଲାକ୍ସି ଗାର୍ଡେନ ନିକଟରୁ ନେଇଥିବା କାର୍କୁ ପୁଲିସ ପଳାଶୁଣି ଅଞ୍ଚଳରୁ ଜବତ କରିଥିଲା । କାର୍କୁ ଜବତ କରିବା ସହ ପୁଲିସ ଅମ୍ରିତଙ୍କୁ କେନ୍ଦ୍ରାପଡ଼ାରୁ ଉଠାଇ ଆଣିଥିଲା । ସେହିଦିନ ରାତିରେ ପୁଲିସ ଫୁଲବାଣୀରୁ ହିମାଂଶୁଙ୍କୁ ଉଠାଇ ଆଣିଥିଲା । ଏହାପରେ ଦିନେଶ ଓ ମୃତୁ୍ୟଞ୍ଜୟ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଥିଲେ । ଇନ୍ଫୋସିଟି ଥାନା ପୁଲିସର ଏକ ଟିମ୍ ଦିନେଶ ଓ ମୃତୁ୍ୟଞ୍ଜୟଙ୍କୁ ଫୁଲବାଣୀରୁ ଆଣିଥିଲେ । ଅମ୍ରିତ, ହିମାଂଶୁ, ଦିନେଶ ଓ ମୃତୁ୍ୟଞ୍ଜୟଙ୍କୁ ପୁଲିସ ଏକାଠି ଜେରା କରିଥିଲା । ସେମାନଙ୍କ କଥାରେ କୌଣସି ତାଳମେଳ ରହି ନଥିଲା ।
ମନିଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇନାହିଁ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କଠାରୁ ପୁଲିସ ଜାଣିବାକୁ ପାଇଛି ଯେ ଶ୍ୱାସରୁଦ୍ଧ ଯୋଗୁଁ ମନିଷଙ୍କ ମୃତୁ୍ୟ ଘଟିଛି । ପାଣିରେ ବୁଡ଼ିବା ପୂର୍ବରୁ ମନିଷଙ୍କର ମୃତୁ୍ୟ ଘଟି ସାରିଥିଲା । ଡାକ୍ତରଙ୍କ କହିବା କଥା, ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ମନିଷଙ୍କୁ ଅମ୍ରିତ, ଦିନେଶ ଓ ମୃତୁ୍ୟଞ୍ଜୟ ହତ୍ୟା କରିଥିବା ଜଣାପଡ଼ିଲା ଓ ସେମାନଙ୍କୁ ଗିରଫ କରାଗଲା ବୋଲି ଡିସିପି କହିଛନ୍ତି । ଶ୍ୱାସରୁଦ୍ଧ ହୋଇ ମନିଷଙ୍କ ମୃତୁ୍ୟ ହୋଇଥିବା ଡିସିପି ଶ୍ରୀ ଦାଶ କହିଲେ ମଧ୍ୟ ଠେଲାପେଲାରେ ମନିଷଙ୍କ ଶ୍ୱାସରୁଦ୍ଧ କେମିତି ହେଲା ତାହା ଜଣାଇ ନାହାନ୍ତି । ଅନ୍ୟପକ୍ଷରେ ମନିଷ ସ୍ୱାଭାବିକ ଭାବେ ବାର୍ରୁ ବାହାରି ଚାଲିଚାଲି ପଦାକୁ ଯାଇଥିଲେ । ସାଙ୍ଗ ମାନଙ୍କ ସହିତ ତାଙ୍କର କେଉଁ ସ୍ଥାନରେ ଦେଖା ହୋଇ ଝଗଡ଼ା ଲାଗିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ମନିଷଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ କିମ୍ବା ବେକରେ କିଛି ଦାଗ ନଥିଲା ବୋଲି ପୂର୍ବରୁ ପୁଲିସ ସୂଚନା ଦେଇଥିଲା । ତେଣୁ ଠେଲାପେଲାରେ ମନିଷ କେମିତି ଶ୍ୱାସରୁଦ୍ଧ ହେଲେ ତାହା ଅବୁଝା ହୋଇରହିଛି ।
ଏହି ମାମଲାରେ ହିମାଂଶୁଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ମନିଷଙ୍କ ମୋବାଇଲ ଫୋନ୍ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ମୋବାଇଲ ମିଳିଲେ ତାଙ୍କ ସହ ସେଦିନ କେଉଁମାନେ ଯୋଗାଯୋଗରେ ଥିଲେ ତାହାର ତଥ୍ୟ ମିଳିବ । ଏହି ହତ୍ୟାକାଣ୍ଡରେ ୩ ଜଣ ବାଦ୍ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ତାହାର ଅଧିକ ତଦନ୍ତ ପାଇଁ ୩ ଜଣଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି ଡିସିପି ଶ୍ରୀ ଦାଶ କହିଛନ୍ତି ।
ଏଠାରେ ପ୍ରକାଶ ଥାଉକି,୧୦ ତାରିଖ ସକାଳ ପର୍ଯ୍ୟନ୍ତ ମନିଷ ଘରକୁ ନ ଫେରିବାରୁ ବାପା ଇନ୍ଫୋସିଟି ଥାନାରେ ଅପହରଣ ଅଭିଯୋଗ କରିଥିଲେ । ମଧ୍ୟାହ୍ନରେ ମନିଷଙ୍କ ମୃତଦେହ ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀରୁ ମିଳିଥିଲା । ସ୍ପେଶାଲ ସ୍କ୍ୱାଡ୍ ଏସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ତମାଣ୍ଡୋ ଥାନା, ଖଣ୍ଡଗିରି ଓ ଇନ୍ଫୋସିଟି ଥାନା ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରା ଯାଇ ତଦନ୍ତ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons