ମନିଷ ହତ୍ୟା ମାମଲା:ବାର୍ ଗାର୍ଲଙ୍କ ନାଚରେ ଉଡୁଥିଲା ଟଙ୍କା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାର ଗାର୍ଲ ବିଳମ୍ବିତ ରାତି ଯାଏଁ ନାଚୁଥିଲେ । ବୋତଲ ଗଡୁଥିଲା ନିଶା ଚଢୁଥିଲା । ମତୁଆଲା ମଦ୍ୟପ ନାଚ ତାଳେ ତାଳେ ପୁଳା ପୁଳା ଟଙ୍କା ଉଡ଼ାଉଥିଲେ । ଏମିତିକି ଲାଇସେନ୍ସ ସରିଯିବା ସତ୍ତେ୍ୱ ବି ବେଆଇନ୍ ଭାବେ ବାର୍ ଖୋଲା ଯାଇଥିଲା । ପୁଲିସ ପରିବାର ନାଁରେ ବାର୍ ଚାଲୁଥିବାରୁ କେହି କହିବାକୁ ସାହାସ କରୁନଥିଲେ ।
ବହୁଚର୍ଚ୍ଚିତ ମନୀଷ ଅନୁରାଗଙ୍କ ହତ୍ୟାର ବ୍ଲୁ ପ୍ରିଣ୍ଟ ବନାଯାଇଥିବା ‘ସାଉଥ୍ ସିଟି’ ହୋଟେଲର ଏମିତି କଳା କାରନାମା ସାମ୍ନାକୁ ଆସିଛି । ହୋଟେଲରେ ବେଆଇନ୍ କାର୍ଯ୍ୟକଳାପର ଅଭିଯୋଗରେ ତଦନ୍ତ କରୁଥିବା କମିଶନରେଟ ପୁଲିସ୍ ଆଜି ହୋଟେଲ ଉପରେ କାର୍ଯ୍ୟାନୁÂାନ ନେଇଛି । ରାଜଧାନୀ ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ତଥା କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିନ କରାଯାଇଛି । ପ୍ରସନ୍ନଙ୍କ ସହ ହୋଟେଲ ମାଲିକ ପ୍ରଦୁ୍ୟମ୍ନ ଜେନାଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି ।
ପୁଲିସ ଓ ଅବକାରୀ ବିଭାଗ ଆଜି ଅପରାହ୍ଣରେ ‘ସାଉଥ୍ ସିଟି’ ହୋଟେଲ ଥିବା ବାର୍ରେ ପୁଣି ଥରେ ଛାନ୍ଭିନ୍ କରିଛି । ବାର୍ରୁ ପାଖାପାଖି ଅଢେ଼ଇ ଲକ୍ଷ ଟଙ୍କାର ନକଲି ଟଙ୍କା ମିଳିଥିଲା । ଏଥିରେ ବିଡ଼ା ବିଡ଼ା ୧୦, ୨୦, ୫୦, ୫୦୦ ଟଙ୍କିଆ ନୋଟ୍ ଥିଲା । ଯାହାକୁ ବାର ଡ୍ୟାନ୍ସରଙ୍କ ନୃତ୍ୟରେ ଉଡ଼ା ଯାଉଥିଲା । ବାର୍ରୁ ୩୦ ପେଟି ବିଦେଶୀ ମଦ ଜବତ କରାଯାଇଛି । କମ୍ପୁ୍ୟଟର ହାର୍ଡ ଡିସ୍କ, ହୋଟେଲ ରେଜିଷ୍ଟର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୁଲିସ୍ ସାଙ୍ଗରେ ନେଇଛି ।
ପୁଲିସର ଜଣେ ବରିÂ ଅଧିକାରୀ କହିଛନ୍ତି, ପ୍ରଦୁ୍ୟମ୍ନ ହେଉଛନ୍ତି ସାଉଥ୍ ସିଟି ହୋଟେଲ ମାଲିକ । କିନ୍ତୁ ହୋଟେଲ୍ରେ ଥିବା ବାର୍ର ଲାଇସେନ୍ସ ନିରଞ୍ଜନ ବେହେରା (ପ୍ରସନ୍ନଙ୍କ ନିଜ ଭାଇ)ଙ୍କ ନାଁରେ ଥିଲା । ନିରଞ୍ଜନଙ୍କ ନାଁରେ ପ୍ରସନ୍ନ ବାର୍ ସବୁ ବୁଝାବୁଝି କରୁଥିଲେ । ମନିଷ ମାମଲାରେ କୋଭିଡ୍ ଗାଇଡ୍ଲାଇନ୍ ଉଲଂଘନ ଯୋଗୁଁ ବାର୍ ସିଲ୍ କରାଯାଇଥିଲା । ତଦନ୍ତ ବେଳେ ବାର୍ର ଲାଇସେନ୍ସ ସେପ୍ଟେମ୍ବର ୩୦ ସୁଦ୍ଧା ସରିଯାଇଥିବା ଜଣା ପଡିÿଛି । ବିନା ଲାଇସେନ୍ସ ସତ୍ତେ୍ୱ ବାର୍ରେ ଚୋରା ମଦ ବେପାର ଚଲାଉଥିବାରୁ ଅବକାରୀ ଆଇନ୍ ଅନୁସାରେ ୨ ଅଟକଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ ।
ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ
ମାମଲାରେ କାର୍ଯ୍ୟାନୁÂାନ ସ୍ୱରୂପ ତମାଣ୍ଡା ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ବଦଳି କରାଯାଇଛି । ଡିସିପି କାର୍ଯ୍ୟାଳୟକୁ ଶ୍ରୀ ପଟ୍ଟନାୟକଙ୍କୁ ପଠାଇ ଦିଆଯାଇଛି । ତାଙ୍କ ବଦଳରେ ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ଶୁଭ୍ରାଂଶୁ ଜେନା ତମାଣ୍ଡା ଥାନାର ଦାୟିତ୍ୱ ସମ୍ଭାଳିବେ । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ନିଦେ୍ର୍ଧଶ ଦେଇଛନ୍ତି । ସାଉଥ୍ ସିଟି ହୋଟେଲରେ ବେଆଇନ୍ କାର୍ଯ୍ୟକଳାପରେ କୌଣସି କାର୍ଯ୍ୟାନୁÂାନ ନେଉନଥିବାରୁ ଶ୍ରୀ ପ;ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁÂାନ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons