ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି ବିବାଦ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦଳରେ ଫାଟ ବଢ଼ିବାରେ ଲାଗିଛି । ଆଜି ଏହା ସ୍ପଷ୍ଟ ହୋଇଥିଲା । ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ କାଶୀପୁରଠାରେ ବରିÂ ନେତା କୃଷ୍ଣ ମହାପାତ୍ର ଓ ଜଗଦୀଶ ପାତ୍ରଙ୍କ ଗୋÂୀ ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋÂୀ ମକରନ୍ଦ ଓ ଅନ୍ୟଗୋÂୀ ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ । ପରେ ନକଲି ଓ ଅସଲି ବିଜେଡି କଥା କହି ପରସ୍ପରକୁ ସମାଲୋଚନା କରିଥିଲେ । ପାନୀୟ ଜଳପ୍ରକଳ୍ପ ମଞ୍ଜୁର ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମରେ ଏଭଳି ଗଣ୍ଡଗୋଳ ଯୋଗୁ ଦଳ ଭିତରେ ଥିବା ଫାଟ ପଦାରେ ପଡିଥିଲା । ଖୋଦ ମନ୍ତ୍ରୀଙ୍କ ଆଗରେ ଗୋÂୀ ମଧ୍ୟରେ ଟଣାଓଟରା ଲାଗିରହିଥିଲା । କେହିହେଲେ ମନ୍ତ୍ରୀଙ୍କ କଥା ଶୁଣିନଥିଲେ ।
ଗତ ୧୧ ତାରିଖରେ କ୍ୟାବିନେଟ ବୈଠକରେ ଜିଲ୍ଲାର କାଶୀପୁର ଓ ରାୟଗଡ଼ା ବ୍ଲକର ୨୮ଟି ପଞ୍ଚାୟତରେ ୨୯୮ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ନିମନ୍ତେ କାଶୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ଅନୁସୂଚିତ ଜାତି ଜନଜାତି କଲ୍ୟାଣମନ୍ତ୍ରୀ ଶ୍ରୀ ସାରକା, ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସ୍ୱାଧୀନ ବିଧାୟକ ଶ୍ରୀ ମୁଦୁଲିଙ୍କ ସମର୍ଥକମାନେ ସମସ୍ତଙ୍କୁ ହନୁମାନ ମନ୍ଦିର ନିକଟରୁ ସ୍ୱାଗତ କରିଥିଲେ । ବିଧାୟକଙ୍କ ଉପଦେଷ୍ଟା କୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଅନ୍ୟପକ୍ଷେ ବ୍ଲକ ବରିÂ ନେତା ଜଗଦୀଶ ପାତ୍ରଙ୍କ ନେତୃତ୍ୱରେ ମଧ୍ୟ ସ୍ୱାଗତ କାର୍ଯ୍ୟକ୍ରମ କରାଯାଇଥିଲା । କାଶୀପୁର ପ୍ରବେଶ ପଥରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ସେଠାରୁ ଆରମ୍ଭ ହୋଇଥିଲା ବିବାଦ । ବ୍ଲକ କାର୍ଯ୍ୟାଳୟରେ ମନ୍ତ୍ରୀ, ବିଧାୟକ ଓ ଅନ୍ୟମାନେ ପହଞ୍ଚିିବା ପରେ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ କରାଯାଇଥିଲା । କେତେକ ଲୋକ ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ମଞ୍ଚରୁ ହଟାଇ ବିଜେଡ଼ି ନେତା ଜଗଦୀଶ ପାତ୍ରଙ୍କୁ ବସାଇ ଦେଇଥିଲେ । ପରେ ବିଡିଓଙ୍କୁ ଡାକି କୃଷ୍ଣ ମହାପାତ୍ରଙ୍କୁ ଆଉ ଏକ ଚୌକିରେ ବସାଇଥିଲେ । ଏହା ପରେ ବିବାଦ ଘନୀଭୂତ ହୋଇଥିଲା । କାଶୀପୁରର ଦୁଇ ପ୍ରମୁଖ ନେତା କୃଷ୍ଣ ଓ ଜଗଦୀଶଙ୍କ ସମର୍ଥକଙ୍କ ମଧ୍ୟରେ ସ୍ଲୋଗାନ ଓ ନାରାବାଜି ହୋଇଥିଲା । କୃଷ୍ଣଙ୍କ ସମର୍ଥକମାନେ ବିଧାୟକଙ୍କ ଜିନ୍ଦାବାଦ କରୁଥିବା ବେଳେ ଜଗଦୀଶଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ଜିନ୍ଦାବାଦ କରିଥିଲେ । ଏପରିକି ଅସଲି ଓ ନକଲି ବିଜେଡି ନାଁରେ ଦୁଇ ଗୋÂୀ ମଧ୍ୟରେ ଦୀର୍ଘସମୟ ଧରି ସ୍ଲୋଗାନ ଓ ନାରାବାଜି ଚାଲିଥିଲା । ମନ୍ତ୍ରୀଙ୍କ ଆଗରେ ଦୀର୍ଘ ସମୟ ଧରି ଏହା ଚାଲିଥିଲେ ମଧ୍ୟ ସେ କିଛି ବି କରିପାରିନଥିଲେ ।
ପ୍ରକାଶଥାଉକି, ଗତ କିଛିଦିନ ହେଲା ବିଧାୟକ ଶ୍ରୀ ମୁଦୁଲି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଥିବା ପରିଲକ୍ଷିତ ହେଉଛି । ଏହାକୁ ଦଳର ଅନେକ ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଫଳରେ ଦଳ ଭିତରେ ମତାନ୍ତର ସହିତ ଫାଟ ସୃଷ୍ଟି ହୋଇଛି । ଆଜିର ଘଟଣା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ସେମିତି କିଛି ବଡ଼ ଘଟଣା ଘଟିନାହିଁ । ଦଳ ଭିତରେ କୌଣସି ଫାଟ ନାହିଁ । ତେବେ ଚୌକିରେ ବସିବା ଘଟଣାକୁ ସେ ସ୍ୱୀକାର କରିଛନ୍ତି । ଦେଖାଯାଉ, କାଶୀପୁରରେ ଆରମ୍ଭ ହୋଇଥିବା ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons