ମନ ଯାହା ଖୋଜୁଥିଲା, ପାଇଲା

Get real time updates directly on you device, subscribe now.

ମୁକ୍ତିଲାଭ ପାଇଁ ତାରିଖ ଖୋଜୁଥିବା ଓଡ଼ିଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ ଶେଷରେ ଶୁଭମୁକ୍ତି ହେବାକୁ ଯାଉଛି । ତ୍ରିକୋଣୀୟ ପ୍ରେମକୁ ଆଧାର କରି ଅନନ୍ୟା ଏଣ୍ଟର୍ଟେନ୍ମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ସିନେମା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଚଳଚ୍ଚିତ୍ରର କାହାଣୀକୁ ନେଇ ଗୀତଗୁଡ଼ିକ ବହୁତ ସୁନ୍ଦର ହୋଇଛି ବୋଲି ପ୍ରଯୋଜନା ସଂସ୍ଥା କହିଛି । ନିକଟରେ ଏକ ସାଂସ୍କୃତିକ ଉତ୍ସବ ୫ଟି ଯାକ ଗୀତ ରିଲିଜ୍ ହୋଇ ପ୍ରଶଂସା ସାଉଁଟିଛି । ଏହାକୁ ରଚନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ଡ. ନିର୍ମଳ ନାୟକ, ଡ. ଦୀପକ ଜେନା ଓ ଓମ୍କାର ଲେଙ୍କା । ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଜି. ଅଶୋକ କୁମାର ଏବଂ ସଂଯୋଜନା କରିଛନ୍ତି ବିଭୂତି ଗଡ଼ନାୟକ । ଗାଇଛନ୍ତି ହୁ୍ୟମାନ୍ ସାଗର, ତାରିକ୍ ଅଜିଜ୍, ଅନନ୍ୟା ଆଚାର୍ଯ୍ୟ, ବିଷ୍ଣୁମୋହନ କବି, ସତ୍ୟଜିତ୍ ପ୍ରଧାନ, ଇରା ମହାନ୍ତି ଓ ବସନ୍ତ ପାତ୍ର । କାହାଣୀ ଦୁର୍ଗା ଆଚାର୍ଯ୍ୟ ଏବଂ ସଂଳାପ ଡ. ଦୀପକ ଜେନା ଲେଖିଥିଲା ବେଳେ ନିଦେ୍ର୍ଧଶନା ଦେଇଛନ୍ତି ଏନ୍. ପାଢ଼ୀ । ପ୍ରଯୋଜନା କରିଛନ୍ତି ପ୍ରଭାତି ଆଚାର୍ଯ୍ୟ । ଚଳଚ୍ଚିତ୍ରର ବିଭିନ୍ନ ଚରିତ୍ରରେ ଓମ୍କାର, ନମ୍ରତା ସିଂହଦେଓ, ପ୍ରିୟଙ୍କା ସାହୁ, ଅଭିଜ୍ଞ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଟି. ଆପ୍ପାରାଓ, ଅଞ୍ଜନା ଦାଶ, ଅକ୍ଷୟ ସାହୁ, ସୂଚୀସ୍ମିତା, ତପନ, ରାଜ୍ ପୁରୋହିତ ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons