ମମିତା ମେହେର ନିଖୋଜ ଘଟଣା: ପୋଡ଼ି ପୋତି ଦେଇଥିଲା

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ବୁ୍ୟରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ଗତ ରବିବାର ନାଟକୀୟ ଢଙ୍ଗରେ ଟିଟିଲାଗଡ଼ ପୁଲିସ ବାରାକ୍ରୁ ଫେରାର ହୋଇଥିଲା । ଦୁଇଦିନ ପରେ ଆଜି ତାକୁ ଧରିବାକୁ ପୁଲିସ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରିଥିଲା । ଏହା ପରେ ଅପରାହ୍ନରେ ପୁଣି ନାଟକୀୟ ଢଙ୍ଗରେ ପୁଲିସ ତାକୁ କାବୁ କରିଛି । ଟିଟିଲାଗଡ଼ଠାରୁ ମାତ୍ର ୩୦ କିଲୋମିଟର ଦୂର ବଙ୍ଗୋମୁଣ୍ଡା ବ୍ଲକ ଝରିଏଲ ପଞ୍ଚାୟତ ଅନ୍ତର୍ଗତ ବୁଢ଼ିପଦର ଗ୍ରାମର ଏକ ଆଖୁ ବାଡ଼ିରୁ ତାକୁ କାବୁ କରିଥିବା ପୁଲିସ କହିଛି । ଗିରଫ ପରେ ଗୋବିନ୍ଦକୁ ବଲାଙ୍ଗିର ପୁଲିସ ମୁଖ୍ୟାଳୟକୁ ଅଣାଯାଇଛି । ଆଜି ରାତିତମାମ ଜେରା କରାଯିବା ପରେ ଆସନ୍ତାକାଲି ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ଉତ୍ତରାଞ୍ଚଳ ଡ଼ିଆଇଜି ଡା.ଦୀପକ କୁମାର ସୂଚନା ଦେଇଛନ୍ତି ।
ଅପରପକ୍ଷେ ମମିତାଙ୍କ ନିଖୋଜ ଘଟଣା ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ମହାଲିଙ୍ଗ ହାଇସ୍କୁଲ ପରିସରରେ ନିର୍ମାଣାଧୀନ ଷ୍ଟାଡିଅମର ମାଟିତଳୁ ଆଜି ଏକ ଦଗ୍ଧ ଗଳିତ ମୃତଦେହର ଦେହାବଶେଷ ଉଦ୍ଧାର ହୋଇଛି । ପ୍ରାୟ ୭/୮ଫୁଟ ଖୋଳିବା ପରେ ସେଠାରୁ ସ୍ଥାନେସ୍ଥାନେ ମାଂସ ଲାଗିରହିଥିବା କିଛି ହାଡ଼, ଏକ ସୁନାଚେନ, ପାଉଁଜି, ବ୍ରାସ୍ଲେଟ୍ ଓ ଭ୍ୟାନିଟି ବ୍ୟାଗ ମିଳିଛି । ମାଟିତଳୁ ପୋଡ଼ାକାଠ ଏବଂ ପଲିଥିନ ମଧ୍ୟ ଉଦ୍ଧାର ହୋଇଛି । ତେଣୁ ଅନ୍ୟତ୍ର ହତ୍ୟା କରାଯିବା ପରେ ଉକ୍ତ ସ୍ଥାନରେ ଦେହାବଶେଷ ପୋତି ଦିଆଯାଇଥିବା ପାରିପାଶ୍ୱର୍ିକ ସ୍ଥିତିରୁ ଅନୁମାନ କରାଯାଇଛି । ମାତ୍ର ମୃତଦେହଟି କାହାର ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରୁ ମିଳିଥିବା ସୁନାଚେନ, ବ୍ରାସ୍ଲେଟ, ପାଉଁଜି ଓ ଭ୍ୟାନିଟି ବ୍ୟାଗକୁ ମୃତ ମମିତାଙ୍କ ବଡ଼ବାପା କୌଶିକ ମେହେର ଚିହ୍ନଟ କରିଛନ୍ତି । ତଥାପି ମୌଖିକ କଥାକୁ ପ୍ରମାଣ ଭାବେ ନନେଇ ଜବତ ହାଡ଼ର ଡିଏନ୍ଏ ଟେଷ୍ଟ କରାଯିବ ଓ ଅନ୍ୟାନ୍ୟ ସାମଗ୍ରୀର ଫରେନସିକ ଲାବରେ ଟେଷ୍ଟ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ମମିତା ରହସ୍ୟଜନକ ଭାବେ ନିଖୋଜ ହେବା ନେଇ ତାଙ୍କ ପରିବାର ଲୋକେ କଳାହାଣ୍ଡି ଜିଲ୍ଲା କେଗାଁ ଫାଣ୍ଡିରେ ଏତଲା ଦେବାକୁ ଯାଇଥିଲେ ହେଁ ପୁଲିସ ତାଙ୍କ ଏତଲା ଗ୍ରହଣ କରିନଥିଲା । ମମିତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାରବର୍ଗ ଚି+ାରକରି କହୁଥିଲେ । ଅଥଚ ପୁଲିସ ସିଡିଆର ଦେଖାଇ ପରିବାର ବର୍ଗଙ୍କୁ ବାରମ୍ବାର ବୁଝାଇବାକୁ ଉଦ୍ୟମ କରିଥିଲା । ଶେଷରେ ଚାପରେ ପଡ଼ି ବଲାଙ୍ଗିର ପୁଲିସ ଗୋବିନ୍ଦକୁ ଗତ ୧୩ ତାରିଖରେ ଉଠାଇ ଆଣିଥିଲା । ଜେରା ପାଇଁ ଟିଟିଲାଗଡ଼ ପୁଲିସ ବାରାକ୍ରେ ରଖାଯାଇଥିବା ବେଳେ ରବିବାର ରାତି ପ୍ରାୟ ୧୦ଟା ସମୟରେ ସେ ଫେରାର ମାରିଥିଲା । ସେତେବେଳକୁ ଟିଟିଲାଗଡ଼ରେ ବିଦୁ୍ୟତ୍ ବିଭ୍ରାଟ ହୋଇଥିଲା ଏବଂ ଘନ ଅନ୍ଧକାର ଭିତରେ ଗୋବିନ୍ଦ ୧୦ ଫୁଟର ପାଚୋରୀ ଡେଇଁ ଫେରାର ମାରିଥିବା ପୁଲିସ ସୂଚନା ଦେଇଥିଲା । ସ୍ଥିତି ଏଭଳି ହୋଇଥିଲା ଯେ, ପୁଲିସ ନିଖୋଜ ମମିତାକୁ ଖୋଜିବା ଛାଡ଼ି ଗୋବିନ୍ଦ ପଛରେ ପଡ଼ିଥିଲା । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ ସୋମବାର ରାତିରେ ମହାଲିଙ୍ଗ ପହଞ୍ଚିଥିଲେ । ସେଠାରେ ଗୋବିନ୍ଦ ଠିକା କାର୍ଯ୍ୟ କରୁଥିବା ଷ୍ଟାଡିଅମରେ ମାଟି ଖୋଳାଯାଇ ପୁଣି ପୋତାଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ମମିତାଙ୍କୁ ହତ୍ୟାକରି ସେଠାରେ ପୋତି ଦିଆଯାଇଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରିଥିଲେ । ଜନସାଧାରଣ ଏ ସମ୍ପର୍କରେ ବାରମ୍ବାର କହିବା ସତ୍ତେ୍ୱ ପୁଲିସ ସେ ଦିଗରେ ତଦନ୍ତ ପ୍ରତି ଗୁରୁତ୍ୱ ଦେଇନଥିଲା । କିନ୍ତୁ କଥାଟି ପ୍ରଘଟ ହେବାପରେ କାଳେ କୌଣସି ହିଂସାକାଣ୍ଡ ଆଶଙ୍କାରେ ସୋମବାର ରାତିରେ ପୁଲିସ ପ୍ରଥମେ ସେଠାରେ ଫୋର୍ସ ମୁତୟନ କରିଥିଲା । ପରେ କଳାହାଣ୍ଡି ଏସପି ଡା.ଶ୍ରବଣ ବିବେକ ଏମ୍ ଷ୍ଟାଡିଅମ୍ କାର୍ଯ୍ୟରେ ନିୟୋଜିତ ଜେସିବି ଅପରେଟର୍ ଓ ଜଗୁଆଳି ଗୁପ୍ତେ ତାଣ୍ଡି ସମେତ ବିଜ୍ଞାନ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ବୋଡର଼୍ା ଫାଣ୍ଡିରେ ମାରାଥନ ଜେରା କରିଥିଲେ । ଯୁକ୍ତତିନି କଲେଜର କିରାଣୀ ପୂର୍ଣ୍ଣ ବାଗ, ଅଧ୍ୟାପକ ବାସୁଦେବ ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ପରେ ମହାଲିଙ୍ଗ ଗାଁରେ ଗୋବିନ୍ଦ ସାହୁଙ୍କ ଘର ଖାନତଲାସ କରାଯାଇଥିଲା । ପରଦିନ ମଙ୍ଗଳବାର ସକାଳେ ନିର୍ମାଣାଧିନ ମିନି ଷ୍ଟାଡିଅମ୍ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ସିଲ୍ କରାଯାଇଥିଲା । ମଙ୍ଗଳବାର ସକାଳୁ ଷ୍ଟାଡିଅମ୍ ଭିତରେ ଚିହ୍ନଟ ସ୍ଥାନରେ ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୁଲିସ୍ ମୁତୟନ କରାଯାଇ ଜେସିବିରେ ମାଟିଖୋଳା ଯାଇଥିଲା । ପ୍ରାୟ ୭ରୁ ୮ଫୁଟ ଖୋଳିବା ପରେ ମାଟିତଳୁ ଦଗ୍ଧ ଦେହାବଶେଷ, ସୁନାଚେନ୍, ବ୍ରାସଲେଟ୍, ପାଉଁଜି, ଭ୍ୟାନିଟି ବ୍ୟାଗ, ପୋଡ଼ାକାଠ ସବୁ ପୁଲିସ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ତାର ଯାଞ୍ଚ କରିଥିବା ବେଳେ ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ଘଟଣାସ୍ଥଳର ଛାନ୍ବିନ୍ କରାଯାଇଥିଲା । ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଘଟଣାସ୍ଥଳରେ ଉପସ୍ଥିତ କଳାହାଣ୍ଡି ଅତିରିକ୍ତ ଏସପି ସମେତ ଅନ୍ୟ ଅଧିକାରୀ, ମାଜିଷ୍ଟେ୍ରଟ୍ କେହି ବି କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ସବୁଠୁ ବିସ୍ମିତ କରିଛି, ଗୋବିନ୍ଦ ଫେରାର ହେବାପରେ ବି ପୁଲିସ ପ୍ରଶାସନ କୌଣସି ତତ୍ପରତା ଦେଖାଇ ନଥିଲା । କିନ୍ତୁ ଗତକାଲି ସନ୍ଧ୍ୟାରେ ଷ୍ଟାଡିଅମ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଆଜି ଆକସ୍ମିକ ଭାବେ ଉତ୍ତରାଞ୍ଚଳ ଡିଆଇଜି ବଲାଙ୍ଗିର ଆସି ଘଟଣାର ସମୀକ୍ଷା କଲେ । ଗୋବିନ୍ଦର ମୁଣ୍ଡ ଉପରେ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଗଲା । ପରେପରେ ଷ୍ଟାଡିଅମରୁ ଦେହାବଶେଷ ମିଳିବା କ୍ଷଣି ପୁରସ୍କାର ରାଶିକୁ ତୁରନ୍ତ ଦୁଇ ଘଣ୍ଟା ମଧ୍ୟରେ ପାଞ୍ଚଗୁଣା ବୃଦ୍ଧିକରି ୧ ଲକ୍ଷ ଟଙ୍କା କରାଗଲା । ତାହାର ଠିକ୍ କିଛି ଘଣ୍ଟାପରେ କଳାହାଣ୍ଡି ଓ ବଲାଙ୍ଗିରରେ ଆନେ୍ଦାଳନ ଆରମ୍ଭ ହେବା ବେଳକୁ ଆକସ୍ମିକ ଭାବେ ଗୋବିନ୍ଦକୁ କାବୁ କରାଯାଇଥିବା ସୂଚନା ଆସିଥିଲା । ଡିଆଇଜି ବଲାଙ୍ଗିରରେ ବସି ଏମିତି କେଉଁ ଗୋଟି ଚାଳନାକଲେ ଯେ, ତ+ାଳ ସବୁଯାକ ଚୁଡାନ୍ତ ସ୍ଥିତିକୁ ପହଞ୍ଚିଗଲା ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି ।
ମିଳିଥିବା ସୂଚନା ଅନୁସାରେ, ଶକ୍ତି ଓ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଛନ୍ତି । ୫-ଟି ଅଧୀନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଷ୍ଟାଡିଅମ ନିର୍ମାଣ କରାଯାଉଥିବା ବେଳେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜ ପୋଷ୍ୟ ସ୍କୁଲର ଖେଳପଡ଼ିଆରେ ମିନି ଷ୍ଟାଡ଼ିଅମ ନିର୍ମାଣ ପାଇଁ ଆଗଭର ହୋଇଥିଲେ । ଉକ୍ତ ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ମିଳିଥିଲା ଗୋବିନ୍ଦକୁ । ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଷ୍ଟାଡିଅମ ପରିସର ଗୋବିନ୍ଦ ପାଇଁ ଏକ ଅସ୍ଥାୟୀ କେମ୍ପ ପାଲଟିଥିଲା । ଏହାର ସୁଯୋଗ ନେଇ ସେଠାରେ ଅପରାଧିକ କାର୍ଯ୍ୟକଳାପ ପାଇଁ ବାଟ ସୁଗମ ହୋଇଥିବା ଆଲୋଚନା ହେଉଛି । ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ କରି କଂଗ୍ରେସ ଏବଂ ବିଜେପି ପକ୍ଷରୁ ମହାଲିଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ଜୁନାଗଡ଼ରେ ଏବଂ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଅନୁରୂପ ଆନେ୍ଦାଳନ ହୋଇଛି । ବିଜେପି ପକ୍ଷରୁ ଆସନ୍ତାକାଲି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons