ମହାକାଳପଡ଼ା କାକଟପୁର ଗାଁରେ ବଡ ଧରଣର ଡକାୟତି

Get real time updates directly on you device, subscribe now.

ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ତନ୍ତିଆପାଳ ଥାନା ଅନ୍ତର୍ଗତ କାକଟପୁର ଗାଁରେ ଏକ ଘରେ ହୋଇଛି ସଶସ୍ତ୍ର ଡକାୟତି। ଡକାୟତମାନେ ନଗଦ ୧ଲକ୍ଷ ୬୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି। ଡକାୟତଙ୍କ ଆକ୍ରମଣରେ ପରିବାରର ୪ ଜଣ ସଦସ୍ୟ ଆହତ ହୋଇଥିବା ବେଳେ ୨ ଜଣ ଡକାୟତ ଧରାପଡ଼ିଛନ୍ତି।ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଦୁଇଟି ବାଇକ୍‌ରେ ୬ ଜଣ ଡକାୟତ କାକଟପୁର ଗାଁକୁ ଆସିଥିଲେ। ସେମାନେ କବାଟ ଭାଙ୍ଗି ଗାଁର କାର୍ତ୍ତିକ ସ୍ୱାଇଁଙ୍କ ଘରେ ପଶିଥିଲେ। କବାଟ ଭଙ୍ଗା ଶବ୍ଦ ଶୁଣି କାର୍ତ୍ତିକ ସ୍ୱାଇଁ ଉଠିପଡ଼ିବା ପରେ ଡକାୟତମାନେ ତାଙ୍କୁ ଆଲମାରୀ ଚାବି ମାଗିଥିଲେ। ସେ ଚାବି ନଦେବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପ୍ରତିରୋଧ କରିବାରୁ ଡକାୟତମାନେ ପରିବାରର ଆଉ ତିନି ସଦସ୍ୟଙ୍କୁ ଆକ୍ରମଣ କରିବା ସହିତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ତେବେ ଫେରାର ହେବା ବେଳେ ବାଇକ୍ ଷ୍ଟାର୍ଟ ନହେବାରୁ ଦୁଇ ଜଣ ଡକାୟତଙ୍କୁ କାର୍ତ୍ତିକଙ୍କ ପରିବାର ଓ ଗାଁ ଲୋକେ ଧରିବାରେ ସଫଳ ହୋଇଥିଲେ। ଏହି ଦୁଇ ଜଣଙ୍କୁ ସେମାନେ ପୁଲିସ୍ ଜିମାରେ ଦେଇଛନ୍ତି।ପୁଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇଟି ବାଇକ୍‌ ଓ ଗୋଟିଏ ବନ୍ଧୁକ ଜବତ କରିଛି। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଧରାପଡ଼ିଥିବା ଦୁଇ ଡକାୟତ ମାସେ ତଳେ ଜେଲ୍‌ରୁ ମୁକୁଳିଥିଲେ। ସେମାନଙ୍କ ନାଁରେ ବିଭିନ୍ନ ମାମଲା ରହିଛି। ଡକାୟଙ୍କ ଆକ୍ରମଣରେ କାର୍ତ୍ତିକ ସ୍ୱାଇଁ, ତାଙ୍କ ପତ୍ନୀ ଓ ଦୁଇ ଭାଇ ଆହତ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons