ମହାନଦୀରେ ବୁଡ଼ି ବିଟେକ୍ ଛାତ୍ରଙ୍କ ମୃତୁ୍ୟ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ନରାଜଠାରେ ମହାନଦୀରେ ଗାଧୋଇବା ବେଳେ ଏକ ଅଘଟଣ ଘଟିଛି । ସିଡିଏ ଅଞ୍ଚଳରେ ଥିବା ଏବିଆଇଟି ଇଞ୍ଜିନିୟରିଂ କଲେଜ୍ର ୪ ଜଣ ଛାତ୍ର ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ନଦୀରେ ଗାଧୋଉଥିବା ଛାତ୍ରଙ୍କ ମଧ୍ୟରୁ ଗଭୀର ଗଣ୍ଡକୁ ଚାଲିଯାଇଥିବା ୨ ଜଣ ଛାତ୍ରଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିଥିଲା । ତେବେ ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ଘଟିଥିଲା ବେଳେ ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଛାତ୍ରଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ପାଣିରେ ବୁଡ଼ି ମୃତୁ୍ୟବରଣ କରିଥିବା ଛାତ୍ରଙ୍କ ନାଁ ଦୀପେଶ ପ;ନାୟକ । ତାଙ୍କ ଘର ରାଉରକେଲା ଛେଣ୍ଡ୍ କଲୋନୀ ଅଞ୍ଚଳରେ ବୋଲି ସିଡିଏ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂ କହିଛନ୍ତି । ଉକ୍ତ ଘଟଣାରେ ସିଡିଏ ଫେଜ୍-୨ ଥାନା ପୁଲିସ୍ ମୃତ ଛାତ୍ରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି ପଠାଇଛି । ଆସନ୍ତକାଲି ସମ୍ପୃକ୍ତ ଛାତ୍ରଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି । ଅନ୍ୟପକ୍ଷରେ ପାଣିରେ ମରଣ ମୁହଁରୁ ବର୍ତ୍ତି ଯାଇଥିବା ଅନ୍ୟ ଛାତ୍ରମାନଙ୍କର ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ନ ୫ଟାରେ ସିଡିଏ ଅଞ୍ଚଳରେ ଥିବା ଏବିଆଇଟି କଲେଜ୍ର ୪ ଜଣ ଛାତ୍ର ମହାନଦୀରେ ନରାଜ ବ୍ରିଜ୍ ଘାଟକୁ ଯାଇଥିଲେ । ନଦୀରେ ଛାତ୍ରମାନେ ଗାଧୋଇବା ସମୟରେ ଦୀପେଶଙ୍କ ସମେତ ୨ ଜଣଙ୍କର ଗୋଡ଼ ଖସିଯାଇଥିଲା । ଫଳରେ ସେମାନେ ଅକାତ ପାଣି ଭିତରକୁ ଚାଲିଯାଇଥିଲେ । ପାଣିରେ ଗାଧୋଉଥିବା ଅନ୍ୟ ଛାତ୍ରମାନେ ପହଁରି ଉପରକୁ ପଳାଇ ଆସି ବୁଡ଼ି ଯାଉଥିବା ସାଙ୍ଗ ଦ୍ୱୟଙ୍କୁ ଉଦ୍ଧାର କରିବା ପାଇଁ ବିକଳ ହୋଇ ଡାକ ପକାଇଥିଲେ । ପାଟି ଶୁଣି ପାଖରେ ଥିବା ଲୋକେ ଜରୁରିକାଳୀନ ସହାୟତା କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣିରେ ବୁଡ଼ି ଯାଇଥିବା ଛାତ୍ର ଦ୍ୱୟଙ୍କୁ ଖୋଜାଖୋଜି କରିଥିଲେ । ପ୍ରଥମେ ଉଦ୍ଧାର ହୋଇଥିବା ଛାତ୍ର ମରଣମୁହଁରୁ ବର୍ତ୍ତି ଯାଇଥିଲେ ହେଁ ଦୀପେଶଙ୍କ ତୁରନ୍ତ ସନ୍ଧାନ ମିଳିନଥିଲା । ତେବେ ପାଣି ଭିତରୁ ସେ ଉଦ୍ଧାର ହେଲା ବେଳକୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହି ଘଟଣା ଏବିଆଇଟି କଲେଜ୍ର ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବିଟେକ୍ ଛାତ୍ର ଦୀପେଶଙ୍କ ଏହି ଦୁଃଖଦ ମୃତୁ୍ୟ ଘଟଣାକୁ ନେଇ ସହପାଠୀମାନେ ମି୍ରିୟମାଣ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons