ମହିଳାଙ୍କୁ ବିଭତ୍ସ ହତ୍ୟା

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବଲାଙ୍ଗିର ସହରର ଲର୍କିପାଲି ଅଞ୍ଚଳର ଏକ ବିଲରୁ ଗତକାଲି ରାତିରେ ସନେ୍ଦହଜନକ ଭାବରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଜଣକ ସ୍ଥାନୀୟ ଅଞ୍ଚଳର ୪୫ବର୍ଷିୟା ଅଞ୍ଜନା ପଟେଲ ବୋଲି ଜଣାପଡ଼ିଛି । ଗତକାଲି ରାତିରେ ସେ ଶୌଚ ପାଇଁ ଯାଉଥିବା କହି ଆଉ ଘରକୁ ଫେରିନଥିଲେ । ଏହାପରେ ତାଙ୍କ ପୁଅ ହନୁବାବା ଖୋଜାଖୋଜି କରିବାରୁ ଘରଠାରୁ କିଛିଦୂରରେ ଥିବା ଏକ ଜମିରେ ଅଞ୍ଜନା ମୁହଁମାଡି ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ତେବେ ପାରିପାଶ୍ୱର୍ିକ ସ୍ଥିତିକୁ ଦେଖିଲେ ମହିଳାଙ୍କୁ ବଳାକ୍ରାର ପରେ ହତ୍ୟା କରାଯାଇଥିବା ପୁଲିସ ସନେ୍ଦହ କରୁଛି । ପୁଲିସ ଶବ ବ୍ୟବଚ୍ଛେଦ କରାଇ ମାମଲାର ତଦନ୍ତ ଜାରି ରଖିଥିବା ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ବେଳେ ଅଞ୍ଜନା ପୁଅକୁ ଅଣ୍ଡା କିଣି ଆଣିବାକୁ କହିଥିଲେ । ଏହାପରେ ପୁଅ ହନୁବାବା ଘରୁ ବାହାରି ଯାଇଥିଲେ । ହନୁବାବା ଘରକୁ ଫେରି ମା’ ଅଞ୍ଜନକୁ ନପାଇ ପ୍ରଥମେ ନିକଟସ୍ଥ ନଳକୂଅ ଏବଂ ପରେ ଶୌଚ ପାଇଁ ଯାଇଥିବା ବିଲକୁ ଖୋଜିବାକୁ ଯାଇଥିଲେ । ତେବେ ବିଲ ମଧ୍ୟରେ ଅଞ୍ଜନାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ପୁଅ ହନୁବାବା ରାତି ୧୨ଟାରେ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ରାତି ଗୋଟାଏରେ ଶବ ଉଦ୍ଧାର କରି ଭୀମଭାଇ ମେଡିକାଲ କଲେଜ ହସ୍ପିଟାଲର ଶବବ୍ୟବଚ୍ଛେଦ ଗୃହରେ ରଖିଥିଲା । ଆଜି ସକାଳୁ ସଦର ଏସଡିପିଓ ଶ୍ରୀ ବାଗଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ମଦ ବୋତଲ, ଭଙ୍ଗା ଚୁଡ଼ି ଏବଂ କିଛି ଆପତ୍ତିଜନକ ସାମଗ୍ରୀ ପଡ଼ିରହିଥିବା ଟିମ ଦେଖିବାକୁ ପାଇଥିଲା । ତେଣୁ କିଛି ଲୋକ ମଦ ପିଉଥିବା ସମୟରେ ମହିଳାଙ୍କୁ ଦେଖି ବଳାକ୍ରାର ଉଦ୍ୟମ କରିବା ପରେ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ତେବେ ହତ୍ୟାକାରୀ କିଏ ଏବଂ କେତେଜଣ, ତାହା ଜଣାପଡିନାହିଁ । ମହିଳାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଟାଉନ ଥାନା ପୁଲିସ ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ମୃତ ମହିଳାଙ୍କ ସ୍ୱାମୀ ନାରାୟଣ ପଟେଲ ଜଣେ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ପ୍ରାୟ ୧୫ ବର୍ଷ ତଳେ ଘରୁ କୁଆଡେ ଚାଲିଯାଇଛନ୍ତି । ତେଣୁ ଲର୍କିପାଲିରେ ଅଞ୍ଜନା ତାଙ୍କ ପୁଅ ସହ ରହୁଥିଲେ । ଏସମ୍ପର୍କରେ ଏସଡିପିଓ ଶ୍ରୀ ବାଗଙ୍କୁ ପଚାରିବାରୁ ମୃତକଙ୍କ ପରିବାରବର୍ଗଙ୍କ ଏତଲା ଆଧାରରେ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଥିସହ ଜଣକୁ ଅଟକ ରଖି ପଚରାଉଚୁରା କରାଯାଉଥିବା ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons