ମାଓବାଦୀ-ଯବାନ ଗୁଳି ବିନିମୟ:ରକେଟ ଲଞ୍ଚର, ଗ୍ରେନେଡ୍ ଜବତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ସୀମାନ୍ତ ଛତିଶଗଡର ସୁକମା ଓ ବିଜାପୁର ଜିଲ୍ଲାରେ ମଙ୍ଗଳବାର ପୁଣି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ କେହି ମୃତାହତ ହୋଇ ନାହାନ୍ତି । ସର୍ଚ୍ଚବେଳେ ମାଓ କ୍ୟାମ୍ପରୁ ଗୋଟିଏ ଗ୍ରେନେଡ୍ ବ୍ୟାରେଲ ବନ୍ଧୁକ, ୯ଟି ରକେଟ୍ ଲଞ୍ଚର, ୧୦ଟି ଗ୍ରେନେଡ଼ ସହ ବହୁ ମାଓସମଗ୍ରୀ ଜବତ ହୋଇଛି । ଅଞ୍ଚଳର କମ୍ବିଂ ଜୋର୍ କରାଯାଇଛି ।
ସକାଳେ ସୁକମା ଓ ବିଜାପୁର ଜିଲ୍ଲା ସୀମା ସିଲଗେର ଓ ସାରକୁଗୁଡା ଜଙ୍ଗଲକୁ ଏସ୍ଟିଏଫ୍ ଯବାନ କମ୍ବିଂରେ ଯାଇଥିଲେ । ଜଙ୍ଗଲରେ ଉପସ୍ଥିତ ମାଓବାଦୀ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ । ଯବାନ ତୁରନ୍ତ ପାଲଟା ଜବାବ୍ ଦେଇଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ୩୦ମିନିଟ୍ ଧରି ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ସାମନା କରି ନପାରି ମାଓବାଦୀ ଜଙ୍ଗଲରେ ଛତ୍ରଭଙ୍ଗ ଦେଇଥିଲେ । କେତେଜଣ ମାଓବାଦୀ ଏଥିରେ ଆହତ ହୋଇଥିବା କୁହାଯାଉଛି । ସର୍ଚ୍ଚ ବେଳେ ଜଙ୍ଗଲ ଭିତରେ ଥିବା ଏକ କ୍ୟାମ୍ପରୁ ଉକ୍ତ ସାମଗ୍ରୀ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons