ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସଂପନ୍ନ

Get real time updates directly on you device, subscribe now.

କଳାହାଣ୍ଡି,(ବି.ବି.ନୁ୍ୟଜ): କଳାହାଣ୍ଡିର ଅଧିÂାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ବୁଧବାର ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି । କୋଭିଡ୍ କଟକଣା ସତ୍ତେ୍ୱ ବ୍ୟାରିକେଡ୍ ବାହାରୁ ଥାଇ ଶ୍ରଦ୍ଧାଳୁମାନେ ଦୂରରୁ ଛତରର ଦର୍ଶନ କରିଥିଲେ । ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିଲା । ତଥାପି ସହର ବାହାରେ ଥାଇ ମାନସିକଧାରୀମାନେ ବଳି ପକାଇଥିଲେ । ଫଳରେ ରକ୍ତରଞ୍ଜିତ ହୋଇ ଉଠିଥିଲା ସହର ବାହାର ବହୁ ରାସ୍ତା ।
ନବମୀ ତିଥିରେ ପ୍ରାତଃ ଜେନାଖାଲରେ ଗୁପ୍ତ ପୂଜା ପରେ ସକାଳ ୬ଟା ୪୫ ମିନିଟ୍ରେ ମାଣିକେଶ୍ୱରୀଙ୍କ ବିଜୟ ଛତର୍ ଯାତ୍ରା ପାରମ୍ପରିକ ବାଦ୍ୟ ଓ ଘୁମୁରା ସହ ପ୍ରକମ୍ପିତ ଜୟଧ୍ୱନିରେ ମନ୍ଦିର ଅଭିମୁଖେ ବାହାରିଥିଲା । ୮ଟା ୪୫ ମିନିଟ୍ରେ ମନ୍ଦିରରେ ମାଁଙ୍କ ଛତର ପହଞ୍ଚିଥିଲା । ମହାରାଜା ଅନନ୍ତ ପ୍ରତାପ ଦେଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଛତରକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୪୪ ଧାରା ସତ୍ତେ୍ୱ ଶାନ୍ତିଶୃଙ୍ଖଳା ସହ ସମାପିତ ହୋଇଥିଲା ଛତର ଯାତ୍ରା । ଜେନାଖାଲଠାରୁ ମନ୍ଦିର ଯାଏ ମୁଖ୍ୟରାସ୍ତାରେ କେବଳ ଦାୟିତ୍ୱରେ ଥିବା ପୂଜକମାନେ ମାଁଙ୍କ ଛତର ନେଇ ଯାଇଥିଲେ । ଏଥର ବି ଛତର ଯାତ୍ରାରେ ଭକ୍ତଙ୍କୁ ବାରଣ କରାଯାଇଥିଲା । ଏହି ଦୃଷ୍ଟିରୁ ମୁଖ୍ୟରାସ୍ତାର ଉଭୟ ପାଶ୍ୱର୍ ରାସ୍ତାରେ ପୁଲିସ୍ ବ୍ୟାରିକେଡ୍ ରହିଥିଲା । ବ୍ୟାରିକେଡ୍ ବାହାରେ ଶହଶହ ଭକ୍ତ ଠୁଳ ହୋଇ ଶାନ୍ତିଶୃଙ୍ଖଳା ସହ ଛତର ଦର୍ଶନ କରିଥିଲେ । ଛତର ବାଦ୍ୟ ଓ ଘୁମୁରା ବାଦ୍ୟ ଶୁଣିବା ମାତ୍ରକେ ମାନସିକ କରିଥିବା ଭକ୍ତମାନେ ବିଭିନ୍ନ ପଡ଼ା ରାସ୍ତାରେ ବୋଦା, ଗଡ଼ରା, କୁକୁଡ଼ା ବଳିଦେବା ସହିତ ପାରା ଉଡ଼ାଇଥିଲେ । ସେହିଭଳି ଭବାନୀପାଟଣା ସହରରେ ୧୪୪ ଧାରା ଜାରି ଯୋଗୁଁ ମାନସିକ କରିଥିବା ଲୋକେ ବଳି ଦେବା ପାଇଁ ସହର ଭିତରକୁ ଆସି ନପାରି ସହରର ପ୍ରବେଶ ପଥ ଜୁନାଗଡ଼, କେସିଙ୍ଗା ଓ ଅନ୍ୟାନ୍ୟ ସମସ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରାୟ ୧୦ କିମି ଯାଏ ମାନସିକଧାରୀ ଭକ୍ତ ଠୁଳହୋଇ ଜେନା ବାଦ୍ୟ ଶୁଣି ବଳି ଦେଇଥିବା ଦେଖିବାକୁ ମିଳିଥିଲା । ଋଷିଗାଁ ଛକ, ଦୁଆରଶନି ଛକ, ତାରିଣୀ ମନ୍ଦିର ଛକ, ଭଙ୍ଗାବାରି ଛକ, ଲାଲ ପୁଲିଆ ଛକ, ମେଦିନୀପୁର ଛକ ସମେତ ବିଭିନ୍ନ ସ୍ଥାନରେ ଭକ୍ତମାନେ ବଳି ଦେଇଥିଲେ ।
ଛତର ଯାତ୍ରା ପାଇଁ କଳାହାଣ୍ଡି ଅତିରିକ୍ତ ଏସ୍ପି ବିଜୟ ନନ୍ଦଙ୍କ ତତ୍ତ୍ୱାବଧାନରେ ୪ ଜଣ ଡିଏସ୍ପି, ୧୪ ଜଣ ଇନ୍ସପେକ୍ଟର, ୧୯ ଜଣ ଏସ୍ଆଇ, ୩୨ ଜଣ ଏଏସ୍ଆଇ ଓ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ । ସହରର ସମସ୍ତ ୨୦ଟି ୱାର୍ଡରେ ବ୍ୟାରିକେଡ୍ କରି ସହରକୁ ସିଲ କରାଯାଇଥିଲା । ପ୍ରତି ବ୍ୟାରିକେଡ୍ ବାହାରେ ଶ୍ରଦ୍ଧାଳୁ ଜମାହୋଇ ଶାନ୍ତପୂର୍ଣ୍ଣ ଭାବେ ମାଁ ମାଣିକେଶ୍ୱରୀରଙ୍କ ଛତର ଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦଙ୍କ ସମେତ ବରିÂ ପ୍ରଶାସନିକ ଅଧିକାରୀମାନେ ଶାନ୍ତିଶୃଙ୍ଖଳା ସ୍ଥିତି ତଦାରଖ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର ସମନ୍ୱୟରେ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଚଳିତ ବର୍ଷ ମାଁଙ୍କ ଛତର ଯାତ୍ରାର ସିଧା ପ୍ରସାରଣ ହୋଇଥିଲା । ୧୪୪ ଧାରା ଓ କୋଭିଡ୍ କଟକଣା ଯୋଗୁଁ ଦର୍ଶନ ପାଇଁ ପହଞ୍ଚି ପାରିନଥିବା ଲକ୍ଷାଧିକ ଭକ୍ତ ଅନ୍ଲାଇନ୍ ଓ ଟିଭି ମାଧ୍ୟମରେ ମା’ଙ୍କ ଛତର ଦର୍ଶନ କରିବାର ସୁଯୋଗ ପାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons