ମାନସଙ୍କ ହତ୍ୟା ଘଟଣା:ଅପରାଧ ମାନିଲେ, କାନ୍ଦିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡର କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ୍ । ଶର୍ମିÂାଙ୍କୁ ନେଇ ପ୍ରଥମେ ଭଦ୍ରକ ଜିଲ୍ଳା ଚାନ୍ଦବାଲି ତା’ପରେ ଭୁବନେଶ୍ୱର ଦୟାଲ ଆଶ୍ରମ ଓ ଶେଷରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳାସ୍ଥିତ ବଧିପାଟଣାକୁ ଯାଇଥିଲା କ୍ରାଇମ୍ବ୍ରାଞ୍ଚ ଟିମ୍ । ‘ଅପହରଣ ଯୋଜନାଠୁ ପିଟି ପିଟି ମାରିବା, ହତ୍ୟା ପରେ ଶବକୁ ମାଟିରେ ପୋତିବା, ପ୍ରମାଣ ନଷ୍ଟ କରିବା.. ଆଦି ଅପରାଧ ପାଇଁ ଦାୟୀ ବୋଲି କ୍ରାଇମ୍ବ୍ରାଞ୍ଚକୁ ଶର୍ମିÂା ଗୋଟି ଗୋଟି କରି କହିଥିଲେ । ଦୟାଲ ଆଶ୍ରମରେ ହତ୍ୟାର କାହାଣୀ ବଖାଣୁଥିବା ବେଳେ ଶର୍ମିÂା କାନ୍ଦି ପକାଇଥିଲେ । ତେବେ କ୍ରାଇମ୍ ସିନ୍ ରିକ୍ରିଏସନ୍ ସମୟରେ ଏହି ୩ଟି ସ୍ଥାନରେ ଲୋକଙ୍କ ଭିଡ଼ ହେବାରୁ କ୍ରାଇମ୍ବ୍ରାଞ୍ଚ ଟିମ୍କୁ ତରବର ଭାବେ ସବୁ କାମ ସାରିବାକୁ ପଡ଼ିଥିଲା ।
ଶର୍ମିÂାଙ୍କୁ ଧରି କ୍ରାଇମବ୍ରାଞ୍ଚ ଶୁକ୍ରବାର ଚାନ୍ଦବାଲି ଥାନା ପଳାସପୁରରେ ପହଞ୍ଚିଲା ୧୧ଟା ୧୫ ମିନିଟ୍ରେ । କଡ଼ା ସୁରକ୍ଷା ବଳୟରେ ପୁଲିସ ତାଙ୍କୁ ଗାଡ଼ିରୁ ଓହ୍ଲାଇ ମାନସଙ୍କୁ ଅପହରଣ କରା ଯାଇଥିବା ଛକ ଯାଏ ନେଇଥିଲା । ଉକ୍ତ ସ୍ଥାନକୁ ସେ ଚାନ୍ଦବାଲି ପୁଲିସ ଓ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଚିହ୍ନାଇଥିଲା । ସେଠାରେ କୋହଭରା କଣ୍ଠରେ ଶର୍ମିÂା କହିଥିଲେ, ହଁ ଏହି ଛକ, ଏଇଠି ଗାଡ଼ି ରହିଥିଲା । ଏହି ଜାଗାରୁ ମୁଁ ଓ ମୋର ସହଯୋଗୀ ମାନସଙ୍କୁ ଉଠାଇ ନେଇଥିଲୁ । କ୍ରାଇମ୍ସିନ୍ ରିକ୍ରିଏସନ୍ ସ୍ଥାନରେ ଶହଶହ ଲୋକଙ୍କ ଭିଡ଼ ଦେଖି ଚାନ୍ଦବାଲି ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ହଡ଼ବଡେ଼ଇ ଯାଇଥିଲେ । ମାତ୍ର ୫ ମିନିଟ୍ ମଧ୍ୟରେ ସବୁ କାମ ସାରି ପୁଲିସ ଓ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ପଳାଇଥିଲେ ।
ଏହାପରେ ଚାନ୍ଦବାଲି ଥାନା ପଳାସପୁରରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ସିଧା ପହଞ୍ଚିଥିଲା ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଦୟାଲ ଆଶ୍ରମରେ । ସେତେବେଳକୁ ସମୟ ଅପରାହ୍ଣ ୧ଟା ୨୦ । ଆଶ୍ରମରେ ପହଞ୍ଚିବା ପରେ ଶର୍ମିÂା କାନ୍ଦି ପକାଇଥିଲେ । ଅପହରଣ ପରେ ମାନସଙ୍କୁ କେଉଁଠି ରଖା ଯାଇଥିଲା? କେମିତି ହତ୍ୟା କରାଯାଇଥିଲା? ଶର୍ମିÂା ଆଙ୍ଗୁଠିରେ ଠାରି ହତ୍ୟାକାଣ୍ଡର ଟିକିନିଖି ସୂଚନା ଦେଇଥିଲେ । ଘଟଣା ଦିନ ରାତିରେ କ’ଣ ଘଟିଥିଲା ସେ ସବୁ ମଧ୍ୟ ଶର୍ମିÂା କ୍ରାଇମ୍ବ୍ରାଞ୍ଚକୁ କହିଥିଲେ । ତା’ଛଡ଼ା ମାନସ ଉପରେ ପ୍ରତିଶୋଧପରାୟଣ ହୋଇ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ନିରଞ୍ଜନ ସାର୍, ଝୁନା, ରଞ୍ଜନ, ଭାଗ୍ୟଧର, ନିଲୁ ସାହାଯ୍ୟ କରିଥିଲେ ବୋଲି ଶର୍ମିÂା କହିଛନ୍ତି । ଅପହରଣ କରିବା ପାଇଁ ନିରଞ୍ଜନ ତାଙ୍କୁ ଗାଇଡ୍ କରୁଥିଲେ । ମାରିବା ପରେ ଶବ ପୋତିବାରେ ସହଯୋଗ କରିବା ସହ ମୋରାଲ୍ ସପୋର୍ଟ ଦେଇଥିଲେ ବୋଲି ଶର୍ମିÂା କହିଛନ୍ତି । ଦୟାଲ ଆଶ୍ରମରେ ଚାଲିଥିଲା ମାତ୍ର ୨୦ ମିନିଟ୍ର କ୍ରାଇମ୍ ସିନ୍ ରିକ୍ରିଏସନ୍ । ଏହାପରେ ଟିମ୍ ବାହାରିଥିଲା ରାଜସୁନାଖଳାସ୍ଥିତ ବଧିପାଟଣା ଅଭିମୁଖେ ।
ମାନସଙ୍କ ଶବ ପୋତିବା ପାଇଁ ଘଟଣା ଦିନ ଶର୍ମିÂା ଝୁନାଙ୍କ ସହ ମିଶି ଭୁବନେଶ୍ୱର ୧ ନମ୍ୱର ମାର୍କେଟରୁ ଝୋଟ ଅଖା, ସୁତୁଲି ଏବଂ ଗ୍ଲୋଭସ୍ କିଣିଥିଲେ । ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ । ସେଠାରୁ ଭାଗ୍ୟଧର ଓ ରଞ୍ଜନ କୋଦାଳ, ଗଇଁତି ବି କିଣିଥିଲେ । ସବୁ ଜିନିଷ ଧରି ମାନସଙ୍କ ଶବକୁ ପୋତିଥିଲେ ।
ଶର୍ମିÂା ଓ ତାଙ୍କ ସହଯୋଗୀମାନେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରର ଦୟାଲ ଆଶ୍ରମରେ ମାଡ଼ ମାରି ହତ୍ୟା କରିବା ପରେ ମୃତଦେହକୁ ବଧିପାଟଣା ଗାଁରୁ କିଛି ଦୂରରେ ଥିବା ପାହାଡ଼ ତଳେ ପୋତିଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିÂାକୁ ଧରି ଶେଷରେ ପହଞ୍ଚିଥିଲା ମାନସଙ୍କ ମୃତଦେହ ପୋତା ହୋଇଥିବା ସ୍ଥାନରେ । ଟିମ୍ ଉକ୍ତ ସ୍ଥାନରେ ପହଞ୍ଚିଥିଲା ଅପରାହ୍ଣ ୪ଟା ୪୪ ମିନିଟ୍ରେ । କିଭଳି ମୃତଦେହକୁ ଆଣି ସେମାନେ ଏଠାରେ ଗାତ ଖୋଳି ପୋତିଥିଲେ, ଶର୍ମିÂା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ ବର୍ଣ୍ଣନା କରିଥିଲେ । ମାତ୍ର ୩ମିନିଟ୍ ରହିବା ପରେ ୪ଟା ୪୭ ମିନିଟ୍ରେ ଶର୍ମିÂାଙ୍କୁ ଧରି କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ଛାଡ଼ିଥିଲେ । ଏହି ସମୟରେ ଘଟଣାସ୍ଥଳରେ ମାନସଙ୍କ ପରିବାର ପହଞ୍ଚି ଆମକୁ ନ୍ୟାୟ ମିଳୁ, ମାନସଙ୍କ ସ୍ତ୍ରୀ ଓ ପୁଅର ଦାୟିତ୍ୱ ସରକାର ନିଅନ୍ତୁ ବୋଲି ଦାବି କରିଥିଲେ । ସ୍ଥାନୀୟ ଲୋକେ ଶର୍ମିÂାକୁ ଦେଖିବା ପରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons