ମାନସିକ ବିକାରଗ୍ରସ୍ତ ଶିଶୁଙ୍କୁ କିଏ ସାହା?

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଜିଲ୍ଲାରେ ବଢିଚାଲିଛି ମାନସିକ ବିକାରଗ୍ରସ୍ତ ଶିଶୁ, ମହିଳା ଓ ପୁରୁଷଙ୍କ ସଂଖ୍ୟା । ଏମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉନି । ଗାଁଠାରୁ ସହର ପର୍ଯ୍ୟନ୍ତ ଏଭଳି ଶିଶୁ ଓ ଲୋକଙ୍କୁ ଦେଖିବାକୁ ମିଳୁଛି । ସରକାରୀ ସ୍ତରରେ ଏମାନଙ୍କୁ ଥଇଥାନା କରାଯାଉ ନଥିବାରୁ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏକ ତଥ୍ୟ ଅନୁସାରେ, ଜିଲ୍ଲାରେ କେବଳ ୫ ଶହରୁ ଅଧିକ ମାନସିକ ବିକାରଗ୍ରସ୍ତ ଶିଶୁ ରହିଛନ୍ତି । ପରିବାର ଅବା ଆତ୍ମୀୟମାନେ ଏମାନଙ୍କୁ ଆପଣେଇବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ଯାହ ଏମାନଙ୍କ ଦୁଃଖକୁ ବଢାଇଚାଲିଛି । କୋଭିଡ ଯୋଗୁ ଅନାଥ ହେଉଥିବା ଶିଶୁଙ୍କ ପାଇଁ ସରକାର ସହାୟତା ବ୍ୟବସ୍ଥ କରୁଥିବାବେଳେ ଏମାନଙ୍କ ପ୍ରତି ଦୃଷ୍ଟି ନପଡିବା ପରିତାପର ବିଷୟ ହୋଇଛି । ସରକାର ଓ ସ୍ୱେଚ୍ଛାସେବୀ ଅନୁÂାନଗୁଡିକ ଏଥିପାଇଁ ଆଗେଇ ଆସିବା ଜରୁରି ହୋଇପଡିଛି । ମାଥିଲି, ଖଇରପୁଟ, ମାଲକାନଗିରି ସହରରେ ଏଭଳି ଶିଶୁ ଓ ଯୁବକଯୁବତୀଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି ।
ଏକ ସୂଚନା ଅନୁସାରେ, ବଦଲି ପଞ୍ଚାୟତ ବଦଲିଗୁଡା ଗାଁର ଆଦିବାସୀ ଶିଶୁକନ୍ୟା ସୀମା ମାଢି । ବୟସ ୧୧ ବର୍ଷ । ପିଲାଟି ଜନ୍ମରୁ ମାନସିକ ବିକାରଗ୍ରସ୍ତ । ଚାରି ବର୍ଷତଳେ ମା’ ଜିନା ମାଢିଙ୍କର କୌଣସି ରୋଗରେ ପଡି ମୃତୁ୍ୟ ହୋଇଛି । ବାପା ରାମ ମାଢିଙ୍କର ଏକମାସ ତଳେ ଅନୁରୂପ ଦେହାନ୍ତ ହୋଇଛି । ବାପା, ମା’ ଛେଉଣ୍ଡ ହୋଇ ପିଲାଟି ଏବେ ସମ୍ପର୍କୀୟ ଖୁଡି ଇର୍ମେ ମାଢିଙ୍କ ଘରେ ରହି କେବଳ ଗଣ୍ଡେ ଖାଉଛନ୍ତି । କକା ନନେ୍ଦ ମାଢି ଓ ଇର୍ମେଙ୍କ ଅବସ୍ଥା ମଧ୍ୟ ଭଲ ନାହିଁ । ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପିଲାଛୁଆଙ୍କ କଥା ବୁଝିପାରୁ ନାହାନ୍ତି । ଏପରିସ୍ଥଳେ, ସୀମାର ଚିକିତ୍ସା କରିବା ଓ କଥା ଏମାନେ କିଭଳି ବୁଝିବେ ସେ ନେଇ ପ୍ରଶ୍ନ ଉଠିଛି । ସରକାର ଏହି ପିଲାଟି ପ୍ରତି ସହାୟତାର ଦୃଷ୍ଟି ପକାଇବାକୁ ଇର୍ମେ ଓ ନନେ୍ଦ ନିବେଦନ କରିଛନ୍ତି ।
ବଦଳି ପଞ୍ଚାୟତ ଏମଭି-୪୦ ଗାଁର ରଶ୍ମୀତା ବୋଷ(୮) ଅନୁରୂପ ଜଣେ ଶିଶୁ । ବାପା ଖୋକନ ବୋଷଙ୍କ ଦେହାନ୍ତ ହୋଇଯାଇଛି । ମା’ ଅଞ୍ଜଳି ବହୁକଷ୍ଟରେ କୁଲିକାମ କରି ପରିବାର ପୋଷଣ କରୁଛନ୍ତି । ଅଞ୍ଜଳିଙ୍କ ଦୁଇ ଝିଅଙ୍କ ମଧ୍ୟରୁ ରଶ୍ମୀତା ମାନସିକ ବିକାରଗ୍ରସ୍ତ । ପିଲାଟିର ରୋଗ ଏତେ ବଢିଯାଇଛି ଯେ, ତାକୁ ସମ୍ଭାଳିବା କଷ୍ଟକର ହୋଇପଡିଛି । ପରିବାର ଲୋକଙ୍କ ପାଖରେ ଟଙ୍କା ନଥିବାରୁ ପିଲାଟିର ଚିକିତ୍ସା ହୋଇପାରୁନି । ପରିବାର ଲୋକେ ସରକାରୀ ସହାୟତା ଅବା କୌଣସି ସ୍ୱେଚ୍ଛାସେବୀ ଅନୁÂାନର ହାତଟେକାକୁ ଚାହିଁ ରହିଛନ୍ତି । କେବଳ ସୀମା ଓ ରଶ୍ମୀତା ନୁହେଁ ଜିଲ୍ଲାରେ ଏଭଳି ଶିଶୁ ଅନେକ ରହିଛନ୍ତି । ସରକାରୀ ସହାୟତାରୁ ବଞ୍ଚିତ ହୋଇ ଘୂରି ବୁଲୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons