ମାନସ ସ୍ୱାଇଁ ହତ୍ୟା ମାମଲା : କ୍ରାଇମ୍ ସ୍ପଟରୁ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

Get real time updates directly on you device, subscribe now.

ଚାନ୍ଦବାଲି, (ବି.ବି.ନୁ୍ୟଜ): ମାନସ ସ୍ୱାଇଁ ହତ୍ୟା ମାମଲାର ନୂଆ ଖବର କ୍ରାଇମ୍ ବ୍ରାଞ୍ଚ ହାତକୁ ଆସିଛି । ଚାନ୍ଦବାଲି ପୁଲିସ ଏହି ଘଟଣା ଜାଣିଥିଲେ ମଧ୍ୟ ରାଜନେତାଙ୍କ ଚାପରେ ମୁହଁ ବନ୍ଦ କରି ରହିଥିଲା । ସମସ୍ତେ କହୁଥିଲେ ଫେବ୍ରୁଆରୀ ସକାଳ ୭ଟା ରେ ବସ୍ ଚଢିବାକୁ ଆସୁଥିବା ବେଳେ ବାଟରୁ ମାନସଙ୍କୁ ଅପହରଣ କରାଯାଇଥିଲା ଓ ଶର୍ମିÂା ପହଞ୍ଚିି ଥିଲେ । ଆଜି କ୍ରାଇମ୍ ବ୍ରାଞ୍ଚ ଟିମ୍ ଯେଉଁ ତଦନ୍ତ ଆରମ୍ଭ କଲା ତାହା ସମ୍ପୂର୍ଣ୍ଣ ଓଲଟା । କ୍ରାଇମ୍ ବ୍ରାଞ୍ଚର ୫ ଜଣିଆ ଟିମ୍ ଗୁରୁବାର ଚାନ୍ଦବାଲି ଥାନାରେ ପହଞ୍ଚିବା ପରେ ଅପେକ୍ଷା କରିଥିଲେ ଚାନ୍ଦବାଲି ପୁଲିସକୁ । ପୌର ନିର୍ବାଚନ ଥିବାରୁ ଚାନ୍ଦବାଲି ପୁଲିସ ରାତି ୯ଟା ରେ ଫାଙ୍କା ପାଇ ଥାନା ପରିସରରେ ସମସ୍ତ ହତ୍ୟା ମାମଲାର କାଗଜପତ୍ର ହସ୍ତାନ୍ତର କରିଥିଲା । ଏପରିକି ପୁଲିସ ଟିମ୍ କେଉଁ କେଉଁ ଜାଗାକୁ ଯାଇଛି, କେଉଁ କେଉଁ ଜାଗାରେ ପଇଁତରା ମାରିଛି, କାହାକୁ ପଚାରିଛି, କାହାକୁ ଧରିଛି ସବୁକିଛି ତନ ତନ କରି ପୁଲିସକୁ ପଚାରି ଡାଏରୀରେ ଲେଖିଥିଲେ କ୍ରାଇମ୍ ବ୍ରାଞ୍ଚ ଟିମ୍ । ଆଜି ସକାଳୁ ଚାନ୍ଦବାଲି ପୁଲିସ ସହାୟତାରେ ଚାନ୍ଦବାଲିର ୱେବ୍ ସାମ୍ବାଦିକ ଶରତ ପଣ୍ଡା ଏବଂ ପଳାସପୁର ଗାଁର ଦେବାଶିଷ ଜେନାଙ୍କୁ ଥାନାକୁ ଡକାଇ କ୍ରାଇମ୍ ବ୍ରାଞ୍ଚ ଟିମ୍ କବାଟ କିଳି ୪୫ ମିନିଟ୍ କାଳ ପଚରା ଉଚରା କରିଥିଲା । ପ୍ରଶ୍ନ ବାଣରେ ୱେବ୍ ସାମ୍ବାଦିକ ପାଣି ପିଇ ଯାଇଥିଲେ । ପରେ ଏହି ଟିମ୍ କ୍ରାଇମ୍ ସ୍ପଟ୍ ପଳାସପୁରକୁ ଯାଇ ପ୍ରତ୍ୟେକ୍ଷ ଦର୍ଶୀ ରମେଶ ପାତ୍ରଙ୍କ ବୟାନ ନେଇଥିଲେ । ପଳାସପୁର ଗାଁର ରମେଶ ପାତ୍ରଙ୍କ କହିବା ଅନୁଯାୟୀ ୬ ତାରିଖ ରାତି ୧୧ଟାରୁ ୨ଟି ଗାଡିରେ ଶର୍ମିÂା ପଳାସପୁର ଆସିଥିଲେ । ବାହାଘର ବରଯାତ୍ରୀ ଦଳ ଶୋଭାଯାତ୍ରା ପହଞ୍ଚିିବା ପରେ ପଛେ ପଛେ ଦୁଇଟି ଗାଡ଼ିରେ ପହଞ୍ଚି ଥିଲେ ୩ ଜଣ ପୁରୁଷ ଓ ୨ ଜଣ ମହିଳା । ଏମାନଙ୍କ ପାଖରେ ସ୍ଥାନୀୟ ସାମ୍ବାଦିକ ଶରତ ପଣ୍ଡା ପହଞ୍ଚିବା ସହ ରାତି ତମାମ ତାଙ୍କ ପାଖରେ ସହଯୋଗ ପାଇଁ ରହିଥିଲା । ପ୍ରତି ଅଧଘଣ୍ଟାଏରେ ଥରେ ଏହି ୱେବ୍ ସାମ୍ବାଦିକ ବାହାଘର ବେଦୀ ନିକଟକୁ ଯାଇ ମାନସର ଗତିବିଧି ଲକ୍ଷ୍ୟ କରି ପୁଣି ଗାଡ଼ି ପାଖକୁ ଫେରି ତଥ୍ୟ ଦେଉଥିଲା । ବାହାଘର ସରିବା ପରେ ଆମ ଗାଁର ଦେବାଶିଷ ଜେନା ସ୍କୁଟିରେ ଦିଗଛିଆ ଛକକୁ ମାନସକୁ ଛାଡିବା ପାଇଁ ନେଉଥିବା ବେଳେ ଗାଡିରେ ଥିବା ସମସ୍ତ ପୁରୁଷ ଓ ମହିଳା ମାନସକୁ ସ୍କୁଟିରୁ ଟାଣି ନେଇ ତଳେ ପକାଇ ଦେଇଥିଲେ ପରେ ତା କଲର ଧରି ହୁଣ୍ଡାଇ କାର୍ ମଧ୍ୟକୁ ଟାଣି ନେଇଥିଲେ । ଆମେ କିଛି ଲୋକ ଦୌଡି ଯାଇ ଏହାର ପ୍ରତିବାଦ କରିବାରୁ ଶର୍ମିÂା ନାମକ ମହିଳା ଆମକୁ କହିଥିଲେ ଆମର ୫ ଲକ୍ଷ ଟଙ୍କାର କ୍ୟାମେରା ଚୋରି କରି ଭୁବନେଶ୍ୱରରୁ ଏହି ଯୁବକ ନେଇ ଆସିଛି । ତେଣୁ ଆମେ ଚୁପ୍ ରହିଥିଲୁ । ଏପରିକି ୱେବ୍ ସାମ୍ବାଦିକ ଗାଡି ପାଖକୁ ଯାଇ କଣ ସବୁ ଆଲୋଚନା କରୁଥାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୩ ଜଣ ଲୋକ ରାତି ତମାମ ମାନସର ଗତିବିଧି ଲକ୍ଷ୍ୟ ପାଇଁ ତାକୁ ବାହାଘର ବେଦି ଚାରିପଟେ ଘୂରି ବୁଲି ଦେଖୁଥିଲେ । ଏହି ୩ ଜଣଙ୍କ ମଧ୍ୟରୁ ଆମ ଅଞ୍ଚଳର ସାମ୍ବାଦିକ ଜଣେ ଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ରମେଶ ପାତ୍ର ତାଙ୍କ ବୟାନରେ କହିଛନ୍ତି । ଆଜି କ୍ରାଇମ୍ ସ୍ପଟ୍ ପଳାସପୁର ଛକରେ ଏହି ବୟାନ ନେବା ପରେ ଗାଁରେ ବାହାଘର ହୋଇଥିବା ପରିବାର ନିକଟକୁ ଯାଇ ସମସ୍ତ ତଥ୍ୟ ନେଇଥିଲେ । ଜଣାପଡିଛି ଫେବ୍ରୁଆରୀ ୬ ତାରିଖରେ ମାନସ ପଳାସପୁର ଆସିଥିଲା ବାହାଘର ସୁଟିଂ ପାଇଁ । ଏହା ଆଗରୁ ସ୍ଥାନୀୟ ୱେବ୍ ସାମ୍ବାଦିକଙ୍କ ଜରିଆରେ ଶର୍ମିÂା ସମସ୍ତ ଖବର ରଖି ଗୋଟିଏ ହୁଣ୍ଡାଇ କାର୍ ଓ ଗୋଟିଏ ବୋଲେରୋରେ ପଳାସପୁର ଆସି ରାତି ଉଜାଗର ରହି ଅପହରଣ କରି ନେଇଥିଲା । ଏହି ଅପହରଣରେ ସ୍ଥାନୀୟ ୱେବ୍ ସାମ୍ବାଦିକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କିନ୍ତୁ ରାଜନେତାଙ୍କ ଚାପରେ ଚାନ୍ଦବାଲି ପୁଲିସ ଚକ୍ରାନ୍ତ କରି ତାଙ୍କୁ ରାଜସାକ୍ଷୀ ଭାବେ ନେବା କେତେଦୂର ସମୀଚନା ଏବେ ପ୍ରଶ୍ନ ଉଠିଛି । ଯଦି ଭଉଣୀକୁ ବାଟ ଖର୍ଚ୍ଚ ଦେଇ ଭାଇ ପରମେଶ୍ୱର ଜେଲ୍ ଯାଇ ପାରିଲା ତେବେ ଅପହରଣ ନାଟକର ସମ୍ପୂର୍ଣ୍ଣ ସହଯୋଗ କରିଥିବା ଯୁବକଙ୍କୁ କାହିଁକି ସାକ୍ଷୀ କରାଗଲା ବୋଲି ପୁଲିସ ଉପରେ ଅଙ୍ଗୁଳି ନିଦେ୍ର୍ଧଶ ହୋଇଛି । ଆଜି କ୍ରାଇମ୍ ବ୍ରାଞ୍ଚ ଯିବା ବେଳେ ଏହି ୱେବ୍ ସାମ୍ବାଦିକ ଶରତ ପଣ୍ଡା ଏବଂ ପଳାସପୁର ଗାଁର ଦେବାଶିଷ ଜେନାଙ୍କୁ ତୁମକୁ ଭୁବନେଶ୍ୱର ଯିବାକୁ ପଡ଼ି ପାରେ ବୋଲି କହି ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons