ମାନସ ହତ୍ୟାକାଣ୍ଡ: ପ୍ରମାଣ ଗୋଟାଇଲା କ୍ରାଇମବ୍ରାଞ୍ଚ୍

Get real time updates directly on you device, subscribe now.

ଚଣ୍ଡିଖୋଲ,(ବି.ବି.ନୁ୍ୟଜ): ‘ଶର୍ମିÂା ମ୍ୟାଡାମ୍ଙ୍କ ସହ ମିଶି ଜୋର ଜବରଦସ୍ତ ଅପହରଣ କରିଥିଲୁ ଚାନ୍ଦବାଲି ପଳାସପୁର ରାସ୍ତାରୁ । ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ନିରଞ୍ଜନ ସାର୍ଙ୍କ ଉପସ୍ଥିତିରେ ପିଟିଥିଲୁ । ପ୍ରଥମେ ନିରଞ୍ଜନ ସାର୍ ମାଡ଼ ମାରିଥିଲେ । ପରେ ଆମେ ମିଳିମିଶି ବାଡେ଼ଇ ଚାଲିଥିଲୁ । ପିଟିପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଶର୍ମିÂା ଦିଦିଙ୍କ ସହ ତାଙ୍କ କାର୍ରେ ଶବକୁ ନେଇଥିଲୁ ନୟାଗଡ଼ ।’ – ଜେରା ସମୟରେ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଆଗରେ ଏମିତି ଠୋସ୍ ଏବଂ ନିଚ୍ଛକ ସତ ଓକାଳିଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ ଓରଫ୍ ରାଜ୍ ।
ଏପରିସ୍ଥଳେ ଅଭିଯୁକ୍ତ ରଞ୍ଜନ ଏବେ ତଦନ୍ତକାରୀ କ୍ରାଇମ୍ବ୍ରାଞ୍ଚ୍ ପାଇଁ ତଥ୍ୟ ପ୍ରମାଣର ବଡ଼ ଉତ୍ସ ପାଲଟିଛି । ହତ୍ୟା ପୂର୍ବ ଏବଂ ହତ୍ୟା ପରର କାହାଣୀ ସମ୍ପର୍କରେ ସେ ତଦନ୍ତକାରୀ ଅଫିସରଙ୍କୁ ବୟାନରେ କହିଛି ଯେ, ନିରଞ୍ଜନ ସେଠୀ ଶବ ନଷ୍ଟ କରିବାକୁ ଯାଇନଥିଲେ ମଧ୍ୟ ମୃତଦେହ କିପରି ଶୀଘ୍ର ମାଟି ତଳେ ମିଳେଇଯିବ, କେତେ ଗଭୀରରେ ଗାତ ଖୋଳାଯିବ, ସେ ବାବଦରେ ଆମକୁ ଆଇଡିଆ ଦେଇଥିଲେ । ତାଙ୍କ କଥା ଅନୁସାରେ ଆମେ କୋଦାଳ, ଗଇଁତି, ବହୁ ପରିମାଣର ଲୁଣ ସାଙ୍ଗରେ ନେଇ ଯାଇଥିଲୁ ନୟାଗଡ଼ । ମାଟି ଖୋଳିବା ପରେ ମୃତ ଦେହ ପୋତି ତା ଉପରେ ଲୁଣ ଢାଳିଥିଲୁ । ଆଉ ହତ୍ୟାରେ ବ୍ୟବହୃତ ସାମଗ୍ରୀ ସବୁକୁ ନେଇ ଫିଙ୍ଗି ଦେଇଥିଲୁ ଚଣ୍ଡିଖୋଲରେ । ଯେମିତି ସୁରାକ୍ କିଛି ମିଳିବନି । ଅଭିଯୁକ୍ତ ରଞ୍ଜନର ଏହି ବୟାନ୍ ଆଧାରରେ ତଦନ୍ତକାରୀ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ଆଜି ଚଣ୍ଡିଖୋଲ ସମେତ ବିଭିନ୍ନ ସ୍ଥାନ ଖାନ୍ତଲାସ୍ କରି ପ୍ରମାଣ ଗୋଟାଇଛନ୍ତି । ହତ୍ୟାରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଛନ୍ତି ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିÂା ରାଉତ ସମେତ ନିରଞ୍ଜନ ସେଠୀ ଓ ଅନ୍ୟ ସହଯୋଗୀମାନଙ୍କୁ ଜେରା ସମୟରେ ହତ୍ୟା ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ୍କୁ ଅନେକ ନୂଆ ତଥ୍ୟ ମିଳିଲାଣି । ଏହି ଘଟଣାରେ ସମ୍ପୃକ୍ତ ରାଜ୍ ଓରଫ ରଞ୍ଜନ ନାୟକ ଜେରା ସମୟରେ ଗତକାଲି ରାତିରେ ସବୁ ସତ ଓକାଳିଛି । ମାନସଙ୍କ ଅପହରଣ ଷଡ଼ଯନ୍ତ୍ରଠୁ ହତ୍ୟାକାଣ୍ଡ ଏବଂ ପ୍ରମାଣ ନଷ୍ଟ ପାଇଁ ମୃତଦେହ ପୋତାଯିବାରେ କାହାର କଣ ଭୂମିକା ଥିଲା ତାହା ଗୋଟି ଗୋଟି କରି ତଦନ୍ତକାରୀ ଅଫିସରଙ୍କ ନିକଟରେ କହିଛି ରଞ୍ଜନ । ମାନସଙ୍କୁ କିପରି ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ଶବକୁ ନଷ୍ଟ କରିବା ପରେ ରହିଯାଇଥିବା ଅନ୍ୟ ପ୍ରମାଣଗୁଡ଼ିକୁ କେଉଁଠି କିପରି ନଷ୍ଟ କରାଯାଇଥିଲା ସେସବୁ ଟିକିନିକି ତଥ୍ୟ ରଞ୍ଜନ ଦେବା ପରେ ରଂଜନକୁ ନେଇ ଆଜି ସକାଳୁ ସକାଳୁ କ୍ରାଇମବ୍ରାଞ୍ଚ ଟିମ୍ ଚଣ୍ଡିଖୋଲ-ଡୁବୁରୀ ବାଇପାସ୍ ପୋଲ ନିକଟରେ ପହଞ୍ଚିଥିଲେ । ପୋଲ ନିକଟରେ ଏକ ଗହଳିଆ ବୁଦା ମୂଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କୋଦାଳ ଓ ଗଇଁତିକୁ ଜବତ କରିଥିଲେ । ସେହିପରି ମାନସଙ୍କ ମୃତଦେହ ଗୁଡ଼ା ହୋଇଥିବା ଶାଢ଼ୀ ଏବଂ ଅଖା ମଧ୍ୟ ଉକ୍ତ ବୁଦା ମୁଳରୁ ଅଧାପୋଡା ଅବସ୍ଥାରେ ମିଳିଛି । ହତ୍ୟାକାରୀମାନେ ନୟାଗଡ଼ରେ ଶବ ପୋତିବା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ସବୁ ସାମଗ୍ରୀକୁ ଆଣି, ଅନେକ ଦୂର ଚଣ୍ଡିଖୋଲର ଏକ ନିଛାଟିଆ ଜାଗାରେ ପୋଡ଼ି, ଫିଙ୍ଗି ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲେ । ମାନସଙ୍କ ଇୟର୍ଫୋନ୍ କର୍ଡ ଓ ଚପଲ ମଧ୍ୟ ଅଧାପୋଡ଼ା ଅବସ୍ଥାରେ ସାଇଣ୍ଟିଫିକ୍ ଟିମ୍ ଜବତ କରିଛି । ଚଣ୍ଡିଖୋଲ ଅଞ୍ଚଳରୁ ଏସବୁ ପ୍ରମାଣ ସାଇଣ୍ଟିଫିକ୍ ଦଳ ସାଉଁଟିବା ପରେ ରଞ୍ଜନର ବୟାନ ଆଧାରରେ ଟିମ୍ ଧର୍ମଶାଳା ଥାନା ଅନ୍ତର୍ଗତ ଶଙ୍ଖାରିଡ଼ିହ ନିକଟରେ ପହଞ୍ଚିଥିଲେ । ମାନସଙ୍କ ମୋବାଇଲ୍ ମିଳିଥିବା ଉକ୍ତ ଜାଗାରେ ଖାନ୍ତଲାସି କରିଥିଲେ ।
କ୍ରାଇମ୍ବ୍ରାଞ୍ଚ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରିମାଣ୍ଡ୍ରେ ଆସିଥିବା ରଞ୍ଜନ ତଦନ୍ତକାରୀ ଟିମ୍କୁ ଗତକାଲି ରାତିରେ ଏସବୁ ଠୋସ୍ ତଥ୍ୟ ଦେଇଛି । ମୁଖ୍ୟ ଅଭିଯୁକ୍ତ ଶର୍ମିÂା ରାଉତ ଏବଂ ପୂର୍ବତନ ଲୋକସମ୍ପର୍କ ନିଦେ୍ର୍ଧଶକ ନିରଞ୍ଜନ ସେଠୀ ତଦନ୍ତକାରୀ ଅଫିସରଙ୍କ ନିକଟରେ ତଳମୁହାଁ ଧରି କିଛି କହୁନଥିଲେ । ବରଂ ଜେରା ଆରମ୍ଭରୁ ଗାଲୁ ମାରୁଥିଲେ ଏବଂ ଭୁଆଁ ବୁଲାଉଥିଲେ । ରଂଜନ କିନ୍ତୁ ଜେରାରେ ସ୍ୱୀକାର କରିଛି ଯେ ଭଦ୍ରକ ଚାନ୍ଦବାଲି ପଳାସପୁର ଅଞ୍ଚଳରୁ ଶର୍ମିÂାଙ୍କ ନିଦେ୍ର୍ଧଶରେ କାର୍ରେ ମାନସଙ୍କୁ ଅପହରଣ କରି ଅଣାଯାଇଥିଲା । ଅପହରଣ କାର୍ଯ୍ୟରେ ଝୁନା ଭୋଇ, ଭାଗ୍ୟଧର ନାୟକ, ନିଲୁ ଓରଫ ବିବେକ ସମ୍ପୃକ୍ତ ଥିଲେ । ମାନସଙ୍କଠାରୁ କଥିତ ଚିପ୍ଟିକୁ ଆଦାୟ କରିବା ପାଇଁ ତାଙ୍କୁ କାରରେ ନେଇ ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚାଇବା ପରେ ନିରଞ୍ଜନ ସେଠୀ ମାନସଙ୍କୁ ପ୍ରଥମେ ମାଡ଼ ଦେବା ଆରମ୍ଭ କରିଥିଲେ । ପରେ ସମସ୍ତେ ସଂଘବଦ୍ଧ ଓ ନିର୍ମମ ଭାବେ ମାନସଙ୍କୁ ପିଟିପିଟି ମାରିଦେବା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ଶର୍ମିÂା ନିଜ କାର୍ରେ ରଞ୍ଜନ ଏବଂ ଅନ୍ୟ ସହଯୋଗୀମାନଙ୍କ ସହ ନେଇ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ପୋତି ଦେଇଥିଲେ । ଶବ ପୋତିବା ବେଳେ ଶୀଘ୍ର ନଷ୍ଟ କରିବା ପାଇଁ ଲୁଣ ବ୍ୟବହାର କରାଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି ।
ଏସବୁ କାମ ସାରିବା ପରେ ପ୍ରମାଣ ନଷ୍ଟ ପାଇଁ ଦୈତାରୀ-ପାରାଦୀପ ରୋଡ଼ ଅଭିମୁଖେ ରଞ୍ଜନ ଏବଂ ଅନ୍ୟ ଅଭିଯୁକ୍ତମାନେ ଯାଇଥିଲେ । ଚଣ୍ଡିଖୋଲରେ ପହଞ୍ଚି ଏକ ନିଛାଟିଆ ଜାଗା ଦେଖି ଅଭିଯୁକ୍ତମାନେ ମୃତ ମାନସଙ୍କ ଇୟର୍ଫୋନ୍ କଡର୍୍, ଚପଲ, ଶବ ଗୁଡ଼ା ଯାଇଥିବା ଶାଢ଼ୀ ଓ ଅଖାରେ ନିଅାଁ ଲଗାଇ ଦେଇଥିଲେ । ତାପରେ ଗାତ ଖୋଳାରେ ବ୍ୟବହୃତ କୋଦାଳ ଓ ଗଇଁତିକୁ ବୁଦା ଭିତରକୁ ଫୋପାଡ଼ି ଦେଇ ନିଜ ନିଜ ବାଟରେ ଚାଲି ଯାଇଥିଲେ । ଅଭିଯୁକ୍ତ ରଞ୍ଜନର ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଟିମ୍ ଚଣ୍ଡିଖୋଲରୁ ଏସବୁ ସାମଗ୍ରୀ ପ୍ରମାଣ ଆକାରରେ ଯୋଗାଡ଼ କରି ଏସବୁକୁ ରସୁଲଗଡ଼ସ୍ଥିତ ରାଜ୍ୟ ଫରେନସିକ୍ ଲ୍ୟାବ୍କୁ ପଠାଇଛି । ଲ୍ୟାବ୍ରୁ ବୈଷୟିକ ରିପୋର୍ଟ ମିଳିବ, ଯାହା ଅଭିଯୁକ୍ତମାନଙ୍କ ବିରୋଧରେ ଅଦାଲତରେ ବଳିÂ ପ୍ରମାଣ ହେବ ବୋଲି କ୍ରାଇମ୍ବ୍ରାଞ୍ଚ୍ର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons