ମାର୍ଲବା ଘାଟିରେ ଓଲଟିଲା ଭ୍ୟାନ୍, ୫୦ ଆହତ

Get real time updates directly on you device, subscribe now.

ରାୟଗଡ, (ବି.ବି.ଆପ୍ର): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ବୁଧବାର ଏକ ମ୍ୟାr ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାୟ ପଚାଶରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ରାୟଗଡ ପୁଲିସ ଆହତମାନଙ୍କୁ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୧୭ ଜଣ ଯାତ୍ରୀଙ୍କୁ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ଆଠ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଗାଡ଼ିର ଡ୍ରାଇଭରଙ୍କୁ ରାୟଗଡ଼ ପୁଲିସ ଅଟକ ରଖି ପଚରାଉଚରା କରୁଛି ।
ରାୟଗଡା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ସିନ୍ଧବା ଗ୍ରାମର ପ୍ରାୟ ପଚାଶରୁ ଅଧିକ ଲୋକ ଭ୍ୟାନ୍ ଯୋଗେ ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ କୁମୁଳାସିଂ ଗ୍ରାମର ଏକ ବିବାହ ଭୋଜିରେ ଯୋଗଦେବାକୁ ଆସୁଥିଲେ । ମାତ୍ର ଘାଟିରେ ଭାରସାମ୍ୟ ହରାଇ ଭ୍ୟାନ୍ଟି ଓଲଟି ପଡିବାରୁ ଉଣାଅଧିକେ ସମସ୍ତ ଯାତ୍ରୀ ଆହତ ବା ଗୁରୁତର ହୋଇଥିଲେ । ରାୟଗଡ଼ ପୁଲିସ, ବ୍ଲକ୍ ଉପାଧ୍ୟକ୍ଷ ଜ୍ୟୋତିପ୍ରସାଦ ପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଗୁରୁତର ଓ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ । ଠିକଣା ସମୟରେ ଆବଶ୍ୟକ ସଂଖ୍ୟକ ଆମ୍ୱୁଲାନ୍ସ ନଥିବାରୁ ଏବଂ ଗାଡି ଆସିବାରେ ବିଳମ୍ୱ ହେବାରୁ ଚାରୋଟି ଟାଟା ମ୍ୟାଜିକ୍ ଭ୍ୟାନ୍ ବ୍ୟବସ୍ଥା କରି ଗୁରୁତରମାନଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଥିଲା । ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ରାୟଗଡ଼ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଗୁରୁତରମାନଙ୍କ ଚିକିତ୍ସା ବ୍ୟବସ୍ଥା ଦୃଷ୍ଟିରୁ ନିଜେ ପାରଳାଖେମୁଣ୍ଡି ଯିବେ ବୋଲି କହିଥିଲେ । ବେପରୁଆ ଗାଡ଼ିଚାଳନା, ଡ୍ରାଇଭରଙ୍କ ଅସାବଧାନତା ଓ ମାଲବୁହା ଯାନରେ ଅଧିକ ସଂଖ୍ୟାରେ ଯାତ୍ରୀ ଆସୁଥିବାରୁ ବାରମ୍ୱାର ମାର୍ଲବା ଘାଟିରେ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା କୁହାଯାଉଛି । ଘାଟିର ବୁଲାଣିକୁ ଦୁର୍ଘଟଣାପ୍ରବଣ କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons