ମା’ ସହ ଦୁଇ ସନ୍ତାନ ଜୀବନ୍ତ ଦଗ୍ଧ :‘ଶ୍ୱାସରୁଦ୍ଧ କରି ହତ୍ୟା କରିଛି’

Get real time updates directly on you device, subscribe now.

ମୟୂରଭଞ୍ଜ,(ବି.ବି.ଆପ୍ର): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଚ୍ଚଗାଁ ଢିପାସାହିରେ ଘର ଭିତରେ ଶୋଇଥିବାବେଳେ ନିଆଁ ଲାଗିବାରୁ ମା’ ଓ ଦୁଇ ସନ୍ତାନ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏଥିରେ ଅଭିଯୁକ୍ତ ସ୍ୱାମୀ ମଙ୍ଗୋଲ ଶ୍ୱାସ ରୁଦ୍ଧ କରି ସମସ୍ତଙ୍କୁ ମାରିଥିବା ନେଇ ପୁଲିସ ଆଗରେ ସ୍ୱିକାର କରିଛି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସମୀକ୍ଷା ପରେ ମଙ୍ଗୋଲ(୩୦) କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି ।
ଗୁରୁବାର ରାତିରେ ଝରପୋଖରିଆ ଥାନା ଅନ୍ତର୍ଗତ ଉଚ୍ଚଗାଁ ଢିପା ସାହିର ମଙ୍ଗୋଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି (୨୪) , ଝିଅ ସରୀତା (୦୬ ବର୍ଷ ) ଓ ତିନି ମାସର ପୁଅ ଜଗଦିଶ ମାର୍ଣ୍ଡି ସନେ୍ଦହଜନକ ଅବସ୍ଥାରେ ଘର ଭିତରେ ଜୀବନ୍ତ ଦଗ୍ଧ ହେବା ଘଟଣାକୁ ନେଇ ଥାନା କେଶ ନମ୍ବର ୧୦୭/୨୦୨୨ ମୂଳେ ମାମଲା ରୁଜୁ ହୋଇଥିଲା । ପୁଲିସର ସୂଚନା ମୁତାବକ ଅଭିଯୁକ୍ତ କୁହାଯାଉଥିବା ମଙ୍ଗୋଲ ପ୍ରଥମ ବିବାହର କିଛି ବର୍ଷ ପରେ ପରିବାର କଳହକୁ ନେଇ ଗୋଟିଏ କନ୍ୟା ସନ୍ତାନ ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋିଥିଲା । ପୁଣି ଦ୍ୱିତୀୟ ବିବାହ କରି ଦ୍ୱିତୀୟ ପତ୍ନୀକୁ ନିଜ ଘରେ ରଖିଥିବା ବେଳେ ସେ ଦୁଇ ସନ୍ତାନର ମାଆ ହୋଇଥିଲେ । ଗୋଟେପଟେ ଇଂଜିନିଅରିଂର ଶେଷ ବର୍ଷର ଅଧ୍ୟୟନରତ ଛାତ୍ର ହୋଇଥିବା ବେଳେ ଅନ୍ୟପଟେ ମଙ୍ଗୋଲ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ କିଛିଦିନ ପୂର୍ବରୁ ଘରକୁ ଆସିଥିଲା । ଉଭୟ ଦମ୍ପତିଙ୍କ ମଧ୍ୟରେ ଘର ଖର୍ଚ୍ଚ ନିମନ୍ତେ ଅର୍ଥ ଦେବାକୁ ନେଇ ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସେ ଯୋଜନା କ୍ରମେ ଶ୍ୱାସ ରୁଦ୍ଧ କରି ସମସ୍ତ ତିନି ଜଣଙ୍କୁ ମାରିବା ପରେ କିଛି ଲୁଗାପଟା , କାଗଜପତ୍ର ଗଦା କରି ମୃତ ଦେହ ଗୁଡିକୁ ପୋଡିବାରେ ସଫଳ ହୋଇଥିଲା ବୋଲି ଅଭିଯୁକ୍ତ ସ୍ୱୀକାରୋକ୍ତିରୁ ଜଣା ପଡିଛି । ମୃତଦେହର ଅବଶେଷକୁ ନେଇ ବିଭାଗର ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ଜାରି ରହିଥିବା ବେଳେ ବେକରେ କପଡା କିମ୍ବା ଦଉଡି ଭଳି ପଦାର୍ଥର ସାହାଯ୍ୟରେ ପ୍ରଥମେ ଶ୍ୱାସରୁଦ୍ଧ କରାଯାଇଥିବା ବ୍ୟବଚ୍ଛେଦର ପ୍ରାଥମିକତାରୁ ଜଣା ପଡିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons