ମା’ ହେବ ଧଳା ବାଘୁଣୀ ‘ମୌସୁମୀ’

Get real time updates directly on you device, subscribe now.

ବାରଙ୍ଗ,(ବି.ବି.ନୁ୍ୟଜ): ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନଂ ଖୁଆଡ଼ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ଼ ଚାରିପାଖରୁ ଆବଦ୍ଧ କରିର ଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ କରିବା ପରଠାରୁ ତାର ସ୍ୱତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି । ଖାଦ୍ୟ ସହିତ ବିଭିନ୍ନ ଭିଟାମିନ ଓ ଓଆରଏସ ଦିଆଯାଉଛି । ସେ ଏବେ ମଇଁଷି ମାଂସ ଖାଇବା ଛାଡ଼ିଦେଇଛି । କୁକୁଡ଼ା ମାଂସ ଖାଇବାକୁ ଦିଆ ଯାଉଛି । ବର୍ତ୍ତମାନ ତା’ର ଗର୍ଭଧାରଣ ପ୍ରାୟ ୯୩ ଦିନ ହୋଇଛି । ୯୫ ରୁ ୧୦୨ ଦିନ ଭିତରେ ସନ୍ତାନ ପ୍ରସବ କରିବା ନେଇ ଅନୁମାନ କରାଯାଉଛି ।
ନନ୍ଦନକାନନ ଇତିହାସରେ ପ୍ରଥମ ଦୁଇଟି ସମ ବୟସର ଧଳା ବାଘ ଓ ବାଘୁଣୀକୁ ମିଳନ କରାଯାଇଛି । ଆଜକୁ ପ୍ରାୟ ୯୩ ଦିନ ପୂର୍ବରୁ ଧଳା ମହାବଳ ବାଘ ‘ସାହିଲ’ ସହିତ ବାଘୁଣୀ ସୌସୁମୀକୁ ମିଳନ କରାଯାଇଥିଲା । ୨୦୧୬ରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଭୟେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ ଟି ବାଘ ଓ ବାଘୁଣୀ ଅଛନ୍ତି । ସେଥିମଧ୍ୟରୁ ୨ଟି ଧଳା ବାଘ ଓ ୪ଟି ବାଘୁଣୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons