ମିଥ୍ୟା ଖବର ବିରୋଧରେ କାର୍ଯ୍ୟାନୁÂାନ:୨୨ ୟୁଟୁ୍ୟବ୍ ଚ୍ୟାନେଲ ବ୍ଲକ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ମିଥ୍ୟା ଖବର ପ୍ରସାର କରି ଦର୍ଶକମାନଙ୍କୁ ଭ୍ରମିତ କରୁଥିବା ଅଭିଯୋଗରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଙ୍ଗଳବାର ୪ଟି ପାକିସ୍ତାନୀ ଓ ୧୮ଟି ଭାରତୀୟ ସମେତ ମୋଟ ୨୨ଟି ୟୁଟୁ୍ୟବ୍ ଚ୍ୟାନେଲକୁ ବ୍ଲକ୍ କରିଛନ୍ତି । ଯେଉଁ ୪ଟି ପାକିସ୍ତାନଭିତ୍ତିକ ୟୁଟୁ୍ୟବ୍ ଚ୍ୟାନେଲ ବ୍ଲକ୍ ହୋଇଛି ସେଗୁଡ଼ିକ ହେଲା ଦୁନିଆ ମେରେ ଆଗେ, ଗୁଲାମ ନବି ମଦନି, ହକିକତ୍ ଟିଭି, ହକିକତ୍ ଟିଭି ୨.୦ ।
ଏ ସଂପର୍କରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବ୍ଲକ୍ ହୋଇଥିବା ୟୁଟୁ୍ୟବ୍ ଚ୍ୟାନେଲଗୁଡ଼ିକର ମୋଟ ୨୬୦ କୋଟିରୁ ଊଦ୍ଧ୍ୱର୍ ଦର୍ଶକ ଥିଲେ । ଏହି ସବୁ ଚ୍ୟାନେଲ ଜରିଆରେ ଭାରତର ରାଷ୍ଟ୍ରୀୟ ସୁରକ୍ଷା, ସାର୍ବଜନିକ ବ୍ୟବସ୍ଥା ଓ ବିଦେଶ ସହ ସଂପର୍କ ବିଷୟରେ ଦୁଷ୍ପ୍ରଚାର କରାଯାଉଥିଲା । ମନ୍ତ୍ରାଳୟ ପକ୍ଷରୁ ଏହି ୨୨ଟି ୟୁଟୁ୍ୟବ୍ ଚ୍ୟାନେଲ ବ୍ୟତୀତ ୩ଟି ଟ୍ୱିଟର ଆକାଉଣ୍ଟ, ଗୋଟିଏ ଫେସବୁକ୍ ଆକାଉଣ୍ଟ ଓ ଗୋଟିଏ ନୁ୍ୟଜ୍ ୱେବସାଇଟ୍କୁ ବି ବ୍ଲକ୍ କରାଯାଇଛି ।
ମନ୍ତ୍ରାଳୟ ଆହୁରି କହିଛି, କଣ୍ଟେଣ୍ଟକୁ ବିଶ୍ଳେଷଣ କରିବା ସମୟରେ ଜଣାପଡ଼ିଛି ଯେ, ଭାରତୀୟ ସଶସ୍ତ୍ର ବଳ, ଜମ୍ମୁ-କାଶ୍ମୀର ଆଦି ବିଭିନ୍ନ ବିଷୟରେ ମିଥ୍ୟା ସମାଚାର ପୋଷ୍ଟ କରିବା ଲାଗି ଅନେକ ୟୁଟୁ୍ୟବ୍ ଚ୍ୟାନେଲକୁ ବ୍ୟବହାର କରାଯାଇଥିଲା । ଅନେକଗୁଡ଼ିଏ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଭାରତ ବିରୋଧୀ ତଥ୍ୟ ପ୍ରସାରିତ ହେଉଥିଲା । ଏଥିପାଇଁ ପାକିସ୍ତାନରେ ଥିବା ଚ୍ୟାନେଲଗୁଡ଼ିକର ବି ସହାୟତା ନିଆଯାଉଥିଲା । ଏହି ସବୁ ଭାରତୀୟ ୟୁଟୁ୍ୟବ୍ ଚ୍ୟାନେଲ ଦ୍ୱାରା ୟୁକ୍ରେନ୍ରେ ବର୍ତ୍ତମାନର ସ୍ଥିତି ସହ ସମ୍ବନ୍ଧିତ ଘଟଣାକ୍ରମ ନେଇ ବ୍ୟାପକ ମିଥ୍ୟା ଖବର ପ୍ରସାରଣ କରାଯାଇଥିଲା । ବିଦେଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତର ସଂପର୍କକୁ ଖରାପ କରିବା ସେଗୁଡ଼ିର ଉଦେ୍ଧଶ୍ୟ ଥିଲା । ଏହି ଚ୍ୟାନେଲଗୁଡ଼ିକରେ ଭାରତ ବିରୋଧୀ ନୁ୍ୟଜ୍ ବି ପ୍ରସାରିତ ହୋଇଥିଲା । ଏଗୁଡ଼ିକ ଅତ୍ୟନ୍ତ ଚତୁରତାର ସହ ନିଜ କାମକୁ ରୂପରେଖ ଦେଉଥିଲେ ।
ବ୍ଲକ୍ କରାଯାଇଥିବା ୟୁଟୁ୍ୟବ୍ ଚ୍ୟାନେଲ କିଛି ଟିଭି ସମାଚାର ଚ୍ୟାନେଲର ଟେମ୍ପଲେଟ ଓ ଲୋଗୋକୁ ବ୍ୟବହାର କରୁଥିଲେ, ଯେଉଁଥିରେ ନୁ୍ୟଜ ଆଙ୍କରଙ୍କ ଫଟୋ ବି ସାମିଲ ଥିଲା । ଯେପରିକି ଦର୍ଶକମାନଙ୍କୁ ସେହି ଖବର ଠିକ୍ ବୋଲି ବିଲକୁଲ୍ ବିଶ୍ୱାସ ଆସିଯିବ । ଭିଡିଓର ଟାଇଟଲ ଓ ଥମ୍ବନେଲକୁ ସୋସିଆଲ ମିଡିଆରେ କଣ୍ଟେଣ୍ଟକୁ ଭାଇରାଲ୍ କରିବା ଲାଗି ପ୍ରାୟ ସମୟରେ ବଦଳାଇ ଦିଆଯାଉଥିଲା । ଭାରତ ବିରୋଧୀ ମିଥ୍ୟା ଖବର ପାକିସ୍ତାନରୁ ଆସୁଥିବା କିଛି କ୍ଷେତ୍ରରେ ଦେଖାଯାଇଥିଲା ।
ଅନ୍ୟପଟେ ଭବିଷ୍ୟତରେ ମଧ୍ୟ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚନା କରିବା, ମିଥ୍ୟା ପ୍ରସାର କରିବା ଓ ସମାଜକୁ ବିଭାଜିତ କରୁଥିବା ଏଭଳି ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରିବା ଲାଗି କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ କହିଛି । ସୂଚନାଥାଉକି, ଗତବର୍ଷ ଫେବ୍ରୃଆରୀ ମାସରେ ନୂଆ ଆଇଟି ନିୟମ, ୨୦୨୧ ସଂପର୍କରେ ବିଜ୍ଞପ୍ତି ଜାରି ହେବା ପରେ ପ୍ରଥମ ଥର ଲାଗି ଭାରତୀୟ ୟୁଟୁ୍ୟବ୍ ସମାଚାର ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons