ମିଷ୍ଟର୍ କହ୍ନେୟା

Get real time updates directly on you device, subscribe now.

ସିନେମାର ପୋଷ୍ଟର୍କୁ ନେଇ ବହୁ ବାବଦ ବିବାଦ ପରେ ଏବେ ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମୁ୍ୟଜିକ୍ର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ‘ମିଷ୍ଟର୍ କହ୍ନେୟା’ ମୁକ୍ତିଲାଭ କରୁଛି । ଏହା ପ୍ରଯୋଜନା ସଂସ୍ଥାର ୨୭ତମ ନୂଆ ଓଡ଼ିଆ ସିନେମା । ଏହାରି ମାଧ୍ୟମରେ ପୁଣି ଥରେ ଓଲିଉଡ ହାସ୍ୟ ସମ୍ରାଟ ପପୁ ପମ୍ପମ୍ ନାୟକ ହୋଇ ପରଦାକୁ ଫେରୁଛନ୍ତି । ଆଉ ତାଙ୍କ ନାୟିକା ସାଜିଛନ୍ତି ଝିଲିକ୍ । ଦୁହିଁଙ୍କ ଉପରେ ଭରସା ରଖିଛନ୍ତି ପ୍ରଯୋଜକ । ‘ଟୋକାଟା ଫସିଗଲା’ର ସଫଳତା ପରେ ଏ ସିନେମାରେ ପପୁ ଏବଂ ସୀତାରମ ଅଗ୍ରୱାଲ୍ଙ୍କ ଯୋଡ଼ି ନିଶ୍ଚିତ କିଛି ଭିନ୍ନ କରିଥିବେ ବୋଲି ଦର୍ଶକ ଆଶା ରହିଛି । ‘ରଙ୍ଗିଲା ଟୋକା’, ‘ଆମେ ତୋ ଟୋକା ଷଣ୍ଢମାର୍କା’ ପରେ ପପୁଙ୍କ ଏହା ତୃତୀୟ ସିନେମା । ଯେଉଁଥିରେ ସେ ଲିଡ୍ରେ ନଜର ଆସିବେ । କରୋନା କଟକଣା ପାଇଁ ଟିଭି ରିୟାଲିଟି ଶୋ’ ଏବଂ ୟୁଟୁ୍ୟବ୍ରେ ଗୀତଗାଇ, କମେଡି କରି ଲୋକପ୍ରିୟତା ବଢ଼ାଇ ଚାଲିଥିବା ପପୁ ଏ ଭିତରେ ସଫଳତାର ସହ ନିଦେ୍ର୍ଧଶନା ଦାୟିତ୍ୱ ବି ତୁଲାଇ ସାରିଛନ୍ତି । ତେଣୁ ସେହି ଲୋକପ୍ରିୟତା ମିଷ୍ଟର୍ କହ୍ନେୟାଙ୍କୁ କେତେ ମାର୍କ ଦେଉଛି ଏବେ ତାହା ଦେଖିବା ବାକି ରହିଲା । ସେପେଟ ବହୁ ବଡ଼ ବଡ଼ ଷ୍ଟାର୍ଙ୍କ ସହ କାମ କରିଥିବା ଝିଲିକ୍ ମଧ୍ୟ ପପୁଙ୍କ ସହ ମିଶି କି ରଙ୍ଗ ଦେଖାଇଛନ୍ତି ତାହା ବି ଦେଖିବାକୁ ହେବ । ସିନେମାର ନିଦେ୍ର୍ଧଶନା ରମେଶ ରାଉତ ଦେଇଥିବା ବେଳେ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇ ଛନ୍ତି ବୈଦ୍ୟନାଥ ଦାଶ । କ୍ୟାମେରା ପରିଚାଳନାରେ ପ୍ରତାପ ରାଉତ ଏବଂ ସମ୍ପାଦନା କରିଛନ୍ତି ରାଜେଶ ଦାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons