‘ମୂର୍ତ୍ତି ଉଚ୍ଚତା ଛାଡ଼ି ସବୁ କଟକଣା ମାନିବୁ’

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଶାରଦୀୟ ପୂଜା ଉପଲକ୍ଷେ ନିର୍ମାଣ ହେଉଥିବା ପୀଠ ମୂର୍ତ୍ତିଗୁଡିକର ଉଚ୍ଚତା ବ୍ୟତୀତ ଅନ୍ୟ ସମସ୍ତ କୋଭିଡ୍ କଟକଣା ମାନିବୁ ବୋଲି ପୁରୀ ଜାଗା ଆଖଡ଼ା ସମୂହର ମୁରବିମାନେ ଓ ସାତ ସାହି ପୂଜା କମିଟି କର୍ମକର୍ତ୍ତା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ।
ବୁଧବାର ସନ୍ଧ୍ୟାରେ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମା ଡାକିଥିବା ପୂଜା ପ୍ରସ୍ତୁତି ବୈଠକରେ ପୂଜା କମିଟି ମୁରବିମାନେ ପ୍ରଶାସନକୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ ପୁରୀର ପାରମ୍ପରିକ ପୀଠରେ କୀଳା ପୂଜନ ପରେ ଗୋସାଣୀ ମୂର୍ତ୍ତି ସମୂହର ନିର୍ମାଣ ଆରମ୍ଭ ହୋଇ ସାରିଲାଣି । ମୂର୍ତ୍ତି ଉଚ୍ଚତା ଆଉ କମିବ ନାହିଁ ବୋଲି ବୈଠକରେ ୩୦ ପୂଜା କମିଟି ସଦସ୍ୟମାନେ ମତ ଦେଇଥିଲେ । ଜବାବରେ ଜିଲ୍ଲା ପ୍ରଶାସନ କହିଥିଲା ଜାଗା ଆଖଡା ମୂର୍ତ୍ତି ସମୂହର ଉଚ୍ଚତା ତାଲିକା ଦାଖଲ କରନ୍ତୁ । ଏହି ତାଲିକାକୁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍ଆରସି)ଙ୍କ ବିଚାର ପାଇଁ ପଠାଯିବ ।
ପ୍ରଶାସନ ଓ ସାତ ସାହି ପୂଜା କମିଟିର ମିଳିତ ବୈଠକରେ ଏସ୍ପି କେ ବିଶାଳ ସିଂହଙ୍କ ସହ ଅନ୍ୟ ବରିÂ ଅଫିସରମାନେ ଉପସ୍ଥିତ ଥିଲେ । ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣା ସହ ଶାରଦୀୟ ପୂଜା ପାଳନ ଏବଂ ମୂର୍ତ୍ତି ଉଚ୍ଚତା ୪ ଫୁଟରେ ସୀମିତ ରଖିବା ନିଦେ୍ର୍ଧଶକୁ ଅବଗତ କରାଯାଇଥିଲା । ଅଗଷ୍ଟ ୯ ତାରିଖରେ ସରକାର ମୂର୍ତ୍ତି ଉଚ୍ଚତା କଟକଣା ଜାରି କରିଥିବାର ସୂଚନା ଦିଆଯାଇଥିଲା ।
ବୈଠକରେ ସାତ ସାହି ପୂଜା କମିଟି ସଭାପତି କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ ପଢ଼ିଆରି) କହିଥିଲେ ଗୋସାଣୀ ମେଢ଼ ମୂର୍ତ୍ତି ସମୂହର ଉଚ୍ଚତା ସରକାରୀ ନିର୍ଦ୍ଧାରଣ ଠାରୁ ଅଧିକ ରହିଛି । ପରମ୍ପରା ଆଧାରରେ ସର୍ବାଧିକ ୧୮ରୁ ୨୦ ପୁଟ ପର୍ଯ୍ୟନ୍ତ ଉଚ୍ଚତାର ମୂର୍ତ୍ତି ନିର୍ମାଣ ଚାଲିଛି । ପରମ୍ପରା ମୁତାବକ ମୂର୍ତ୍ତି ସମୂହର କୀଳା ପୂଜନ ଶେଷ ହେବା ପରେ ମୂର୍ତ୍ତି ଉଚ୍ଚତା ଆଉ ହ୍ରାସ ପାଇବ ନାହିଁ । ମୂର୍ତ୍ତି ଉଚ୍ଚତା ଛାଡି କୋଭିଡ୍ କଟକଣାର ବାକି ସମସ୍ତ କଟକଣାକୁ ଆମେ କଡାକଡି ଭାବେ ପାଳନ କରିବୁ ବୋଲି ସାତ ସାହି ପୂଜା କମିଟି ସଭାରେ ପ୍ରତିଶ୍ରୁତି ଦେଇଥିଲ ।
ମାର୍ଗଦର୍ଶିକା ସୂଚନାରେ ରହିଛି ପର୍ବପର୍ବାଣୀକୁ କେନ୍ଦ୍ର କରି ସାମୂହିକ ତଥା ସାମାଜିକ ଭୋଜିଭାତ ହେବ ନାହିଁ । ପୂଜାମଣ୍ଡପ ତଥା ପେଣ୍ଡାଲ ପର୍ବପର୍ବାଣୀ ନାମରେ କୌଣସି ସାମୂହିକ ଚିତ୍ତବିନୋଦନ କାର୍ଯ୍ୟକ୍ରମ ମନା କରାଯାଇଛି । ପର୍ବପର୍ବାଣୀ ବେଳେ ଧାର୍ମିକ ଗୋÂୀଗୁଡିକ ପକ୍ଷରୁ ଶୋଭାଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ପୂଜା ପେଣ୍ଡାଲଗୁଡିକରେ କୋଭିଡ୍ କଟକଣା ଅନୁପାଳନ କରାଯିବ । ମାସ୍କ ପରିଧାନ, ସମାଜିକ ଦୂରତା ରକ୍ଷା, ପରିବେଶ ପରିମଳକୁ ଗୁରୁତ୍ୱ ଦିଆଯିବ । ପୂଜାମଣ୍ଡପ ଓ ପେଣ୍ଡାଲ ଗୁଡିକରେ ପୂଜକ, ଆୟୋଜକ ଆଉ ସହାୟକଙ୍କୁ ମିଶାଇ ସର୍ବାଧିକ ସାତ ଜଣ ରହି ପାରିବେ । ପୂଜା ପେଣ୍ଡାଲରେ ମାଇକ ବାଜିବ ନାହିଁ । ପୂଜା ମେଢ଼ଗୁଡିକରେ ଭକ୍ତ ତଥା ଦର୍ଶନାର୍ଥୀଙ୍କ ସମାଗମକୁ ବାରଣ କରାଯାଇଛି । ପୂଜାମଣ୍ଡପକୁ ତିନି ଦିଗରୁ ବନ୍ଦ ରଖାଯିବ । ମେଢ଼ ତଥା ଠାକୁର ଦର୍ଶନାର୍ଥୀଙ୍କ ପ୍ରବେଶକୁ ବନ୍ଦ ରଖିବାକୁ ଚତୁର୍ଥ ଦିଗକୁ ମଧ୍ୟ ଘୋଡ଼ାଇ ରଖାଯିବ । ସଂକ୍ଷେପରେ ନିରାଢ଼ମ୍ବରରେ ପର୍ବପର୍ବାଣୀ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ବୈଠକରେ ସୂଚନା ଦେଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons