ମେଡିକାଲରେ ଗୀତ, ଆଇସିୟୁରେ ଆକ୍ଟିଂ

Get real time updates directly on you device, subscribe now.

ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ପ୍ରସ୍ତୁତ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ବାପା ଆଇସିୟୁରେ ଅଛନ୍ତି’ । ଏହି ସିନେମାରେ ଏକ ଗୀତ ସଂଯୋଜିତ ହୋଇଛି, ଯେଉଁଥିରେ ଅନେକ ମେଡିକାଲ୍ରେ ରୋଗୀ ଓ ସମ୍ପର୍କୀୟମାନେ ଭୋଗୁଥିବା ଅସୁବିଧା ସବୁକୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି । ଡାକ୍ତରୀପାଠ ଓ ସିନେମା ଶିଳ୍ପ ଉଭୟ ସହ ଜଡ଼ିତ ଗୀତିକାର ଡ. ନିର୍ମଳ ନାୟକ ମେଡିକାଲ୍କୁ ଏକ ସିନେମା ହଲ୍ ସହ ଚମକ୍ରାର ଢଙ୍ଗରେ ତୁଳନା କରି ଗୀତଟି ଲେଖିଛନ୍ତି । ‘ଇଏ ଏମିତିକା ଏକ ସିନେମା ହଲ୍, ଏଠି ଦିନକୁ ହଜାରେ ଷ୍ଟୋରୀ । ସବୁ ଷ୍ଟୋରୀରେ କେତେ ଇମୋସନ୍ କେତେ ସେଣ୍ଟିମେଣ୍ଟ ରହିଛି ଭରି । କÿୁଅାଁ କୁଅାଁ କରି ଆଖି ଖୋଲେ କିଏ । ଆଖି ବୁଜେ କିଏ ହେଇ ଏଠି କଲବଲ । ବାଃ ବାଃରେ ମେଡିକାଲ୍ । କିଏ କାହା ପାଇଁ ଭଲ ପୁଣି କାହା ପାଇଁ ଭେଲ’ । ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ନିଜେ ସଙ୍ଗୀତକାର ଅଭିଜିତ ମଜୁମଦାର । ହାସ୍ୟବ୍ୟଙ୍ଗଧର୍ମୀ ଏ ଗୀତଟି ସହ ସିନେମାରେ ଦେବୀଦତ୍ତ ମହାନ୍ତିଙ୍କର ମଧ୍ୟ ଆଉ ଦୁଇଟି ଗୀତ ସଂଯୋଜିତ ହୋଇଛି । ସେଥିମଧ୍ୟରୁ ସ୍ୱୟମ୍ ଓ ଅର୍ପିତା ଗାଇଥିବା ରୋମାଣ୍ଟିକ୍ ଗୀତ ‘ତୁ ଏମିତି ପାଖେ ପାଖେ ଥା ସବୁବେଳେ’ ନାୟକ ଜଗଜିତ ଓ ନାୟିକା ମିତାଲିଙ୍କ ଉପରେ ଦୃଶ୍ୟାୟିତ ହୋଇଥିବା ବେଳେ ମୁଖ୍ୟ ଚରିତ୍ର ବାପାଙ୍କ ଉପରେ ଚିତ୍ରିତ ହୋଇଛି ଅନ୍ୟ ଏକ ଆବେଗପୂର୍ଣ୍ଣ ଗୀତ । ଗୀତର ଶବ୍ଦ ସଂଯୋଜନା ସହ କରୁଣାକାରଙ୍କ ଦରଦଭରା କଣ୍ଠରେ ଏ ଗୀତକୁ ଶୁଣିଲେ ଯେକୌଣସି ପୁଅଝିଅଙ୍କୁ ତାଙ୍କ ବାପାଙ୍କ ବିଷୟରେ କିଛି ସମୟ ଭାବିବାକୁ ବାଧ୍ୟ କରିବ । ମେଡିକାଲ୍କୁ ନେଇ ଗୀତ ହୋଇଥିଲା ବେଳେ ସିନେମାର ଶୀର୍ଷକ ଅନୁସାରେ ବାପା ଆଇସିୟୁରେ ଅଛନ୍ତି । ଆଉ ସେହି ଭିତରେ ରହି ଅଭିନୟ କରିବାକୁ ପଡ଼ିଛି । କରୋନା କାଳ ଯୋଗୁ ସମସ୍ତେ ଏଭଳି ଘଟଣାକୁ ଅଙ୍ଗେ ନିଭାଇଥିବା, ଯାହାକୁ ନେଇ ଏ ସିନେମା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ଦେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons