ମୋବାଇଲ୍ ଖେଳରୁ ଛାତ୍ରକୁ ହତ୍ୟା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ମୋବାଇଲ୍ ନେଇଗଲା ଜଣକ ଜୀବନ । ଫ୍ରି ଫାୟାର୍ ଖେଳକୁ କେନ୍ଦ୍ର କରି ଜଣେ ଷÂ ଶ୍ରେଶୀ ଛାତ୍ରକୁ ନିର୍ମମ ହତ୍ୟା । ପଥରରେ ଆକ୍ରମଣ କରି ଫିଙ୍ଗିଦେଲେ ଜଳଭଣ୍ଡାରରେ । ମୃତ ଛାତ୍ରର ନା ଲୁଲୁ ଭୋଇ । ଏଭଳି ଅମାନୁଷିକ ତଥା ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ଅନ୍ତର୍ଗତ ମସିପୁଟ ଅଞ୍ଚଳରେ । ସାଇଣ୍ଟିଫିକ୍ ଟିମ୍ ସହ ଏସ୍ଡିପିଓ ମନୋଜ କୁମାର ପୂଜାରୀ ଏବଂ ଆଇଆଇସି ଧୀରେନ ପ;ନାୟକ ମାମଲାର ତନାଘନା କରୁଛନ୍ତି । ଜଣେ ନାବାଳକ ସମେତ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ।
ଅତିରିକ୍ତ ଏସ୍ପି ଉ+ଳ ରଞ୍ଜନ ଦାଶଙ୍କ ସୂଚନା ଅନୁଯାୟୀ, କହ୍ନେଇପୁଟ ବିଦ୍ୟାଳୟରେ ପଢୁଥିଲା ଲୁଲୁ । ଗୁରୁବାର ମସିପୁଟ ବିଦ୍ୟାଳୟ ନିକଟରେ ମୋବାଇଲ୍ରେ ଫ୍ରି ଫାୟାର ଖେଳୁଥିଲା । ଖେଳରେ ହାରିଯାଇଥିଲା । ଏହି ସମୟରେ ଗାଁର ଲୋକନାଥ ମାଳି(୧୯) ଓ ଅନ୍ୟ ଜଣେ ନାବାଳକ ତା ପାଖରେ ଉପସ୍ଥିତ ଥିଲେ । ଫ୍ରି ଫାୟାର ଖେଳିବା ଲାଗି ସେମାନେ ମୋବାଇଲ ମାଗିଥିଲେ । ନଦେବାରୁ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । କଥା ଏତେଦୂରକୁ ବଢିଯାଇଥିଲା ଯେ, ଲୋକନାଥ ଓ ତା ସାଙ୍ଗ ଉତ୍ତ୍ୟକ୍ତ ହୋଇ ଏକ ପଥରରେ ଲୁଲୁକୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଠାରେ ସେ ଅଚେତ ହୋଇ ପଡିଯାଇଥିଲା । ମରିଯାଇଥିବ ଭାବି ଘୋଷାଡ଼ି ଘୋଷାଡ଼ି ଲୁଲୁକୁ ନେଇ ପାଖରେ ଥିବା କୋଲାବ ଜଳଭଣ୍ଡାରରେ ଫିଙ୍ଗି ଦେଇଥିଲେ । ରାତିରେ ଘରକୁ ଫେରିନଥିଲା ଲୁଲୁ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇନଥିଲେ । ଆଜି ସକାଳେ ଜଳଭଣ୍ଡାରରେ ତା ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଏକଥା ପୁଲିସ୍ ଜାଣିବାକୁ ପାଇଛି ।
ମୃତଦେହ ଭାସୁଥିବା ସଂପର୍କରେ ଲୁଲୁର ବାପା ପୀତବାସ ଭୋଇ ଥାନାକୁ ଜଣାଇଥିଲେ । ସଂଗେ ସଂଗେ ପହଞ୍ଚିଥିଲା ପୁଲିସ । ମୃତଦେହ ଜବତ କରିଥିଲା । ଏଥିସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାରେ ଲୁଲୁର ଶବ ବ୍ୟବଚ୍ଛେଦ କରାଯାଇଛି । ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍ପି ଶ୍ରୀ ଦାଶ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons