ଯାତ୍ରୀବାହୀ ବସ-ଗ୍ୟାସ ବୋଝେଇ ଟ୍ରକ ମୁହାଁମୁହିଁ: ଟ୍ର୍ରକ ଡ୍ରାଇଭର ମୃତ, ୧୭ଆହତ

Get real time updates directly on you device, subscribe now.

ଦଶପଲ୍ଲା,(ବି.ବି.ନୁ୍ୟଜ): ଆଜି ମଧ୍ୟାହ୍ନ ୧୨ଟା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଟାକରା ଘାଟି ନିକଟ ପଡ଼ିଆକୁଟିବାରିଠାରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜଟଣୀ-କଣ୍ଟାମାଳ ଯାତ୍ରୀବାହୀ ବସ ଓ ଏକ ଗ୍ୟାସ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତୁ୍ୟ ଘଟିଥିବା ବେଳେ ବସ ଡ୍ରାଇଭରଙ୍କ ସମେତ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଥିଲେ । ମୃତାହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗାଡ଼ି ଦୁଇଟି ପରସ୍ପର ସହ ଏତେ ଜୋରରେ ଧକ୍କା ଖାଇଥିଲା ଯେ ଡ୍ରାଇଭର ଦ୍ୱୟ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଗାଡ଼ି ଦୁଇଟିକୁ କଟର ସାହାଯ୍ୟରେ କଟାଯାଇ ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା । ଟ୍ରକ ଡ୍ରାଇଭରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ବସ ଡ୍ରାଇଭରଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେହିଭଳି ସଂକଟାପନ୍ନ ଅବସ୍ଥାରେ ଥିବା ବସ କଣ୍ଡକ୍ଟରଙ୍କୁ ମଧ୍ୟ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୫ଜଣ ସାମାନ୍ୟ ଆହତ ବସ ଯାତ୍ରୀଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।
ସବୁଦିନ ଭଳି ଆଜି ଭୋର ୪ଟା ୪୫ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ୫୦ରୁ ଊଦ୍ଧ୍ୱର୍ ଯାତ୍ରୀଙ୍କୁ ଧରି ଜଟଣୀ ଅଭିମୁଖେ ସରକାରୀ ଯାତ୍ରୀବାହୀ ବସ (ଓଆର ୧୪ ଡବ୍ଲୁ୍ୟ ୩୮୯୨) ବାହାରି ଥିଲା । ମଧ୍ୟାହ୍ନ ୧୨ଟାରେ ଦଶପଲ୍ଲା ଥାନା ଟାକରା ଘାଟିଠାରେ ବସଟି ପହଞ୍ଚି ଥିବା ବେଳେ ଦଶପଲ୍ଲାରୁ ଫୁଲବାଣୀ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଗ୍ୟାସ ବୋଝେଇ ଟ୍ରକ(ଓଡି ୦୨ ବିଜି ୧୫୯୧) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରକ ଡ୍ରାଇଭର ସୁବାସ ଚନ୍ଦ୍ର ରାଉତ(୩୪)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଯାଇଥିଲା । ମୃତ ସୁରେନ୍ଦ୍ରଙ୍କ ଘର କଟକ ଜିଲ୍ଲା ବାଙ୍କୀ ବୈଦେଶ୍ୱର ଥାନା ଅଞ୍ଚଳ ରାଜୀବଗୋଳଗଣ୍ଡ ଗ୍ରାମରେ ବୋଲି ଜଣାପଡିଛି । ବସ ଡ୍ରାଇଭର ହେମନ୍ତ ଦାସ, କଣ୍ଡକ୍ଟର ଛବିମନୁ ଭଦ୍ରାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା ।
ଆହତମାନଙ୍କ ମଧ୍ୟରେ ବୌଦ୍ଧ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ-ପ୍ରଭାତ ଶତପଥୀ(୪୮), ସସ୍ମିତା ଶତପଥୀ (୪୪), ପ୍ରୀତିସ୍ମିତା ଶତପଥୀ(୧୧) ଥିବା ବେଳେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଚକାମୁଣ୍ଡା ଗ୍ରାମର କମଳା ସାହୁ(୬୦) ଓ ଖଜୁରିଆ ଗ୍ରାମର ଟିକିନା ପ୍ରଧାନ(୨୬), ବୌଦ୍ଧ ଘଣ୍ଟାପାଲି ଅଞ୍ଚଳର ମଧୁସୂଦନ ପ୍ରଧାନ(୧୬), ଦଶପଲ୍ଲା ଥାନା ଟାକରା ଗ୍ରାମର ରାଜକିଶୋର ସାହୁ(୪୦) ଓ ଚିନ୍ମୟ ସାହୁ(୧୦), ବୌଦ୍ଧ ଜିଲ୍ଲା ଡିମିରିତେଲି ଗ୍ରାମର ପଞ୍ଚୁ ନାୟକ(୪୦) ଓ ବାଉଁଶୁଣି ଗ୍ରାମର ଦମ୍ପତି ପବିତ୍ର ମେହେର(୫୫), ନିଆଳି ମେହେର(୪୭) ପ୍ରମୁଖ ରହିଛନ୍ତି ।
ଦଶପଲ୍ଲା ଡାକ୍ତରଖାନାରେ ଡାକ୍ତର ନବ କିଶୋର ସାହୁ, ଡାକ୍ତର ରଶ୍ମିରଞ୍ଜନ ଭଦ୍ରା ଆହତ ଓ ଗୁରୁତରଙ୍କ ଚିକିତ୍ସା କରିଥିଲେ । ଖବର ପାଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ଏନ୍ଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱସ୍ଥ୍ୟାବସ୍ଥା ବୁଝିଥିଲା ବେଳେ ଏବଂ ମୃତ ବ୍ୟକ୍ତିଙ୍କ ଉଦେ୍ଧଶ୍ୟରେ ଶୋକ ପ୍ରକାଶ କରିଥିଲେ । ମୃତ ଡ୍ରାଇଭର ସୁରେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons