ଯୁକ୍ତ ୩ ପ୍ରଥମ ବର୍ଷ:ସ୍ପଟ୍ ଆଡମିଶନ୍ ଫର୍ମ ଦାଖଲ ଆରମ୍ଭ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଆରମ୍ଭ ହୋଇଛି ଯୁକ୍ତ୩ ପ୍ରଥମ ବର୍ଷ ଲାଗି ସ୍ପଟ୍ ଆଡମିଶନ ଫର୍ମ ଦାଖଲ ପ୍ରକି୍ରୟା । ଖାଲିଥିବା ୧୧୫ ସିଟ୍ ଲାଗି ଛାତ୍ରଛାତ୍ରୀ ଫର୍ମ ଦାଖଲ କରିଛନ୍ତି । ଆସନ୍ତା ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ୨୪ରୁ ୨୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ପାଇଥିବା ଅନର୍ସ ସିଟ୍ରେ ନାଁ ଲେଖାଇବା ଲାଗି ଅନଲାଇନ୍ରେ କ୍ଲିକ୍ କରିବେ । ନହେଲେ ଆଡମିଶନ୍ ବେଳେ ସମସ୍ୟା ହୋଇପାରେ । ୨୭ ଏବଂ ୨୮ ତାରିଖ ୨ ଦିନ ଧରି ନାଁ ଲେଖାହେବ ବୋଲି କଲେଜ ଅଧ୍ୟକ୍ଷ ଡ. ଗୋପାଳ ହାଲଦାର କହିଛନ୍ତି ।
ଆଜି ପୂର୍ବାହ୍ନ ୧୦ଟାରୁ ସ୍ଥାନୀୟ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶତାଧିକ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯାଇପାରିବ ବୋଲି ଅବଗତ ଥିଲେ ବି କାଉଣ୍ଟର ଆଗରେ ଭିଡ ଜମାଇଥିଲେ । ଠେଲାପେଲା ହୋଇ ନିଜ ନିଜ ଭିତରେ ଯୁକ୍ତିତର୍କ ହେବାରୁ ଅଧ୍ୟକ୍ଷ ଡ. ହାଲଦାର ପହଞ୍ଚିଥିଲେ । ଭିଡ଼ ନକରି ଧାଡ଼ିରେ ଆସିବାକୁ ପରାମର୍ଶ ଦେଇଥିଲେ । ଖବର ପାଇ ଟାଉନ ପୁଲିସ ପହଞ୍ଚିଥିଲା । ଫର୍ମ ଦାଖଲକାରୀଙ୍କୁ ଛାଡ଼ି ଅନ୍ୟମାନେ ଅଯଥା ଗହଳି ନକରି ପରିସର ଛାଡ଼ି ଚାଲିଯିବାକୁ ତାଗିଦ କରିଥିଲା । ଗୋଟିଏ କାଉଣ୍ଟର ଥିବାରୁ ସମସ୍ୟା ହେବାରୁ ଆଉ ଗୋଟିଏ ଖୋଲିବାକୁ ଡ. ହାଲଦାର କର୍ମଚାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଛାତ୍ରୀମାନଙ୍କ ଲାଗି ଅଲଗା କାଉଣ୍ଟର ଖୋଲିବା ପରେ ସୁରୁଖୁରୁରେ ଫର୍ମ ଦାଖଲ ପ୍ରକି୍ର୍ରୟା ଜାରି ରହିଥିଲା ।
ଡ. ହାଲଦାର କହିଛନ୍ତି, ଗତ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ରେ ସ୍ପଟ୍ ଆଡ୍ମିଶନ୍ ଲାଗି ଆବେଦନ କରିବାକୁ ନିଦେ୍ର୍ଧଶ ରହିଛି । ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନକାରୀ ଉପସ୍ଥିତ ରହି କଲେଜରେ ଫର୍ମ ଦାଖଲ କରିବେ । ୨୩ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ୨୪ ଅପରାହ୍ନ ୨ଟାରୁ ୨୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍ରେ ଆଡମିଶନ୍ ଫି’ ଦାଖଲ କରିବେ । ୨୭ ଏବଂ ୨୮ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାଁ ଲେଖାହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ନାଁ ଲେଖା ଲାଗି ଚୟନ କରାଯାଇଥିବା ଛାତ୍ରଛାତ୍ରୀ କେବଳ ଗୋଟିଏ ଅନର୍ସ ସିଟ୍କୁ ସଂରକ୍ଷିତ ରଖିପାରିବେ । ଏଥିଲାଗି ସେମାନଙ୍କୁ ସାମସ୍ ୱେବସାଇଟ୍କୁ ଯାଇ ପାସୱାର୍ଡ ଦେବାକୁ ପଡିବ । ଯଦି ଜଣେ ଏକାଧିକ ବିଷୟରେ ସିଟ୍ ପାଇଥିବେ, ତାଙ୍କୁ କେବଳ ଗୋଟିଏ ଅନର୍ସ ବିଷୟ ରଖି ବଳକା ଛାଡିବାକୁ ପଡିବ । ଯଦି ଜଣଙ୍କୁ କେବଳ ଗୋଟିଏ ବିଷୟରେ ନାଁ ଲେଖାଇବାକୁ ଚୟନ କରାଯାଇଛି, ତେବେ ବି ତାଙ୍କୁ ପାଇଥିବା ଅନର୍ସ ପାଖରେ ଥିବା ବଟମ୍ କ୍ଲିକ୍ କରିବାକୁ ପଡିବ । ନଚେତ୍ ଇନଭାଲିଡ୍ ହେବା ସମ୍ଭାବନା ରହିଛି ।
ସୂଚନାଥାଉକି, ସ୍ପଟ୍ ଆଡମିଶନ୍ ଲାଗି ଭିଡ଼ି କଲେଜ କଳାରେ ୩୩, କମ୍ପୁ୍ୟଟର ସାଇନ୍ସରେ ୮, ବାଣିଜ୍ୟରେ ୫୧ ଏବଂ ବିଜ୍ଞାନରେ ୨୩ଟି ସିଟ୍ ଖାଲି ଅଛି । ସରକାରୀ ମହିଳା ମହାବିଦ୍ୟାଳୟ କଳାରେ ୩୧ ଏବଂ ଘରୋଇ ଜଗତଜନନୀ କଲେଜ ବିଜ୍ଞାନ ଷ୍ଟ୍ରିମ୍ରେ ଖାଲି ଅଛି ୧୬ଟି ସିଟ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons