ଯୁବକଙ୍କୁ କୁମ୍ଭୀର ଖାଇଗଲା

Get real time updates directly on you device, subscribe now.

ଆଳି,(ବି.ବି.ଆପ୍ର): ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଏକମାଣିଆ ପଞ୍ଚାୟତ ନଳପାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭିତରକନିକା ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଜଣେ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ କୁମ୍ଭୀର ମୁହଁରେ ତାଙ୍କ ଜୀବନ ଯାଇଛି । ମୃତ ଯୁବକ ହେଲେ ଶତ୍ରୁଘନ ବେହେରାଙ୍କ ପୁଅ ଶିବପ୍ରସାଦ ବେହେରା(୪୦) । କୁମ୍ଭୀର ତାଙ୍କୁ ମାରିଦେବା ସହ ତାଙ୍କର ଦୁଇଟି ହାତକୁ ସମ୍ପୂର୍ଣ୍ଣ ଖାଇଯାଇଛି । ଆଜି ଶିବପ୍ରସାଦଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ନଦୀରୁ ଗାଁ ଲୋକେ ଉଦ୍ଧାର କରିଛନ୍ତି । ମୃତଦେହକୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ ସେଠାରେ ବ୍ୟବଚ୍ଛେଦ କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳିଯାଇଛି ।
ବୁଧବାର ରାତିରେ ଶିବପ୍ରସାଦ ମାଛ ଧରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । କିନ୍ତୁ ନଦୀ ପଠାରେ ଶିବଙ୍କ ଗାମୁଛା, ମାଛ ଖାଳେଇ(ଦଣ୍ଡୁରୀ) ଥୁଆ ହୋଇଥିଲା । ଗ୍ରାମବାସୀ ବହୁ ଖୋଜା ଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ଶିବପ୍ରସାଦଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିବା ଗ୍ରାମବାସୀ ସନେ୍ଦହ କରି ବନ ବିଭାଗକୁ ଖବର ଦେଇଥିଲେ । ଆଜି ସକାଳୁ ବିଭାଗୀୟ କର୍ମଚାରୀ ଓ ଗ୍ରାମବାସୀ ନଦୀ ଭିତରକୁ ଯାଇ ଖୋଜା ଖୋଜି କରିଥିଲେ । ଦିନ ପ୍ରାୟ ଗୋଟାଏ ବେଳେ ନଦୀରେ ଶିବଙ୍କ ଉଲଗ୍ନ ଶରୀର ଭାସୁଥିବା ଦେଖି ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କର ଦୁଇ ହାତ ନଥିବା ବେଳେ ଗୋଡ଼ରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ଶିବପ୍ରସାଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କର ତିନୋଟି ଛୋଟ ଝିଅ ଥିବା ବେଳେ ପତ୍ନୀ ଏବେ ଆସନ୍ନ ପ୍ରସବା । ଏ ଖବର ପାଇ ସେ ଅସୁସ୍ଥ ହୋଇପଡ଼ିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons