ଯୁବକଙ୍କ ଜୀବନ ନେଲା ଫ୍ରି-ଫାୟାର୍ ଖେଳ!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ଆପ୍ର): ଶୁକ୍ରବାର ବିଳମ୍ବିତ ରାତିରେ ଜଗତସିଂହପୁର ପୌରାଞ୍ଚଳ ଜୟବଡ଼ ଗ୍ରାମର ଜଣେ ଯୁବକ ଘରେ ଆତ୍ମହତ୍ୟା କରିଛନ୍ତି । ପିନ୍ଧା ଧୋତିରେ ସିଲିଂ ପଙ୍ଖାରେ ଝୁଲିବା କାରଣରୁ ତାଙ୍କର ମୃତୁ୍ୟ ଘଟିଛି । ମୃତକ ହେଉଛନ୍ତି ଅରବିନ୍ଦ ଦାଶଙ୍କ ଏକ ମାତ୍ର ପୁଅ ଆଦିତ୍ୟ ନାରାୟଣ ଦାଶ(୧୯) । ତେବେ ଏହି ମୃତୁ୍ୟ ପଛରେ ଫ୍ରି-ଫାୟାର୍ ଅନଲାଇନ୍ ଖେଳ ବୋଲି ସନେ୍ଦହ ଉପୁଜିଛି । ଏହାକୁ ନେଇ ଏଠାରେ ଚର୍ଚ୍ଚା ଚାଲିଛି ।
ମିଳିଥିବା ତଥ୍ୟ ମୁତାବକ, କିଛି ଦିନ ହେବ ଆଦିତ୍ୟ ଗୁମ୍ସୁମ୍ ରହୁଥିଲେ । ପରିବାର ବର୍ଗଙ୍କ ସହ ମିଳାମିଶା କରୁଥିଲେ ସୁଦ୍ଧା ମୋବାଇଲ ଫୋନ୍ରେ ଅଧିକ ନିମଗ୍ନ ରହୁଥିଲେ । ପ୍ରାଥମିକ ଅନୁସନ୍ଧାନ ଏବଂ ଜଣେ ବନ୍ଧୁଙ୍କ ବୟାନରୁ ମୃତ ଆଦିତ୍ୟ ଫ୍ରି-ଫାୟାର ଗେମ୍ ଖେଳୁଥିବା ନେଇ ସନେ୍ଦହ କରିଛି ପୁଲିସ । ଅବଶ୍ୟ ମୃତଦେହ ପାଖରେ ମୋବାଇଲ ଫୋନ୍ ପାଇନଥିଲା ପୁଲିସ । ପୁଲିସ କହିବାନୁସାରେ, ରାତି ୧୧ଟା ପରେ ଆଦିତ୍ୟ ବିଶ୍ରାମ ନେବାକୁ ନିଜ ପ୍ରକୋÂକୁ ଯାଇଥିଲେ । ପୂଜା ଥିବାରୁ ତାଙ୍କ ବାପା ଘରେ ନଥିଲେ । ମା’ ଓ ଭଉଣୀ ଅନ୍ୟ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ କବାଟକୁ ବନ୍ଦ ନକରି ଆଦିତ୍ୟ ସିଲିଂ ପଙ୍ଖାରେ ଝୁଲି ପଡ଼ିଥିଲେ । ସକାଳେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତୁ୍ୟ ପଛର ପ୍ରକୃତ କାରଣ ଜଣାପଡ଼ୁ ନଥିବା ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇଥିବା ଏସ୍ଆଇ ଭାସଟ୍ ରାୟ କହିଛନ୍ତି । ଅପରପକ୍ଷେ ୧୯ ବର୍ଷର ଯୁବକଙ୍କ ଅକାଳ ମୃତୁ୍ୟ ପଛରେ ଫି୍ର-ଫାୟାର ଖେଳ ଖବର ଉଠିବା ପରେ ପୁଲିସ ବିଚଳିତ ହୋଇପଡ଼ିଛି । କାରଣ କିଛି ଦିନ ତଳେ ସ୍ଥାନୀୟ ସିପି ଛକ ଅଞ୍ଚଳରୁ ପୁଲିସ କେତେ ଜଣ ନାବାଳକ ଫ୍ରି-ଫାୟାର ଖେଳ ନିଶାରେ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏହି ନାବାଳକମାନେ ନିଜ ନିଜର ଭିତରେ ଏକ ଗ୍ରୁପ୍ ଗଠନ କରି ଅନ୍ଲାଇନ୍ ଖେଳ ନିଶାରେ ମାତି ଯାଇଥିଲେ । ଖେଳ ଯେତେ ବାଟ ଆଗେଇ ଥାଏ, ସେଥିରେ ଅର୍ଥ ବିନିଯୋଗ କରିବାକୁ ପଡ଼ିଥାଏ, ତାହା ପୁଣି ଅନ୍ଲାଇନ୍ ଜରିଆରେ ପଇଠ ହୋଇଥାଏ । ଏମାନଙ୍କ ଭିତରୁ କିଛି ପିଲା ଏଥିରେ ଏମିତି ମଜି ଯାଇଥିଲେ ଯେ ନିଜ ଘରୁ ସୁନା ଅଳଙ୍କାର ଚୋରି କରିବା ସହ ପଦାରେ ବିକି ପ୍ରାପ୍ୟ ଅର୍ଥକୁ ଖେଳରେ ଲଗାଇଥିଲେ । ଯେତେବେଳେ ସୁନା ଅଳଙ୍କାର ଏବଂ ଟଙ୍କା ଗାଏବ୍ ରହିବା ପରିବାର ଲୋକେ ଜାଣିଲେ ସେତେବେଳେ ଏହି ଘଟଣାର ପର୍ଦ୍ଧାଫାସ୍ ହୋଇଥିଲା । ଆଜି ଆଦିତ୍ୟଙ୍କ ମୃତୁ୍ୟ ଏହି ଖେଳ ଯୋଗୁଁ ହୋଇଛି ନା ଅନ୍ୟ କିଛି କାରଣ ରହିଛି ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ବୋଲି ଥାନାଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons