ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା, ୨ ଗିରଫ :ହତ୍ୟା ପଛରେ ଗଞ୍ଜେଇ ବେପାର

Get real time updates directly on you device, subscribe now.

ମୋହନା,(ବି.ବି.ନୁ୍ୟଜ): ଗତ ଫେବ୍ରୁଆରୀ ୨୪ ତାରିଖରେ ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ନିକଟ ଜଗନ୍ନାଥପୁର ଗାଁ ପାଖରୁ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇ ଥିଲା । ପ୍ରାୟ ଦୁଇ ମାସ ପରେ ଘଟଣାର ପର୍ଦ୍ଧାଫାସ କରିଛି ପୁଲିସ । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯିବା ସହ ହତ୍ୟା ପଛରେ ଗଞ୍ଜେଇ ବ୍ୟବସାୟଜନିତ ଅର୍ଥ କାରବାର ରହିଥିବା ସ୍ପଷ୍ଟ କରିଛି ପୁଲିସ । ଗିରଫ ଦ୍ୱୟ ହେଲେ ଦିଲ୍ଲୀର ସନି ଦାବସ ଓ ଦୀପକ ରାୟ । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ତଦନ୍ତ ଚାଲିଛି । ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସ୍ପି ଜୟରାମ ଶତପଥୀ ମଙ୍ଗଳବାର ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଫେବ୍ରୁଆରୀ ୨୪ରେ ଅଡବା ଥାନା ଲମଡାଙ୍ଗ ଗାଁର ଜୋସେଫ ନାୟକଙ୍କୁ ହତ୍ୟା କରି ଅଭିଯୁକ୍ତମାନେ ଜଗନ୍ନାଥପୁର ଗାଁ ନିକଟରେ ଫିଙ୍ଗି ଦେଇଥିଲେ । ମୋହନା ଥାନାରେ କେଶ୍ ନମ୍ବର ୩୩/୨୦୨୨ ରୁଜୁ ହୋଇ ତଦନ୍ତ ଚାଲିଥିଲା । ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ- ଗଞ୍ଜେଇ ବ୍ୟବସାୟରେ ଟଙ୍କା ଦିଆନିଆକୁ କେନ୍ଦ୍ର କରି ଜୋସେଫ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଗଞ୍ଜେଇ ଚାଲାଣ ପାଇଁ ଅଭିଯୁକ୍ତ ଦୀପକ ୫୦ ହଜାର ଟଙ୍କା ଯୋସେଫଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଇଥିବା କହିଥିଲା । କିନ୍ତୁ ଏହି ଟଙ୍କା ପାଇ ନଥିଲା ଯୋସେଫ୍ । ଅନ୍ୟ କାହାର ଆକାଉଣ୍ଟକୁ ଟଙ୍କା ଚାଲିଯାଇଥିଲା । ବଚସା ପରେ ଉତ୍କ୍ଷିପ୍ତ ଦୀପକ ଓ ସନି ମିଶି ଜୋସେଫକୁ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଦିଲ୍ଲୀ ଚାଲିଯାଇଥିଲେ । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା ପୁଲିସ । ଅଭିଯୁକ୍ତମାନେ ଦିଲ୍ଲୀରେ ଥିବା ସୂଚନା ପାଇ ମୋହନା ଥାନାଧିକାରୀ ସୁଜିତ ନାୟକ, ରା.ଉଦୟଗିରି ଥାନା ଏସ୍.ଆଇ. ମୁକେଶ ଲାକ୍ରାଙ୍କ ନେତୃତ୍ୱରେ ମୋହନା ଥାନା ପୁଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା । ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ମୋହନା ଥାନାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପିଙ୍କ ସମେତ ରା.ଉଦୟଗିରି ଏସ୍ଡିପିଓ ଦିଲ୍ଲୀପ ନାୟକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons