ଯୁବତୀଙ୍କୁ ପ୍ରତାରଣା, ଯୁବକ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବୋରିଗୁମ୍ମା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଏବଂ ପ୍ରତାରଣା ମାମଲାରେ ମହିଳା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ସେ ହେଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ସାନମାଝିଗୁଡ଼ାର ଭଗବାନ ଗୌଡ଼(୨୫) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥିବା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଏବଂ ଭଗବାନଙ୍କ ମଧ୍ୟରେ ଗତ ୨ ବର୍ଷ ହେବ ସମ୍ପର୍କ ଥିଲା । ବିବାହ ପ୍ରଲୋଭନ ଦେଖାଇ ଭଗବାନ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ମାସେ ତଳେ ଭଗବାନଙ୍କ ଅନ୍ୟତ୍ର ବିବାହ ଲାଗି ନିର୍ବନ୍ଧ କରାଯାଇଥିଲା । ବିରୋଧ କରିବାରୁ ଯୁବତୀଙ୍କୁ ଭଗବାନଙ୍କ ସମେତ ପରିବାର ୫ ଜଣ ଗାଳି ଦେଇଥିଲେ । ଗଣ୍ଡଗୋଳ କରି ପୀଡ଼ିତାଙ୍କ ପରିବାରକୁ ମାରିଦେବାକୁ ଧମକ ଦେଇଥିଲେ । ୧୫ ତାରିଖରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ଶୁକ୍ଳା ମଣ୍ଡଳ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons