ଯୋଡ଼ାରେ କମୁନି ଉତ୍ତେଜନା

Get real time updates directly on you device, subscribe now.

ଯୋଡ଼ା,(ବି.ବି.ନୁ୍ୟଜ): ଯୋଡ଼ା ସହରରେ ଶାନ୍ତି ଫେରି ନାହିଁ । ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଉପୁଜିଥିବା ଗୋÂୀ ବିବାଦ କମିବାର ନାଁ ନେଉ ନାହିଁ । ଗତକାଲି ରାତିରେ ପୁଣି ଥରେ ଉଭୟ ଗୋÂୀ ମଧ୍ୟରେ ପଥରମାଡ଼ ହୋଇଥିଲା । ଏଣୁ ଯୋଡ଼ାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ପୁଲିସ୍ ଉତ୍ତେଜନା ନିୟନ୍ତ୍ରଣ କରିବାକୁ ଯାଇ ବିଫଳ ହୋଇଥିଲା । ଏହି ସମୟରେ ଜଣେ ବାଳକ ଆହତ ହୋଇଥିଲେ । ପ୍ରତିବାଦରେ ବିଳମ୍ବିତ ରାତିରେ ଯୋଡ଼ା-ବନେଇକଳା ରାସ୍ତାର ସହିଦ୍ନଗର ଛକଠାରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି ।
ଅନ୍ୟପଟେ ଯୋଡ଼ା ସହର ସମେତ କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଖଣି ଅଞ୍ଚଳରେ ଖଣିଜ ପରିବହନ ବ୍ୟାହତ ହୋଇଛି । ବ୍ୟାଙ୍କ, ଇନ୍ସୁରାନ୍ସ ସେକ୍ଟର, ଘରୋଇ ଅଫିସ୍, ବ୍ୟବସାୟିକ ସଂସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି । ଇଣ୍ଟରନେଟ୍ ସେବା ବନ୍ଦ ଥିବା ବେଳେ ଜିଲ୍ଲାପାଳ ଆଶିଷ ଠାକରେଙ୍କ ସହ ଏସ୍ପି ଆଲୋଚନା କରି ରାତି ୧୨ଟା ପରେ ଇଣ୍ଟରନେଟ୍ ସେବା ପୁନଃ ପ୍ରଚଳନ ନେଇ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ।
ଯୋଡ଼ାରେ ଗତକାଲି ରାତିରେ ପୁଣି ଉତ୍ତେଜନା ଦେଖା ଦେବା ପରେ ଅଧିକ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏବେ ପୁଲିସ୍ ଫୋର୍ସ ସହରର ବିଭିନ୍ନ ଛକ ଓ ବସ୍ତିରେ ଜଗି ରହିଛନ୍ତି । ସମ୍ପୂର୍ଣ୍ଣ ସହର ପୁଲିସ ଛାଉଣି ମଧ୍ୟରେ ରହିଛି । ଗତକାଲି ରାତିରେ ଉତ୍ତେଜନାବେଳେ ପୁଲିସକୁ ମଧ୍ୟ ଆକ୍ରମଣ ହୋଇଥିଲା । ଢେଲାପଥର ଓ କାଚ ବୋତଲ ମାଡ଼ ପରେ ପୁଲିସ ଛତ୍ର ଭଙ୍ଗ ଦେଇଥିଲେ । ଏହାପରେ ସହରରେ ଆଉ ୨ ପ୍ଲାଟୁନ୍ ଫୋର୍ସ ଅଧିକ ମୁତୟନ କରାଯାଇଛି । ୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଜିଲାର ବିଭିନ୍ନ ଥାନା ଅଧିକାରୀ ଏବଂ ୧୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହର ମଧ୍ୟରେ ପଇଁତରା ମାରୁଛନ୍ତି ।
ଯୋଡ଼ାରେ ସ୍ଥିତି ଉତ୍ତେଜନାମୂଳକ ଥିବାରୁ ୧୪୪ ଧାରା ବଳବତ୍ତର ରହିଛି । ଏହାକୁ ବୁଧବାର ୧୦ଟା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ପୂର୍ବ ପରି ଦୋକାନ ବଜାର, ବ୍ୟାଙ୍କ, ସ୍କୁଲ, କଲେଜ ବନ୍ଦ ରହିଛି । ମଙ୍ଗଳବାର ପ୍ରଶାସନ ପକ୍ଷରୁ ଅପରାହ୍ନ ୫ଟାରୁ ସାଢେ଼ ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦ୍ରବ୍ୟ କ୍ରୟ ନିମନ୍ତେ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିଲା । ମାତ୍ର ବିବାଦର ସମାଧାନ ପରେ ଦୋକାନ ଖୋଲିବେ ବୋଲି ଦୋକାନୀମାନେ କହିଥିଲେ । ଯୋଡ଼ାରେ ଶାନ୍ତି ଫେରାଇ ଆଣିବା ପାଇଁ ବୁଧବାର ଅପରାହ୍ନରେ ପୁଣି ଥରେ ଶାନ୍ତି କମିଟି ବୈଠକ ବସିଥିଲା । ଏଥିରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାଙ୍କ ଶାନ୍ତି ଓ ସ୍ଥିରତା ପ୍ରତିÂା ପାଇଁ ଏକ ସଦ୍ଭାବନା କମିଟି ଗଢ଼ା ଯାଇଥିଲା । କମିଟିରେ ଉଭୟ ପକ୍ଷରୁ ୪ରୁ ୫ ଜଣ ସଦସ୍ୟ ରହିଛନ୍ତି । ଯୋଡ଼ାରେ ଶାନ୍ତି ବଜାୟ ପାଇଁ ପ୍ରଶାସନର ନିଷ୍ପତ୍ତିକୁ ମାନିବେ ବୋଲି ଉଭୟ ପକ୍ଷର ପ୍ରତିନିଧି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଚମ୍ପୁଆ ଉପଜିଲ୍ଲାପାଳ ଏବଂ ଏସ୍ପି ନିୟମିତ ବ୍ୟବଧାନରେ ସ୍ଥିତିର ସମୀକ୍ଷା କରିବେ ।
ଆସନ୍ତାକାଲି ସକାଳ ସାଢେ଼ ୯ଟାରୁ ୧୦ଟା ମଧ୍ୟରେ ଝଣ୍ଡା ଶିବ ମନ୍ଦିରକୁ ନିଆଯିବ । ଏହି ସମୟରେ ଉଭୟ ଗୋÂୀର ୪ ଜଣ ଲେଖାଏଁ ପ୍ରତିନିଧି, ସ୍ଥାନୀୟ ପ୍ରଶାସନ ଏବଂ ଏସ୍ପି ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବେ । ଝଣ୍ଡା ଗଲା ବେଳେ କୌଣସି ଧ୍ୱନି ଦିଆଯିବନି, ଘଣ୍ଟ, ବାଜା ବାଜିବ ନାହିଁ ବୋଲି ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons