ରଥ ନିର୍ମାଣ ପାଇଁ କାଠ ଛେଦନ

Get real time updates directly on you device, subscribe now.

ଓଡଗାଁ,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବାହାଡ଼ାଝୋଲା ସେrନର କୁରୁମ ବାଙ୍କତରା ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ କାଠ ଛେଦନ କରାଯାଇଛି । ପାଇକ ବାଙ୍କତରା ଗ୍ରାମର ରାଜବଂଶର କିଶୋର ଚନ୍ଦ୍ର ସିଂହସାମନ୍ତଙ୍କ ପୈତୃକ ଜାଗାରେ ଥିବା ୪ଟି ଫାଶି ଗଛକୁ ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଛେଦନ କରାଯାଇଛି । ରଥ କାଠ ଛେଦନ ସମୟରେ ବନ ଉନ୍ନୟନ କମିଟିର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ବେହେରା, ବାହାଡାଝୋଲା ବନାଞ୍ଚଳର ଭାରପ୍ରାପ୍ତ ଅଧିକାରୀ ସନାତନ ସ୍ୱାଇଁ, ବନରକ୍ଷୀ ଧରଣୀଧର ନାୟକ, ସୁନୀଲ କୁମାର ନାୟକ, କବିରାଜ ସାହୁ, ଫରେଷ୍ଟ ସ୍କ୍ୱାଡ୍ ପଦ୍ମନାଭ ମହାପାତ୍ର, ପ୍ରକାଶ କୁମାର ନାୟକ, ସୂର୍ଯ୍ୟକାନ୍ତ ଖଟୁଆଳ, ବସନ୍ତ କୁମାର ବହେରା, ଶ୍ରୀଧର ବେହେରା, ଚିତ୍ତ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons