ରାଜଧାନୀରେ ଡ୍ରାଇଭରଙ୍କ ତାଣ୍ଡବ, କାଠଗଡ଼ାରେ ପୁଲିସ:ଗୁଇନ୍ଦା ସୂଚନା ଥିଲା, ଢିଲା ଛାଡିଲେ କାହିଁକି ?

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଡ୍ରାଇଭର ମହାସଂଘର ତାଣ୍ଡବ ଘଟଣାକୁ ନେଇ ଆଜି ଜୋର୍ ଧରିଛି ବିରୋଧ । ପୁଲିସ ଦେଖଣାହାରୀ ସାଜି ଲୋକଙ୍କୁ ଆନେ୍ଦାଳନକାରୀଙ୍କ ଜୁଲମ୍ ସହିବାକୁ ଛାଡ଼ି ଦେଇଥିବା ଅଭିଯୋଗ ଉଠିଛି । ଗୁଇନ୍ଦା ଫେଲ୍ ବାହାନା ଦର୍ଶାଇ କମିଶନରେଟ୍ ପୁଲିସର ବରିÂ ଅଧିକାରୀ ଖସିଯିବେ ବୋଲି ଆଶା ରଖିଥିଲେ । କିନ୍ତୁ ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ଏବେ ସବୁ ମହଲରୁ ତୀର ପୁଲିସ ଆଡ଼କୁ ମୁହାଁଇଛି । ବିଜେପି, କଂଗ୍ରେସ ଭଳି ବିରୋଧୀ ଦଳ ସହ ସାଧାରଣ ଜନତା, ବ୍ୟବସାୟ ପ୍ରତିÂାନ ମଧ୍ୟ ପୁଲିସକୁ କାଠଗଡ଼ାକୁ ଟାଣିଛନ୍ତି ।
ସୋମବାର ରାଜଧାନୀ ପ୍ରାୟ ୫୦ ହଜାର ଡ୍ରାଇଭରଙ୍କ କବ୍ଜାକୁ ଚାଲି ଯାଇଥିଲା । ଆନେ୍ଦାଳନ ବାହାନାରେ ଡ୍ରାଇଭରମାନେ ହାତରେ ଠେଙ୍ଗାବାଡିÿ ଧରି ଆତଙ୍କ ଖେଳାଇଥିଲେ । ନିରୀହ ଜନତାଙ୍କୁ ପିଟିବା ସହ ଗାଡିÿ ଭଙ୍ଗାରୁଜା କରିଥିଲେ । ୪୦ ଡିଗ୍ରୀ ତାତିରେ ରାସ୍ତାରେ ଘଣ୍ଟା ଘଣ୍ଟା ସିଝିଥିଲେ ସାଧାରଣ ଜନତା । ଛାତ୍ରଛାତ୍ରୀ ସ୍କୁଲ ଯାଇପାରିଲେନି । ଅନେକ ଯାତ୍ରୀଙ୍କ ଟ୍ରେନ୍ ଷ୍ଟେସନ ଛାଡିÿଥିଲା । ଗୁଇନ୍ଦା ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠିଥିଲା । ଆନେ୍ଦାଳନକାରୀଙ୍କ ସଂଖ୍ୟା ଆକଳନରେ ଗୁଇନ୍ଦା ଫେଲ୍ ମାରିଥିବା କୁହାଯାଇଥିଲା ।
କିନ୍ତୁ ଆଜି ଗୁଇନ୍ଦା ବିଭାଗର ଆନେ୍ଦାଳନ ସମ୍ପର୍କିତ ପ୍ରାକ୍ ସୂଚନା ରିପୋର୍ଟ ସାମ୍ନାକୁ ଆସିଛି । ସବୁ ଜିଲ୍ଲାର ଏସପି ଓ ଡିସିପିମାନଙ୍କୁ ଗତ ୧୬ ତାରିଖରେ ସ୍ପେଶାଲବ୍ରାଞ୍ଚ ଚିଠି ପଠାଇଥିଲା । ପ୍ରାୟ ୪୦ ହଜାରରୁ ଅଧିକ ଡ୍ରାଇଭର ଏକତ୍ରିତ ହେବେ ବୋଲି ପୁଲିସ ୪୦ଟି ବିଭାଗକୁ ସୂଚାଇଥିଲା । ଖାଲି ସେତିକି ନୁହେଁ, ପ୍ରତି ଜିଲ୍ଲାରୁ କେତେ ଲେଖାଏଁ ଆନେ୍ଦାଳନକାରୀ କେଉଁ ନେତାଙ୍କ ନେତୃତ୍ୱରେ ବିକ୍ଷୋଭରେ ସାମିଲ ହେବେ ଏହାର ତଥ୍ୟ ମଧ୍ୟ ରିପୋର୍ଟରେ ଦିଆଯାଇଥିଲା ।
ରିପୋର୍ଟ ତଥ୍ୟ ମୁତାବକ, ଓଡ଼ିଶା ଡ୍ରାଇଭର ମହାସଂଘ ୧୮ରେ ରାଜଧାନୀରେ ବିକ୍ଷୋଭ କରିବେ । ଡ୍ରାଇଭରମାନେ ନିଜ ଜିଲ୍ଲାରୁ ଟ୍ରେନ୍ କିମ୍ବା ବସ୍ ଯୋଗେ ୧୭ ତାରିଖ ରାତି ସୁଦ୍ଧା ରାଜଧାନୀରେ ପହଞ୍ଚିବେ । ଯଦି ଲୋୟର ପିଏମ୍ଜିରେ ସେମାନଙ୍କ ଦାବିକୁ ପୁଣି ଥରେ ଉପେକ୍ଷା କରାଯିବ, ଡ୍ରାଇଭରମାନେ ଛୋଟ ଛୋଟ ଗ୍ରୁପ୍ରେ ଭାଗ ହୋଇ ରାଜଧାନୀ ସାରା ବିଛାଇ ହୋଇଯିବେ । ସେମାନେ ନବୀନ ନିବାସରେ ଧସେଇ ପଶିପାରନ୍ତି । ପରିବହନ ଓ ଶ୍ରମ ମନ୍ତ୍ରୀଙ୍କ ବାସଭବନ ସହ ଲୋକସେବା ଭବନ ଘେରିପାରନ୍ତି । ଆନେ୍ଦାଳନକାରୀଙ୍କ ଉଗ୍ରରୂପ ଦେଖିବାକୁ ମିଳିପାରେ । ଏମିତିକି ବିଶାଳ ସମାବେଶ ଯୋଗୁଁ ରାଜଧାନୀରେ ଆଇନ୍ ଓ ଶୃଙ୍ଖଳା ବିଗିଡ଼ିପାରେ । ଯେହେତୁ ଡ୍ରାଇଭରମାନେ ଅନିୟନ୍ତ୍ରିତ ଓ ବିଶୃଙ୍ଖଳିତ, ସେମାନେ କେତେବେଳେ ବି ବଡ଼ କାଣ୍ଡ ଘଟାଇପାରନ୍ତି ବୋଲି ଗୁଇନ୍ଦା ରିପୋର୍ଟ ଯୋଗେ ଚେତାଇଥିଲା । ଆବଶ୍ୟକ ଆଗୁଆ ପଦକ୍ଷେପ ନେବାକୁ ସ୍ପେଶାଲବ୍ରାଞ୍ଚ ସୂଚାଇଥିଲା ।
କିନ୍ତୁ ଗୁଇନ୍ଦାର ଏହି ଭବିଷ୍ୟବାଣୀକୁ ପୁଲିସ ହାଲୁକାରେ ନେଇଥିବା ଅଭିଯୋଗ ହୋଇଛିି । ଏ ରିପୋର୍ଟ ନେଇ ବିଶେଷ ସୂଚନା ନଥିବା ଖୋଦ୍ ପୁଲିସ କମିଶନର କହିଛନ୍ତି । ଆନେ୍ଦାଳନ ନାଁରେ ଡ୍ରାଇଭରଙ୍କ ତାଣ୍ଡବକୁ ଦେଖିଲେ, ପୁଲିସ ପ୍ରସ୍ତୁତିରେ ଢେ଼ର ଢ଼ିଲା ମାରିଥିବା ଜଣାପଡୁଛି । ଗୁଇନ୍ଦାର ସଠିକ୍ ଆକଳନ ସତ୍ତେ୍ୱ ପୁଲିସ ବ୍ୟବସ୍ଥା କେମିତି ଫେଲ୍ ମାରିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ଏଭଳି ଅକଳ ସ୍ଥିତିରୁ ବାହାରିବାକୁ ପୁଲିସ ଆଜି କାର୍ଯ୍ୟାନୁÂାନର ଡର ଦେଖାଇଛି । ବିଶୃଙ୍ଖଳା ଓ ନିୟମ ଅମାନ୍ୟ ଡ୍ରାଇଭରମାନଙ୍କୁ ମହଙ୍ଗା ପଡ଼ିବ ବୋଲି ଚେତାଇଛି ।
ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି, ୩ଟି ମାମଲା ରୁଜୁ ହୋଇଛି । ୨ଟି ରାସ୍ତାରୋକ ଓ ଗୋଟିଏ ଧାରଣା ସ୍ଥଳରେ ୧୪୪ ଧାରା ଉଲ୍ଲଂଘନ କରିଛନ୍ତି ଆନେ୍ଦାଳନରତ ଡ୍ରାଇଭର । ପୁରୀ କଟକ ବାଇପାସରେ ବସ୍, ବୋଲେରୋ ରଖିବେ ବୋଲି ମହାସଂଘ ନେତା ବୋଲି ଦର୍ଶାଇ ସହରର ଗଳିକନ୍ଦିରେ ଗାଡିÿ ଭର୍ତ୍ତି କରିଥିଲେ । ଏହାବାଦ୍ କିଛି ସ୍ଥାନରେ ରାସ୍ତା ଅବରୋଧ କରି ହିଂସାକାଣ୍ଡ ଘଟାଇବା, କିଛି ସ୍ଥାନରେ ସାଧାରଣ ଲୋକଙ୍କ ସହ ପୁଲିସ ଓ ସାମ୍ବାଦିକଙ୍କୁ ଠେଲାପେଲା, ମାର୍ପିଟ୍ କରିଥିଲେ । ଏସବୁ ଅଭିଯୋଗରେ ୩ ମାମଲା ରୁଜୁ ହୋଇଛି । ହିଂସାକାଣ୍ଡ ସ୍ଥଳର ଭିଡିଓ ଫୁଟେଜ୍ ସଂଗ୍ରହ ଚାଲିଛି । ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନିଆଯିବ ବୋଲି କହିଛନ୍ତି ଡିସିପି ।
ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସରକାରଙ୍କ ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଡ୍ରାଇଭରଙ୍କ ଦାବିକୁ ଆମେ ସମର୍ଥନ ଜଣାଉଛୁ । କିନ୍ତୁ ଆନେ୍ଦାଳନ ବାହାନାରେ ଏମିତି ଆଚରଣକୁ ଆମେ ନିନ୍ଦା କରୁଛୁ । ଗତକାଲି ଯେଉଁଭଳି ଠେଙ୍ଗା ବାଡ଼ି ଧରି ବୁଲିଲେ, ପୂର୍ବରୁ କୌଣସି ଆନେ୍ଦାଳନରେ ଏମିତି ତାଣ୍ଡବ ଦେଖା ଯାଇନି । ସରକାରଙ୍କ ପ୍ରାୟୋଜିତ ହୋଇଥିବାରୁ ପୁଲିସ ସବୁ ଦେଖଣାହାରୀ ସାଜିଲା । ଡ୍ରାଇଭରଙ୍କ ଜୁଲମ୍ ଦେଖି ଚୁପ୍ ରହିଲା । ରାଜ୍ୟରେ ପୁଲିସ ପ୍ରଶାସନ ଅଛି ନା କୋମାକୁ ଚାଲିଯାଇଛି ବୋଲି ପ୍ରଶ୍ନ ଉଠିଛି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଡ୍ରାଇଭର ଭାଇଙ୍କ ପ୍ରତି ଆମର ସହାନୁଭୂତି ଅଛି । କିନ୍ତୁ କାଲିର ଅଘଟଣ ଅତି ନିନ୍ଦନୀୟ । ସାଧାରଣ ଲୋକେ ବହୁତ ହଇରାଣ ହେଲେ କିନ୍ତୁ ପୁଲିସ ହାତ ଟେକି କୁଆଡେ଼ ପଳାଇଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons