ରାଜଧାନୀରେ ପୁଣି ପିଲା ଚୋରି:୨୦ ହଜାରରେ ବିକିଲା ବେଳେ ଧରାପଡ଼ିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆପ୍ର): ଚନ୍ଦ୍ରଶେଖରପୁରରେ ଶିଶୁ ବିକ୍ରି ଘଟଣା ଲୋକଙ୍କ ମନରୁ ନଲିଭୁଣୁ ପୁଣି ରାଜଧାନୀରୁ ପିଲା ଉଠାଇ ବିକ୍ରି କରିବା ଘଟଣା ଚହଳ ପକାଇଛି । ମଙ୍ଗଳବାର ଜାଗମରାରୁ ଜଣେ ୧୧ ବର୍ଷର ପିଲାକୁ ଚୋରି କରି ୨୦ ହଜାର ଟଙ୍କାରେ ବିକୁଥିବା ବେଳେ ଦମ୍ପତି ଧରା ପଡ଼ିଛନ୍ତି । ସେମାନେ ହେଲେ ଭଗବାନ ଦାସ ଓ ତାଙ୍କ ପତ୍ନୀ ପଙ୍କଜିନୀ । ଖଣ୍ଡଗିରି ଥାନା ପୁଲିସ ପିଲା କିଣୁଥିବା ଅନ୍ୟ ଏକ ଦମ୍ପତିକୁ ମଧ୍ୟ ଅଟକ ରଖି ପଚରାଉଚରା ଚଳାଇଛି । ଏହାକୁ କେନ୍ଦ୍ର କରି ଜାଗମରା ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।
ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଦମ୍ପତି ପଙ୍କଜିନି ଓ ଭଗବାନ ୫ ବର୍ଷ ହେଲା ଜାଗମରା ଉପରସାହିରେ ଭଡ଼ାରେ ରହୁଛନ୍ତି । ତାଙ୍କର ୨ଟି ଘର ଛାଡିÿ ବାପା ମା’ଙ୍କ ସହିତ ୧୧ ବର୍ଷର ପୁଅ ରହୁଛି । ପୁଅ ଖଣ୍ଡଗିରି ସରକାରୀ ସ୍କୁଲରେ ଷÂ ଶ୍ରେଣୀର ଛାତ୍ର । ପ୍ରତିଦିନ ସନ୍ଧ୍ୟାବେଳେ ସେ ଗାଁ ଦାଣ୍ଡରେ ଅନ୍ୟ ସାଙ୍ଗଙ୍କ ସହ ଖେଳେ । ପଙ୍କଜିନି ମଙ୍ଗଳବାର ସନ୍ଧ୍ୟାରେ ପଡେ଼ାଶୀଙ୍କ ପୁଅକୁ ଦେଖି ଚିକେନ୍ ପକୋଡ଼ା ଖୁଆଇବାକୁ କହି ଏକ ଧଳା ରଙ୍ଗର କାରରେ ତାକୁ ବସାଇ ନେଲେ । ପାଖ ପଡେ଼ାଶୀ ହୋଇଥିବାରୁ ପିଲାଟି ସନେ୍ଦହ ନକରି ଉକ୍ତ କାର୍ରେ ତାଙ୍କ ସହିତ ଯାଇଥିଲା ।
ରାତି ୮ଟା ଯାଏଁ ପୁଅ ଘରକୁ ନ ଫେରିବାରୁ ତାଙ୍କ ମା’ ଅନେକ ଖୋଜାଖୋଜି କରି ଥାନାରେ ଏତଲା ଦେଲେ । ଆଜି ସକାଳୁ ଜାଗମରା ଉପର ସାହିରେ ପିଲା ଚୋରି ନେଇ ଚହଳ ପଡିÿଥିଲା । ଅପହୃତ ପିଲା ସହ ଖେଳୁଥିବା ସାଙ୍ଗମାନେ କହିଥିଲେ, ପଙ୍କଜିନି ମାଉସୀ ତାକୁ ଚିକେନ୍ ପକୋଡା ଖୁଆଇବା ନାଁରେ ଏକ କାରରେ ବସାଇ ନେଇଛନ୍ତି । ଏହାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଗ୍ରାମବାସୀମାନେ ଏକାଠି ହୋଇ ପଙ୍କଜିନିଙ୍କ ସ୍ୱାମୀ ଭଗବାନଙ୍କୁ କାବୁ କରି ପୁଲିସ ଜିମା ଦେଲେ । ଭଗବାନଙ୍କ ଜରିଆରେ ପତ୍ନୀ ପଙ୍କଜିନିଙ୍କୁ ଥାନାକୁ ଡକାଗଲା ।
ପୁଲିସର ଅନ୍ୟ ଟିମ୍ ଘଟଣାସ୍ଥଳରେ ଥିବା ୨ଟି ବିଲ୍ଡିଂର ସିସି କ୍ୟାମେରା ଯାଞ୍ଚ କରିଥିଲା । ସେଥିରୁ ପଙ୍କଜିନିଙ୍କ ସହ ଜଣେ ପୁରୁଷ ଓ ମହିଳା ପିଲା ଚୋରିରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଲା । ସେମାନଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଖୋର୍ଦ୍ଧା ପୁବୁସାହିରୁ ପିଲାକୁ ଉଦ୍ଧାର କରିଥିଲେ । ପିଲାକୁ କିଣିଥିବା ନୟାଗଡ଼ର ଦମ୍ପତିଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି ।
ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି, ପିଲାକୁ ସଂପୃକ୍ତ ଦମ୍ପତି ୨୦ ହଜାର ଟଙ୍କାରେ କିଣି ନେଇଥାନ୍ତେ । ପଙ୍କଜିନି ମଧ୍ୟ ଅନ୍ୟ ୩ଜଣ କୁନି ପିଲାକୁ ଚୋରି କରିବାକୁ ଯୋଜନା କରିଥିଲେ । ସେମାନେ ଏକାଧିକ ପିଲାଙ୍କୁ ନେଇ କ’ଣ କରିଥାନ୍ତେ? କେଉଁ ଉଦେ୍ଧଶ୍ୟରେ ପିଲା ଚୋରି ଯୋଜନା କରିଥିଲେ? ଏନେଇ ପୁଲିସ ପଚରାଉଚରା ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons