ରାଜ୍ୟର ୮୧୫୦ ମୃତକଙ୍କୁ ମିଳିବ ସହାୟତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଜି ସୁଦ୍ଧା ୮୧୫୦ ଜଣ କୋଭିଡ୍ରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କଲେଣି । ବୁଧବାର ୪ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି । କୋଭିଡ୍ରେ ମୃତକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏହା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍ଡିଆରଏଫ୍)ରୁ ଦିଆଯିବ । ଆଜି ସୁଦ୍ଧା ରାଜ୍ୟରେ ଆଖି ବୁଜିଥିବା ମୃତକଙ୍କୁ ହିସାବକୁ ନେଲେ ଏ ବାବଦରେ ପ୍ରାୟ ୪୦ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନରୁ ଜଣାପଡ଼ିଛି ।
ରାଜ୍ୟ ସରକାର ନିଜ ରାଜ୍ୟର କୋଭିଡ୍ ମୃତକଙ୍କୁ ସହାୟତା ରାଶି ଦେବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସତ୍ୟପାଠରେ କୁହାଯାଇଛି । ଏଣୁ ରାଜ୍ୟର ସମସ୍ତ ମୃତକଙ୍କୁ ଏସ୍ଡିଆରଏଫ୍ରୁ ସହାୟତା ରାଶି ଦେବେ ରାଜ୍ୟ ସରକାର । ଏସ୍ଡିଆରଏଫ୍କୁ କେନ୍ଦ୍ର ୭୫ଧ ଓ ରାଜ୍ୟ ୨୫ ଧ ପାଣ୍ଠି ଯୋଗାନ୍ତି । ତେବେ ଏସ୍ଡିଆରଏଫ୍ରୁ କୋଭିଡ୍ ମୁକାବିଲା ପାଇଁ ୫୦ଧ ପାଣ୍ଠି ରାଜ୍ୟ ସରକାର ଖର୍ଚ୍ଚ କରିପାରିବେ ବୋଲି କେନ୍ଦ୍ର ସରକାର ପୂର୍ବରୁ ଅନୁମତି ଦେଇଥିଲେ ।
ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୮୯ ଜଣ କୋଭିଡ୍ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । କଟକରୁ ୮୨୯, ସୁନ୍ଦରଗଡରୁ ୫୭୨, ଗଞ୍ଜାମରୁ ୪୭୩, ପୁରୀରୁ ୪୫୦, ଅନୁଗୁଳରୁ ୩୮୬, ବରଗଡରୁ ୩୩୪, କେନ୍ଦ୍ରାପଡାରୁ ୨୪୪, ଜଗତସିଂହପୁରରୁ ୨୯୯, ବାଲେଶ୍ୱରରୁ ୨୯୧, କଳାହାଣ୍ଡିରୁ ୨୦୯, ଝାରସୁଗୁଡାରୁ ୧୭୫ ଓ ଯାଜପୁରରୁ ୧୬୪ଜଣ କୋଭିଡ୍ରେ ଆଖି ବୁଜିଛନ୍ତି ।
ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭୩୪ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଖୋର୍ଦ୍ଧାରୁ ୩୩୫ ଓ କଟକରୁ ୯୧ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ହାର ବା ଟିପିଆର୍ ୧.୦୬ଧ ରହିଛି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ଲକ୍ଷ ୨୧ହଜାର ୯୫୦ରେ ପହଞ୍ଚିଛି । ଏଥିରୁ ୧୦ ଲକ୍ଷ ୮ହଜାର ୬୭୧ଜଣ ସୁସ୍ଥ ହୋଇସାରିଲେଣି । ଆଜି ଦିନକରେ ୪୪୫ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons