ରାତିରେ ଶୋଇବାକୁ ଯାଇ ଆତ୍ମହତ୍ୟା କଲେ ଯୁବକ

Get real time updates directly on you device, subscribe now.

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ମାଜୀପଡାର ଜଣେ ବିବାହିତ ଯୁବକ ବେକରେ ରଶି ଲଗାଇ ଘରେ ଆତ୍ମହତ୍ୟା କରିଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଉତ୍ତର ମାଝି । କଂଟାବାଞ୍ଜି ପୋଲିସ ଶବକୁ ଜବତ କରି ସ୍ଥାନିୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଅଧିକ ତଦନ୍ତ ଆରମ୍ଭ କରିଛି ।
ରାତି କୌଣସି କଥାକୁ ନେଇ ଉତ୍ତର ତାଙ୍କ ବାପାଙ୍କ ସହ ଝଗଡା ଲାଗିଥିଲେ । ରାତିରେ ଶୋଇବାକୁ ଯାଉଛି କହି ନିଜ ଶୋଇଥିବା କୋଠରିର କବାଟ ଭିତର ପଟୁ ବନ୍ଦ କରିଥିଲେ । ସକାଳ ଦୀର୍ଘ ସମୟ ଯାଏ କବାଟ ନଖୋଲିବାରୁ ଘରଲୋକ ସଂଦେହ ହୋଇଥିଲା । କବାଟ ଖୋଲିବାକୁ ଚେଷ୍ଟା କରିଥିଲେ ।
କବାଟ ଖୋଲିଲା ପରେ ଉତ୍ତର ଏକ ରଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଉତ୍ତର ବଞ୍ଚି ଥାଇପାରେ ବୋଲି ପରିବାର ଲୋକ ତାକୁ ଉଦ୍ଧାର କରିଥିଲେ । ହେଲେ ସେହି ସମୟରେ ଉତ୍ତରଙ୍କ ମୃତ୍ୟ ହୋଇସାରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons