ରାମଚନ୍ଦ୍ର ଓ ଚନ୍ଦ୍ରମା ପାଉନାହାନ୍ତି ଭତ୍ତା

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଭତ୍ତା ପାଇବାକୁ ସେମାନେ ସଂପୂର୍ଣ୍ଣ ଯୋଗ୍ୟ । ତଥାପି ମିଳୁନି ଭତ୍ତା । ବାରମ୍ବାର ଆବେଦନ କରି ନିରାଶ ହେଉଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ହେଲେ କଙ୍ଗା ପଞ୍ଚାୟତ ପାକୁଲ୍ଗୁଡାର ରାମଚନ୍ଦ୍ର ପେଣ୍ଠିଆ ଓ ଚନ୍ଦ୍ରମା ହାଲବା ।
ସମାଜସେବୀ ନିରଞ୍ଜନ ବେହେରା କହିଛନ୍ତି, ଆଧାରକାର୍ଡ ଅନୁସାରେ ପାକୁଲ୍ଗୁଡାର ରାମଚନ୍ଦ୍ରଙ୍କ ବୟସ ୬୬ । ସରକାରଙ୍କ ନିୟମ ଅନୁସାରେ ସେ ୬ବର୍ଷ ତଳୁ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ । ଦୁଃଖର ବିଷୟ, ଏପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳୁନି । ସାନ ପୁଅ ରୁକୁ ପେଣ୍ଠିଆଙ୍କ ପାଖରେ ରହୁଛନ୍ତି । କୁଲି କରି ବଞ୍ଚୁଛନ୍ତି । ଆଉ ଜଣେ ହେଲେ ସେହି ଗାଁର ବିଧବା ଚନ୍ଦ୍ରମା । ସ୍ୱାମୀ ଧନୁର୍ଜୟଙ୍କ ୨୦୨୦ ଏପ୍ରିଲ ୩୦ ତାରିଖରେ ଦେହାନ୍ତ ହୋଇଥିଲା । ଏ ଭିତରେ ବର୍ଷେ ବିତିଯାଇଛି । ନା ସାମାଜିକ ସୁରକ୍ଷାରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି ନା ତାଙ୍କୁ ବିଧବା ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପ୍ରମାଣପତ୍ର ସହ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଉଭୟ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons