ରାସ୍ତାରେ ଓଡ଼ିଶୀ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ଆପ୍ର): ରାଜରାସ୍ତାରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ମାୟାଧର ରାଉତ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ଗୁରୁଙ୍କ ଘରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଫଳରେ ୯୦ ବର୍ଷୀୟ ଓଡ଼ିଶୀ ନୃତ୍ୟ ଗୁରୁ ଏବେ ନିରାଶ୍ରୟ ପାଲଟିଛନ୍ତି ।
ଦୀର୍ଘ ବର୍ଷ ଧରି ଶ୍ରୀ ରାଉତ ନୂଆଦିଲ୍ଲୀ ଏସିଆନ ଗେମ୍ସ ଭିଲେଜ୍ଠାରେ ସରକାରୀ ବାସଭବନରେ ରହି ଆସୁଥିଲେ । ୨୦୧୪ ମସିହାରେ ଏହାକୁ ବାତିଲ କରାଯାଇଥିଲା । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ନୋଟିସ୍ ପରେ ୨୦୨୦ ମସିହାରେ ପ୍ରସିଦ୍ଧ ନୃତ୍ୟଗୁରୁ ବିର୍ଜୁ ମହାରାଜଙ୍କ ସମେତ ଅନେକ କଳାକାର କୋର୍ଟର ଆଶ୍ରୟ ନେଇଥିଲେ । ଗତ ଫେବ୍ରୁଆରୀ ମାସରେ ସେମାନେ କୋର୍ଟରେ କେସ୍ ହାରିଯାଇଥିଲେ । ଏହାପରେ ଏପ୍ରିଲ୍ ୨୫ ତାରିଖ ସୁଦ୍ଧା ସମସ୍ତ କଳାକାର ନିଜ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍ ପରେ କଳାକାର ଦିଲ୍ଲୀ ହାଇକୋର୍ଟ ଯାଇଛନ୍ତି । ଏବେ କୋର୍ଟରେ ମାମଲା ଥିବାବେଳେ ଏଭଳି ଉଚ୍ଛେଦକୁ କଳାକାରଙ୍କ ପରିବାର ନାପସନ୍ଦ କରିଛନ୍ତି ।
ଗୁରୁ ଶ୍ରୀ ରାଉତଙ୍କ ଝିଅ ମଧୁମିତା କହିଛନ୍ତି ଯେ, ଏହି କାର୍ଯ୍ୟାନୁÂାନ ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ଅଧିକାରୀମାନେ ହଠାତ୍ ଆସି ସନ୍ଧ୍ୟା ୫ଟା ଭିତରେ ଘର ଖାଲି କରିବାକୁ କହିଥିଲେ । କିନ୍ତୁ ଘର ଖାଲି କରିବାକୁ ଅତି କମ୍ରେ ୨୪ଘଣ୍ଟା କିମ୍ବା ଏକ ସପ୍ତାହର ନୋଟିସ୍ ଦିଆଯିବା ଉଚିତ୍ । ଆମେ କଳାକାର, ଆମର ଅନ୍ୟ ଘର ନାହିଁ, ଯେଉଁଠାରେ ଆମେ ତୁରନ୍ତ ଯାଇପାରିବୁ କହି ଦୁଃଖ ପ୍ରକାଶ କରିଛନ୍ତି । ଏଠାରେ ରହୁଥିବା କଳାକାରଙ୍କ ମଧ୍ୟରୁ ଅନେକଙ୍କୁ ବହୁ ଉଚ୍ଚ ପୁରସ୍କାର ମିଳିଛି । ଏମାନଙ୍କ ମଧ୍ୟରେ ଅନେକ ପଦ୍ମ ପୁରସ୍କୃତ ପ୍ରତିଭା ଅଛନ୍ତି ।
ଗୁରୁ ଶ୍ରୀ ରାଉତ ଦୁଃଖ ପ୍ରକାଶ କରି କହିଛନ୍ତି, ଜୀବନର ଶେଷ ପର୍ଯ୍ୟାୟରେ ତାଙ୍କୁ କାହିଁକି ବେଘର କରାଯାଉଛି । ଅଧିକାରୀମାନେ ଘର ଭିତରକୁ ଆସି ଜିନିଷପତ୍ର ଫିଙ୍ଗିବା ଆରମ୍ଭ କରିଥିଲେ । ଯଦି ସେମାନେ ଆମକୁ ଏକ ନୋଟିସ୍ ଦେଇଥାଆନ୍ତେ, ଆମେ ନିଜେ ଘର ଖାଲି କରିଦେଇଥାଆନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons