ରାସ୍ତା ନାହିଁ :୨କିମି ବୁହାହେଲେ ରୋଗୀ

Get real time updates directly on you device, subscribe now.

ବୈପାରିଗୁଡା,(ବି.ବି.ନୁ୍ୟଜ): ରାସ୍ତା ନଥିବାରୁ ଜଣେ ଗୁରୁତର ରୋଗୀଙ୍କୁ ୨ କିମି ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଛି । ଗାଡ଼ି ନିକଟରେ ପହଞ୍ଚିବା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୋଦାପୁଟ ପଞ୍ଚାୟତ ମାଦି କରୁଗୁଡା ଗାଁରେ । ଗାଁର ବୁଦୁରା କିର୍ସାନୀ ଏକ ଗଛରୁ ପଡିଯାଇଥିଲେ । ଫଳରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ଉପାୟ ନପାଇ ସେ ଘରେ ପଡିରହି ବହୁତ କଷ୍ଟ ଭୋଗୁଥିଲେ । ଗାଦବା ସମାଜ କର୍ମକର୍ତ୍ତାମାନେ ଏହା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ । ସେମାନେ ଫୋନକରି ଆମ୍ବୁଲାନ୍ସକୁ ଡକାଇଥିଲେ । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଗାଡ଼ିଟି ଗାଁଠାରୁ ୨କିମି ଦୂରରେ ରହିଯାଇଥିଲା । ପରେ ଗାଦବା ସମାଜର ସନୁ ତେନ୍ତୁଳିପାଡିଆଙ୍କ ସହ ସାଥିମାନେ ମିଶି ବୁଦୁରାଙ୍କୁ ଏକ ଷ୍ଟେ୍ରଚରରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons