ରେଲୱେ ଟ୍ରାକ ପାଖ ଜମିରୁ ନର କଙ୍କାଳ ଉଦ୍ଧାର ଘଟଣା, ୪ ଗିରଫ

Get real time updates directly on you device, subscribe now.

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଦାବରି ଗାଁ ରେଲୱେ ପୋଲ ପାଖ ଏକ ଜମିରୁ ରାଂଚି ସକରା ଗାଁର ଲତିଫୁଲ ଅନସାରିଙ୍କ ନରକଙ୍କାଲ ଉଦ୍ଧାର ଘଟଣା । ହତ୍ୟା ଅଭିଯୋଗରେ ୪ ଜଣଙ୍କୁ ଗିରଫ କଲା କଂଟାବାଞ୍ଜି । ପୁର୍ବରୁ ଜଣକୁ ଗିରଫ କରିଥିବା ବେଳେ ବର୍ତ୍ତମାନ ଗିରଫ ଅନ୍ୟ ୩ ଜଣଙ୍କୁ ନେଇ ଆଜି ବଲାଙ୍ଗିର ସାଇଣ୍ଟିଫିକ ଦଳ ସାହାଯ୍ୟରେ ସିନ ରିକ୍ରିଏସନ କରିଛି କଂଟାବାଞ୍ଜି ପୋଲିସ । କାମ ଧନ୍ଦାକୁ ନେଇ ରେଲୱେ ଠିକା କର୍ମଚାରୀ ଲତିଫୁଲ ଅନସାରିକୁ ତାର ସହକର୍ମୀମାନେ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣଜବାକୁ ପାଇଛି । କଂଟାବାଞ୍ଜି ସହର ତଥା ଆଖ ପାଖ ଅଂଚଳରେ ରେଲୱେ ଠିକା କର୍ମଚାରୀ ଭାବେ ରାଂଚି ସକରା ଗାଁ ଲତିଫୁଲ ଅନସାରି ଅନ୍ୟ ମାନେ ଏଠି କାମ କରୁଥିଲେ । ତେବେ ଅନେକ ସମୟରେ କାମ ଧନ୍ଧାକୁ ନେଇ ଅନ୍ୟ ଶ୍ରମିକ ମାନଙ୍କ ସହ ଏମିତି ନିତି ଦିନିଆ ଝଗଡା ହେଉଥାଏ । ସେହନବାଜ ଅନସାରି, ଆଫରୋଜ ଅନସାରି, ସାହିଦ ଅନସାରି, ଫିରୋଜ ଅନସାରି, ସମସେର ଅନସାରି ଏବଂ ମୁସ୍‌ତାକ ଅନସାରି ଯୋଜନା ବଦ୍ଧ ଭାବେ ପ୍ରଥମେ ମଦ ଭୋଜିର ଆସର ଜମାଇ ଲତିଫୁଲ ଅନସାରିଙ୍କୁ ମାଂସ କଟା ଧାରୁଆ ଅସ୍ତ୍ର ସାହାଯ୍ୟରେ ନିର୍ମମ ଭାବେ ହତ୍ୟା କରିଥିଲେ । ହତ୍ୟା କରି ପ୍ରାୟ ୧ କି.ମି, ଦୂର ଦାବିରୁ ଗାଁ ରେଲ ପୋଲ ତଳ ଏକ ଜମିରେ ଜେସିବି ସାହାଯ୍ୟରେ ପୋତି ଲତିଫୁଲ ଅନସାରିଙ୍କ ଘର ଲୋକଙ୍କୁ ସେ ଫେରାର ହୋଇଯାଇଥିବା ସୂଚନା ଦେଇଥିଲେ । ଘର ଲୋକ ଖବର ପାଇ ଗତ ୨୦୨୦ ଡିସେମ୍ବର ୨ ତାରିଖରେ କଂଟାବାଞ୍ଜି ପୋଲିସ ଷ୍ଟେସନରେ ମୃତ ଲତିଫୁଲଙ୍କ ଭାଇ ନିଖୋଜ ଏତଲା ଦେଇଥିଲେ । କିଛି ମାସ ଗଲା ପରେ ଯେଉଁମାନେ ଲତିଫୁଲଙ୍କୁ ହତ୍ୟା କରିଥିଲେ ସେମାନେ ଗାଁରେ ମଦ ପିଇ ତାକୁ ହତ୍ୟା କରିଥିବା କହିଥିଲେ । ଏହି ଖବର ଲତିଫୁଲଙ୍କ ପରିବାର ଲୋକ ଜାଣିବା ପରେ ଚଳିତ ବର୍ଷ ଜାନୁଆରି ୩୦ରେ ପୁଣି କଂଟାବାଞ୍ଜି ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ଦିଗ ଉପରେ ତଦନ୍ତ କରିଥିବା ବେଳେ କିଛି ମାସ ପୁର୍ବରୁ ଦାବରି ଗାଁ ରେଳ ପୋଲ ପାଖ ଏକ ଚାଷ ଜମି ମାଟି ଖୋଲାଯାଇଥିଲା । ସେଠାରୁ ଏକ ନରକଙ୍କାଲ ବାହରିଥିଲା । ପୋଲିସ ନରକଙ୍କାଳକୁ ଜବତ କରି ଡିଏନଏ ଟେଷ୍ଟ ପାଇଁ ପଠାଇଥିଲା । ତେବେ ଡିଏନଏସି ରିପୋର୍ଟରେ ଲତିଫୁଲର ନରକଙ୍କାଲ ବୋଲି ଜଣାପଡିଥିଲା । ତେବେ ସେହି ମସୟରେ ହତ୍ୟାକାରୀମାନେ ଫେରାର ହୋଇଥିବା ବେଳେ ପୋଲିସ ୪ ଜଣଙ୍କୁ ବର୍ତ୍ତମାନ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ଜଣାଯାଇଛି । ଦିର୍ଘ ଦୁଇ ବର୍ଷ ପରେ ତାଙ୍କ ଭାଇଙ୍କ ହତ୍ୟାକାରୀ ଗିରଫ ହୋଇଥିବା ଯୋଗୁ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ମୃତ ଲତିଫୁଲଙ୍କ ବଡ ଭାଇ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons