ରୋଗୀଙ୍କୁ ଖଟିଆରେ ବୋହିଲେ ଯବାନ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ଆପ୍ର): ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରୁ ନଥିଲା ଆମ୍ବୁଲାନ୍ସ ଅବା ଅନ୍ୟଗାଡି । ଏପରିସ୍ଥଳେ, ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ୪କିମିବୋହି ମେଡିକାଲରେ ଭର୍ତ୍ତିକଲେ ଯବାନ । ଏଭଳି ମାନବିକତା ଦେଖାଇଛନ୍ତି ମାଲକାନଗିରି ଡିଭିଏଫ୍ ବାହିନୀ । ଜିଲ୍ଲାର ମାଥିଲି ଥାନା କାମରପାଲ୍ଲୀ ନିକଟ ଏକ ଦୁର୍ଗମ ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତିଙ୍କୁ ପରେ ଯବାନଙ୍କ ଗାଡିରେ ପାଖାପାଖି ୨୩କିମି ଦୂର ଅଣାଯାଇ ମାଥିଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ, ଗାଁରେ ଡିଭିଏଫ୍ ପକ୍ଷରୁ ଗତ ଶୁକ୍ରବାର ଜନ ସମ୍ପର୍କ ଶିବିର ଚାଲିଥିଲା । ଗାଁର ଜଣେ ଆଦିବାସୀ ଲୋକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିଲେ । ମେଡିକାଲ ନେବାକୁ କୌଣସି ଉପାୟ ନଥିବାରୁ ପରିବାର ଲୋକେ କିଛି କରିପାରୁ ନଥିଲେ । ଏହି ଖବର ଯବାନଙ୍କ ପାଖରେ ପହଞ୍ଚି ଥିଲା । ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେବାକୁ ଯବାନମାନେ ଆଗେଇ ଆସିଥିଲେ । ଯବାନଙ୍କ ଗାଡି ଗାଁଠାରୁ ପାଖାପାଖି ୪କିମି ଦୂରରେ ରହିଥିଲା । ବ୍ୟକ୍ତିଙ୍କୁ ମେଡିକାଲ ନେବାକୁ ତୁରନ୍ତ ଯବାନମାନେ ଏକ ଖଟିଆ ବ୍ୟବସ୍ଥା କରି ତାଙ୍କୁ ଶୁଆଇ କାନ୍ଧରେ ବୋହିଥିଲେ । ପାହାଡିଆ ଓ ଜଙ୍ଗଲିଆ ରାସ୍ତାରେ ବହୁ କଷ୍ଟରେ ଗାଡି ପର୍ଯ୍ୟନ୍ତ ଆଣିଥିଲେ । ପରେ ସେଠାରୁ ଗାଡିରେ ମାଥିଲି ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କ ଅବସ୍ଥା ଭଲ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି । ଯବାନଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons