ଲୁଚାଛପାରେ ଡିଏଫଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତୁ୍ୟ ମାମଲାରେ ଆଉ ପାଦେ ଆଗେଇଛି କ୍ରାଇମ୍ବ୍ରାଞ୍ଚ । ଏହି ଘଟଣାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେrନ ଟେଷ୍ଟ । ତା’ପୁଣି ଲୁଚାଛପାରେ । କାଳେ ଗଣମାଧ୍ୟମ ପ୍ରତିନିଧି ଜାଣିଯିବେ, ସେଥିପାଇଁ ଏମିତି କରିଛି କ୍ରାଇମ୍ବ୍ରାଞ୍ଚ । ଭୁବନେଶ୍ୱର ରସୁଲଗଡ଼ରେ ଥିବା ଫୋରେନ୍ସିକ୍ ଲ୍ୟାବରେ ଏହି ଟେଷ୍ଟ୍ କରାଯାଇଛି । ପ୍ରାୟ ୩ ଘଣ୍ଟାକାଳ ପରୀକ୍ଷାରେ ତାଙ୍କୁ ୬୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି । ଏଥି ସହ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡିଟେrନ ଟେଷ୍ଟ ହୋଇଥିବା ଜଣାପଡିଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା ।
ପୋଡ଼ି ହୋଇ ଗୁରୁତର ସୌମ୍ୟଙ୍କ ଜୁଲାଇ ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିଲା । ସେହିଦିନ ଠାରୁ ମୃତୁ୍ୟର କାରଣ ଜାଣିବା ପାଇଁ ଲାଗିଛି ପୁଲିସ । ପ୍ରଥମେ ପୁଲିସ୍ ଡିଏଫ୍ଓ ସଂଗ୍ରାମ, ପତ୍ନୀ ବିଦ୍ୟାଭାରତୀ, ରୋଷେୟା ଓ ଅନ୍ୟମାନଙ୍କୁ ଜେରା କରିଥିଲା । ହେଲେ ଅଳ୍ପ କିଛି ଦିନ ମଧ୍ୟରେ ପୁଲିସ୍ ଡିଏଫ୍ଓଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ସୌମ୍ୟଙ୍କ ଘର ଲୋକ ପୁଲିସ୍ର ତଦନ୍ତରେ ସନ୍ତୁଷ୍ଟ ନଥିଲେ । ସେଥିପାଇଁ କ୍ରାଇମ୍ବ୍ରାଞ୍ଚ ସୌମ୍ୟଙ୍କ ମୃତୁ୍ୟ ମାମଲାର ତଦନ୍ତ ଭାର ନେଇଥିଲା । କ୍ରାଇମ୍ବ୍ରାଞ୍ଚ ଜେରା ସମୟରେ ଡିଏଫ୍ଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ କଥାରେ କୌଣସି ସାମଞ୍ଜସ୍ୟ ନଥିଲା । ଏହାରି ଭିତରେ ରାତି ଜଗୁଆଳିଙ୍କ ବିସ୍ଫୋରକ ବୟାନ ପୂରା ଘଟଣାକୁ ଓଲଟ ପାଲଟ କରି ଦେଇଥିଲା । ରାତି ଜଗୁଆଳି କହିଥିଲେ, ସେ ଡିଏଫ୍ଓଙ୍କୁ ବିଦ୍ୟାଭାରତୀଙ୍କ ଘରକୁ ରାତିରେ ଯିବା ଦେଖିଥିଲେ । ଏହାପରେ କ୍ରାଇମ୍ବ୍ରାଞ୍ଚ ଅଧିକ ସକ୍ରିୟ ହୋଇଥିଲା । ସୌମ୍ୟଙ୍କ ମୃତୁ୍ୟରେ ଯେଉଁମାନଙ୍କ ଲିଙ୍କ୍ ରହିଛି ସେମାନଙ୍କର ଲାଇ ଡିଟେrନ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିଥିଲା । ଅନୁମତି ମିଳିବା ପରେ ଆଜି ପ୍ରଥମ ଦିନରେ ଡିଏଫ୍ଓ ଓ ରୋଷେୟାଙ୍କ ଲାଇ ଡିଟେrନ ଟେଷ୍ଟ କରା ଯାଇଥିଲା । ଶନିବାର ପୂର୍ବାହ୍ନରେ ୨ଜଣଙ୍କୁ ଆଣି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା । ଡିଏଫ୍ଓ ସଂଗ୍ରାମ ପୂର୍ବରୁ କ୍ରାଇମ୍ବ୍ରାଞ୍ଚକୁ ଦେଇଥିବା ଉତ୍ତର ଓ ଆଜିର କଥାରେ ତାଳମେଳ ନଥିଲା ବୋଲି କ୍ରାଇମ୍ବ୍ରାଞ୍ଚର ଜଣେ ବରିÂ ଅଧିକାରୀ କହିଛନ୍ତି । ଖାଲି ସେତିକି ନୁହେଁ ଉତ୍ତର ଦେବା ବେଳେ ଡିଏଫ୍ଓ ଅନେକ ଥର ଝୁୂଣ୍ଟୁଥିଲେ । ୩ ଘଣ୍ଟାର ପ୍ରଶ୍ନୋତ୍ତର ସମୟରେ ଅନେକ ଥର ପାଣି ପିଇବାକୁ କହିଥିଲେ । ହେଲେ ତାଙ୍କ ଠାରୁ କ୍ରାଇମ୍ବ୍ରାଞ୍ଚ ଯାହା ଆଶା କରିଥିଲା ସେ ସବୁ ମିଳିନଥିବା ଜଣାପଡିଛି । ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ସମାନ ଅବସ୍ଥା ହୋଇଥିଲା ।
ଅନ୍ୟପକ୍ଷରେ ଡିଏଫ୍ଓ ସଂଗ୍ରାମଙ୍କ ଲିଙ୍କ୍ ସମ୍ପର୍କରେ ସୌମ୍ୟଙ୍କୁ ଭଲଭାବେ ଜାଣିଥିବା ତାଙ୍କ ସହଯୋଗୀ ଓ ପଡୋଶୀ ସବୁ ଜାଣିଛନ୍ତି । ହେଲେ କ୍ରାଇମ୍ବ୍ରାଞ୍ଚ ଆଗରେ କିଛି କହିବାକୁ ଭୟ କରୁଛନ୍ତି । କାରଣ ଡିଏଫ୍ଓ ପଦବୀରେ ଏବେ ବି ସଂଗ୍ରାମ ବସିଛନ୍ତି । କାଳେ ମୁହଁ ଖୋଲିଲେ ତାଙ୍କ ଉପରେ ଡିଏଫ୍ଓ କୌଣସି ବିଭାଗୀୟ କାର୍ଯ୍ୟାନୁÂାନ ନେବେ, ସେଥିପାଇଁ ସେମାନେ ଚୁପ୍ ବସିଛନ୍ତି । ଯଦି ଡିଏଫ୍ଓଙ୍କୁ ଅନ୍ୟ କେଉଠିକି ବଦଳି କରାଯାଏ, ତେବେ ହୁଏତ କ୍ରାଇମ୍ବ୍ରାଞ୍ଚ ଆଗରେ ମୁହଁ ଖୋଲିବାକୁ ସେମାନଙ୍କର ସାହାସ ହେବ ।
ପ୍ରକାଶ ଥାଉ କି, ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ ସରକାରୀ କ୍ୱାର୍ଟର୍ସରେ ଥିଲେ । ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଅାଁ ଲାଗି ଯାଇଥିଲା । ଏନେଇ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀ ପଡେ଼ାଶୀଙ୍କୁ ଜଣାଇଥିଲେ । ତା’ପରେ ତାଙ୍କୁ ମେଡିକାଲ୍ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରା ଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅଫିସ୍ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇ ପାରଳାଖେମୁଣ୍ଡି ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କ ପ୍ରଥମେ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରା ଯାଇଥିଲା । ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons