ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ହାଇକୋର୍ଟର ନୂତନ ବିଚାରପତି ଭାବେ ଆଜି ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ସକାଳ ୧୦ଟା ୧୫ ମିନିଟ୍ ସମୟରେ ଏହି ତିନି ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଶପଥପାଠ କରାଇଥିଲେ । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ଆଇନ ମନ୍ତ୍ରୀ ପ୍ରତାପ ଜେନା, ହାଇକୋର୍ଟ ବାର୍ ଆସୋସିଏସନ୍ର ସଭାପତି ବରିÂ ଆଇନଜୀବୀ ଜଗବନ୍ଧୁ ସାହୁ, ସମ୍ପାଦକ ଜିତେନ୍ଦ୍ର କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଥାଉ କି, ଗତ ସେପ୍ଟେମ୍ବର ୨୯ ତାରିଖରେ ସୁପ୍ରିମ୍କୋର୍ଟ କଲେଜିୟମ୍ର ବୈଠକ ବସିଥିଲା । କଲେଜିୟମ୍ ପକ୍ଷରୁ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର, ଆଇନ ସଚିବ ରାଧାକୃଷ୍ଣ ପଟ୍ଟନାୟକ ଓ ଜିଲ୍ଳା ଜଜ୍ ଶଶିକାନ୍ତ ମିଶ୍ରଙ୍କ ନାମ ଅନୁମୋଦନ କରାଯାଇଥିଲା । କଲେଜିୟମ୍ ସୁପାରିଶ ଆଧାରରେ ଏହି ଚାରି ଜଣଙ୍କ ନାମ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଯାଇଥିଲା । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ତିନି ଜଣଙ୍କ ନାମ ଉପରେ ମୋହର ଲାଗିବା ପରେ ଆଜି ସେମାନେ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି । ଏହି ତିନି ନୂତନ ବିଚାରପତି ଯୋଗଦେବା ପରେ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୭ ରେ ପହଞ୍ଚିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons