ଶାବଳରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Get real time updates directly on you device, subscribe now.

କୋରାପୁଟ: ପାରିବାରିକ କଳହର କରୁଣ ପରିସ୍ଥିତି। ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ସହର ଭୂଦାନ କଲୋନୀରେ। ମୃତ ମହିଳା ଜଣଙ୍କ ହେଲେ ସୁନିତା ମାଝି। ସ୍ୱାମୀ ଯମ ମାଝିକୁ ପୁଲିସକୁ ଗିରଫ କରିଛି। ମିଳିଥିବା ସୂଚନାଅନୁସାରେ, ଆଜି ଭୋରରୁ କୌଣସି କଥାକୁ ନେଇ ସୁନିତା ଓ ତାଙ୍କ ସ୍ୱାମୀ ମଧ୍ୟରେ ବଚସା ହୋଇଥିଲା। ପରେ ଯମ ଘରୁ ଏକ ଶାବଳ  ଆଣି  ସୁନିତାଙ୍କୁ  ପିଟି ଦେଇଥିଲେ।  ସୁନିତା ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘର ମାଲିକ ସୁନିତାଙ୍କ ଚିତ୍କାର ଶୁଣି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ସୁନିତାଙ୍କ ମୃତଦେହକୁ ଉଦ୍ଧାର କରିବା ସହ  ସ୍ୱାମୀ ଯମକୁ ପୁଲିସ ଗିରଫ କରିଥିଲା। ସୁନିତା ଓ ଯମ ଏକ ସ୍ଥାନୀୟ ହୋଟେଲରେ କାମ କରୁଥିଲେ। ସେ ଭୂଦାନ କଲୋନୀରେ ଭଡ଼ାରେ ରହୁଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons