ଶିକ୍ଷକ ହତ୍ୟା ମାମଲା:କନେଷ୍ଟବଳଙ୍କ ସହ ୨ ଜଣଙ୍କୁ ଆଜୀବନ ଜେଲ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କଠାରୁ): ନବରଙ୍ଗପୁର ଥାନା ପାତ୍ରମୁଣ୍ଡା ଗାଁର ଶିକ୍ଷକ ଗଣେଣ ମାଝୀ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି ଜିଲ୍ଲା ଓ ଦୌରାଜଜ୍ ସଞ୍ଜୀବ କୁମାର ଦୁବେ । ଆସାମୀ କନଷ୍ଟେବଳ ପ୍ରଶାନ୍ତ କୁମାର ସାହୁ ଓ ତା’ ସହଯୋଗୀ ପଦ୍ମନାଭ ମିଶ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୫୦ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ । ୨୮ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ରାୟ ଶୁଣାଯାଇଥିବା ସରକାରୀ ଓକିଲ ସଚିନନ୍ଦନ ସ୍ୱାଇଁ ସୂଚନା ଦେଇଛନ୍ତି ।
୨୦୧୮ ମସିହାରେ ଏହି ଘଟଣା ଘଟିଥିଲା । ଖଣ୍ଡୁଗୁଡା ଗାଁର କନେଷ୍ଟବଳଙ୍କ ଶିକ୍ଷୟତ୍ରୀ ସ୍ତ୍ରୀଙ୍କ ସହ ସାନକୁମିଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗଣେଶଙ୍କ ଅନୈତିକ ସଂପର୍କ ଥିବା ସନେ୍ଦହ କରିଥିଲା ପ୍ରଶାନ୍ତ । ସହଯୋଗୀ ରାଜୋଡ଼ା ଗାଁର ପଦ୍ମନାଭ ସହ ମିଶି ଗଣେଶଙ୍କୁ ହତ୍ୟା କରିଥିଲା । ଏହାପରେ ବୁଲେଟ୍ ଗାଡି ସହ କୁସୁମଝର ଡ୍ୟାମ୍ରେ ମୃତଦେହକୁ ଫିଙ୍ଗି ଦେଇଥିଲା । ୨୦୧୮ ଅଗଷ୍ଟ ୧୦ ତାରିଖରୁ ଶିକ୍ଷକ ନିଖୋଜ ଥିବା ବେଳେ ଶବ ଓ ବୁଲେଟ୍ ଗାଡି ଅଗଷ୍ଟ ୧୫ ତାରିଖରେ କୁସୁମଝର ଡ୍ୟାମ୍ ଆଉଟଲେଟ୍ ୱେଲରୁ ଉଦ୍ଧାର କରାଯାଇଥିଲା । ପୁଲିସ୍ ମାମଲାର ତଦନ୍ତ କରି କନେଷ୍ଟବଳ ପ୍ରଶାନ୍ତ ଓ ତାଙ୍କ ସହଯୋଗୀ ପଦ୍ମନାଭଙ୍କୁ ଗିରଫ କରିଥିଲା । ଦଫା ୩୦୨ଓ ୨୦୧ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା । ଏହି ମାମାଲର ଶୁଣାଣି କରି ମାନ୍ୟବର ଅଦାଲତ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons