ଶେଷକୃତ୍ୟ ନହେବାରୁ ୧୭ ପରିବାର ଉପାସ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ନୁ୍ୟଜ): ଦୁର୍ଘଟଣା-ମୃତକଙ୍କ ମରଶରୀର ମେଡିକାଲରେ ୨୪ ଘଣ୍ଟାରୁ ଅଧିକ ସମୟ ଧରି ପଡ଼ିରହିଥିଲେ ମଧ୍ୟ ବ୍ୟବଚ୍ଛେଦ ହୋଇପାରି ନାହିଁ । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ନହେବାରୁ ଅନ୍ତେ୍ୟଷ୍ଟିକ୍ରିୟା ସମ୍ପାଦନରେ ବାଧା ଉପୁଜିଛି । ଶେଷକୃତ୍ୟ ହୋଇନଥିବାରୁ ସାହିଭାଇ ଓ ଜ୍ଞାତିକୁଟୁମ୍ବଙ୍କୁ ମିଶାଇ ୧୭ ପରିବାର ଦେଢ଼ ଦିନ ହେଲା ଭୋକ ଉପାସରେ ଶଢ଼ୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚନ୍ଦନନଗର ପଞ୍ଚାୟତର ହରନବାବି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ମିଳିଥିବା ସୂଚନା ମୁତାବକ, ଶନିବାର ଦିନ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗରାପୁରଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରନବାବି ଗ୍ରାମର ବିଷ୍ଣୁ ଚରଣ ସାହୁ(୨୦) ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିଷ୍ଣୁ ପେସାରେ ଜଣେ ଗାଡ଼ି ହେଲ୍ପର୍ । ଗୁଲନଗର ପଞ୍ଚାୟତ ଖଇରାବାଦ-ମାରୁତି ଛକ ନିକଟରେ ତାଙ୍କର ଗାଡ଼ି ଖରାପ ହୋଇଯାଇଥିବାରୁ ସେ ମରାମତି କରିବାକୁ ଗତକାଲି ରାତି ପ୍ରାୟ ୮ଟାବେଳେ ମେକାନିକ ଡାକିବାକୁ ଏକ ସ୍କୁଟି (ଓଡ଼ି୨୯ଇ-୦୯୨୦) ଯୋଗେ ଜଜାଙ୍ଗକୁ ଯାଉଥିଲେ । ତେବେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ତଥା ସହର ଉପକଣ୍ଠ ଗରାପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ବାଇକ୍(ଓଆର୦୨ଏ୫-୭୫୯୯) ତାଙ୍କୁ ସାମନା ପଟୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରୁ ଛିଟିକି ରାସ୍ତାରେ ପଡ଼ି ଗୁରୁତର ଭାବେ ସେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ସେହିପରି ଧକ୍କା ଦେଇଥିବା ପଟ୍ଟାମୁଣ୍ଡାଇ ଥାନା ଅଧୀନ କଖାରୁଣିର ବାଇକ୍ ଚାଳକ ବି ଗୁରୁତର ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବିଷ୍ଣୁ ଗତକାଲି ରାତିରେ ପ୍ରାୟ ସାଢେ଼ ୮ଟା ସୁଦ୍ଧା ମେଡିକାଲରେ ପହଞ୍ଚିଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିବନି ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା ।
ଏଣେ ମେଡିକାଲରେ ପୁଲିସ ଫାଣ୍ଡି ଥାଇ ବି ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ବହୁ ବିଳମ୍ବରେ ପହଞ୍ଚିଥିଲେ ଓ ୧୯ ଘଣ୍ଟା ପରେ ଆଜି ୪ଟା ବେଳକୁ ପରିବାର ଲୋକଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇଥିଲା । ସକାଳୁ ବିଷ୍ଣୁଙ୍କ ପରିବାର ଲୋକେ ପଞ୍ଚନାମା ଓ ଶବ ବ୍ୟବଚ୍ଛେଦ ପାଇଁ ଧାଁଧପଡ଼ କରୁଥିଲେ ହେଁ ଡାକ୍ତର ଅବା ପୁଲିସ କେହି ଶୁଣିବାର ନାଁ ଧରିନଥିଲେ । ପୁଲିସ ବିଳମ୍ବରେ ପଞ୍ଚନାମା କରିଥିଲା ଓ ସୂର୍ଯ୍ୟାସ୍ତ ସମୟ ହୋଇଯାଇଥିବା କହି ମେଡିକାଲ କର୍ତ୍ତୃପକ୍ଷ ଆଜି ଶବ ବ୍ୟବଚ୍ଛେଦ କରିବାକୁ ରୋକଠୋକ ମନା କରିଦେଇଥିଲେ । ଏଣେ ମୃତୁ୍ୟ ଖବର ପାଇସାରିଥିବା ବିଷ୍ଣୁଙ୍କ ପରିବାର ସଦସ୍ୟ, ସାହିଭାଇ ଓ ଜ୍ଞାତିକୁଟୁମ୍ବ ତାଙ୍କ ମୃତଦେହ ଫେରିବା ପରେ ସଂସ୍କାର ପାଇଁ ଅପେକ୍ଷା କରିଛନ୍ତି । ସଂସ୍କାର ନୀତି ସରିଲେ ମୁହଁରେ ତିକତ କ’ଣ ଦେବେ । ହେଲେ ୨୪ ଘଣ୍ଟାରୁ ଅଧିକ ସମୟ ଗଡ଼ିଯାଇଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ଓ ଅନ୍ତିମ ସଂସ୍କାର ନହୋଇପାରିବାରୁ ୧୭ଟି ପରିବାର ଉପବାସରେ ଅଛନ୍ତି ।
ଅଭିଯୋଗ ହେଉଛି କି’ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ମେଡିକାଲରେ ଶବ ବ୍ୟବଚ୍ଛେଦ ପାଇଁ ସ୍ୱତନ୍ତ୍ର ବିଭାଗ ଓ ଏଥିପାଇଁ ଅଧିକାରୀ, କର୍ମଚାରୀ ନିୟୋଜିତ ଥିଲେ ବି ଅସଲ ସମୟରେ କାହାରି ଦେଖାଦର୍ଶନ ମିଳେନାହିଁ । ବରଂ ଜଣେ ଘରୋଇ ଫଟୋଗ୍ରାଫରଙ୍କ ଭରସାରେ ଶବ ବ୍ୟବଚ୍ଛେଦ କାମ ଚାଲିଛି । ସେ ବି ବିଭିନ୍ନ ସମୟରେ ସେବା ନାଁରେ ଲୋକଙ୍କ ଉପରେ ଜୁଲମ୍ କରି ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି । ସେ ହିଁ ଲୋକଙ୍କୁ ଇଞ୍ଜୁରି ରିପୋର୍ଟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା କାମ କରୁଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତେଜିବାକୁ ଲାଗିଛି । ମୃତ ବିଷ୍ଣୁଙ୍କ ବଡ଼ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାରୁ ସେ କହିଥିଲେ ଯେ ଏତେ ସମୟ ଅପେକ୍ଷା କଲଣି । ଆସନ୍ତାକାଲି ସକାଳ ଯାଏ ଅପେକ୍ଷା କରିଯାଅ । ଶବ ବ୍ୟବଚ୍ଛେଦ ହୋଇଯିବ । ଯାହା ପରିବାର ସଦସ୍ୟଙ୍କୁ ବ୍ୟଥିତ କରିଛି । କେନ୍ଦ୍ରାପଡ଼ା ସିଡିଏମ୍ଓ ଡାକ୍ତର ଅନୀତା ପଟ୍ଟନାୟକଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କ ସହ ଏ ବାବଦରେ ଆଲେଚନା କରିବି । କେମିତି ଲୋକଙ୍କୁ ତକôାଳ ସେବା ମିଳିପାରିବ ତା’ ଉପରେ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons