ଶୋଇବା ଘରେ ସାପ ଛାଡ଼ି ଭିନ୍ନକ୍ଷମ ପତ୍ନୀ ହତ୍ୟା:ସ୍ୱାମୀକୁ ଦୁଇ ଅବଧିର ଆଜୀବନ ଜେଲ

Get real time updates directly on you device, subscribe now.

କୋଲାମ: କେରଳ ରାଜ୍ୟ କୋଲାମର ଅତିରିକ୍ତ ସେସନ୍ସ କୋର୍ଟ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀକୁ କ୍ରମାନ୍ୱୟରେ ୧୦ ଓ ୭ ବର୍ଷର ସଶ୍ରମ କାରାଦଣ୍ଡ ସମେତ ଏହି ଦଣ୍ଡ ଭୋଗି ସାରିବା ପରେ ଦୁଇ ଅବଧିର ଆଜୀବନ ଜେଲ୍ ଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ସ୍ୱାମୀ ରାତିରେ ଶୋଇବା ଘରେ ବିଷଧର ସାପ ଛାଡ଼ି ପତ୍ନୀକୁ ହତ୍ୟା କରିଥିବା ପ୍ରମାଣିତ ହୋଇସାରିଛି । ଏଭଳି ହତ୍ୟାକାଣ୍ଡ ବିରଳତମ ଘଟଣା ବୋଲି ଅଭିଯୁକ୍ତଙ୍କ ବିରୋଧରେ ଲଢୁଥିବା ଓକିଲ ଯୁକ୍ତି ବାଢ଼ିଥିଲେ । ତେବେ ହତ୍ୟା ଅଭିଯୁକ୍ତଙ୍କ ବୟସ କମ୍ ହୋଇଥିବାରୁ ତାଙ୍କୁ ଜୀବନରେ ସୁଧାର ଆଣିବା ପାଇଁ ସୁଯୋଗ ଦେବାକୁ ବିଚାରପତି ମୃତୁ୍ୟ ଦଣ୍ଡାଦେଶ ନଦେଇ ଦୁଇ ଅବଧିର ଆଜୀବନ ଜେଲ୍ ଓ ଏଥିପୂର୍ବରୁ କ୍ରମାନ୍ୱୟୟରେ ୧୭ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ନିଦେ୍ର୍ଧଶ ଦେଇଛନ୍ତି ।
କେରଳର କୋଲାମ ଜିଲାର ଆଞ୍ଚଲରେ ୨୦୨୦ ମେ ୧୭ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସରୋଜ ଏସ୍ କୁମାର (୨୮) ତାଙ୍କ ଭିନ୍ନକ୍ଷମ ପତ୍ନୀ ଉଥ୍ରାଙ୍କୁ ମାରିବା ପାଇଁ ବିଷଧର ସାପ ବ୍ୟବହାର କରିଥିଲେ । ଭିନ୍ନକ୍ଷମ ଉଥ୍ରା ଏବଂ ଏକ ବର୍ଷର ଶିଶୁ ଶୋଇଥିବା ବେଳେ ସରୋଜ ବିଷଧର ସାପ ନେଇ ସେହି ଘରେ ଛାଡ଼ିଥିଲେ । ବିଷଧର ନାଗ ସାପ ଉଥ୍ରାଙ୍କୁ କାମୁଡ଼ିଥିଲା ଏବଂ ପରେ ସେହି ଘରେ ରହି ଯାଇଥିଲା । ଏହାପୂର୍ବରୁ ମାର୍ଚ୍ଚ ୨ ତାରିଖରେ ଉଥ୍ରା ବାପ ଘରେ ଥିବା ବେଳେ ମଧ୍ୟ ତାଙ୍କୁ ସାପ କାମୁଡ଼ିଥିଲା ଓ ଚିକିତ୍ସା ପରେ ସେ ଭଲ ହୋଇଥିଲେ । କିନ୍ତୁ ଶାଶୂଘରେ ସାପ କାମୁଡ଼ାରେ ତାଙ୍କର ମୃତୁ୍ୟ ହେବା ଘଟଣାକୁ ଉଥ୍ରାଙ୍କ ବାପଘର ଲୋକେ ସହଜରେ ଗ୍ରହଣ କରି ନଥିଲେ । ଏ ନେଇ ସେମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା । ପୁଲିସର ତଦନ୍ତରୁ ସରୋଜ ଓ ଉଥ୍ରାଙ୍କ ମଧ୍ୟରେ ସମ୍ପକର୍ମରେ ତିକ୍ତତା ରହିଥିଲା ବୋଲି ଜଣାପଡ଼ିଥିଲା । ଏପରିକି ଉଥ୍ରାଙ୍କୁ ସର୍ପ ଦଂଶନ କରାଇ ମାରିବା ପାଇଁ ସେ ଜଣେ ସ୍ଥାନୀୟ ସାପୁଆଙ୍କଠାରୁ ବିଷଧର ନାଗ କିଣିଥିବା ଜଣାପଡ଼ିଥିଲା । ତେବେ ଘରେ ସାପ ଛାଡ଼ି ସ୍ତ୍ରୀକୁ ଏହା ମାଧ୍ୟମରେ ମାରିବାକୁ ସରୋଜ ବିଧିବଦ୍ଧ ଯୋଜନା କରିଥିଲା । ପରେ ଏହି ଘଟଣାରକୁ ସ୍ୱାଭାବିକ ସର୍ପଦଂଶନ ଯୋଗୁଁ ମୃତୁ୍ୟ ବୋଲି ଅନ୍ୟମାନଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲା । ମାତ୍ର ତଦନ୍ତରୁ ଏଭଳି ଷଡ଼ଯନ୍ତ୍ର ସମ୍ପର୍କରେ ସ୍ପଷ୍ଟ ହେବା ପରେ ପୁଲିସ ଘଟଣାର ସବିଶେଷ ରିପୋର୍ଟ ସହ ୧୦୦ ପୃÂାର ଅଭିଯୋଗ ଫର୍ଦ୍ଧ କୋର୍ଟରେ ଦାଖଲ କରିଥିଲା । ବିଭିନ୍ନ ଦଫାରେ ଏହି ମାମଲାର ବିଚାର ଚାଲିଥିବା ବେଳେ ବୁଧବାର ବିଚାରପତି ରାୟ ଶୁଣାଇଛନ୍ତି ।
ଭିନ୍ନକ୍ଷମ ପତ୍ନୀକୁ ହତ୍ୟା ପାଇଁ ଆଜୀବନ କାରାଦଣ୍ଡ, ହତ୍ୟା ଉଦ୍ୟମ ପାଇଁ ପୁଣି ଥରେ ଆଜୀବନ କାରାଦଣ୍ଡ, ବିଷ ପ୍ରୟୋଗ କରି କ୍ଷତି ପହଞ୍ଚାଇବା ଅପରାଧରେ ୧୦ ବର୍ଷ ଜେଲ ଏବଂ ପ୍ରମାଣ ନଷ୍ଟ ପାଇଁ ୭ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ବିଚାରପତି ରାୟରେ ସ୍ପଷ୍ଟ କରିଛନ୍ତି । ଅଭିଯୁକ୍ତ ୧୦ ଓ ୭ ବର୍ଷର ଜେଲ ଦଣ୍ଡ ଭୋଗିସାରିବା ପରେ ଦୁଇ ଅବଧିର ଆଜୀବନ କାରାଦଣ୍ଡ ଭୋଗିବେ ବୋଲି ବିଚାରପତି ରାୟରେ ଦର୍ଶାଇଛନ୍ତି । ଏହି ଦଣ୍ଡାଦେଶ ଭୋଗିବା ସହ ସରୋଜ ୫ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ବିଚାରପତି ରାୟରେ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons