ଶ୍ରୀକ୍ଷେତ୍ରରେ ବେଧଡକ ଚାଲିଛି ଧଳାଜହର କାରବାର

Get real time updates directly on you device, subscribe now.

ପୁରୀ : ପୁରୀ ଦୟା ବ୍ରିଜ ନିକଟ ହଳଦିପଦର ଛକରୁ ପୋଲିସ ୨ଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି ।‌ କଣାସ ଥାନା ପୋଲିସ ଦୁଇଜଣ ବ୍ରାଉନ ସୁଗାର ମାଫିଆଙ୍କୁ ଗିରଫ କରିଛି ।ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଥାନା ସାମନ୍ତରାୟପୁରର ମହେନ୍ଦ୍ର ବେହେରା ଓ ବେଗୁନିଆ ଥାନା ଅଞ୍ଚଳର ଶିଶିର ମହାନ୍ତି । ପୋଲିସ ଏହି ଦୁଇ ବ୍ରାଉନ ସୁଗାର ମାଫିଆ ଙ୍କ ଠାରୁ ୧୦୮ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଉଛି ସେହିପରି ୯୭୮୫ ଟଙ୍କା, ଗୋଟିଏ ମୋଟର ସାଇକେଲ ସହ ଦୁଇଟି ମୋବାଇଲ ଫୋନ ପୋଲିସ ଏହି ଅଭିଯୁକ୍ତଙ୍କ ଠାରୁ ଜବତ କରିଛି । ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଏକ ପ୍ରେସ ନୋଟ ଜରିଆରେ ସୂଚନା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons