ଶ୍ରୀଲଙ୍କା ସଙ୍କଟ:ଅନାସ୍ଥା ଆଣିବାକୁ ଧମକ ଦେଲେ ବିରୋଧୀ

Get real time updates directly on you device, subscribe now.

କଲମ୍ବୋ: ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ମଧ୍ୟରେ ଦେଶର ମୁଖ୍ୟ ବିରୋଧୀ ଦଳ ଶୁକ୍ରବାର ସରକାରଙ୍କୁ ଏହାର ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି । ନ ହେଲେ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ କହିଛି । ସମାଗି ଜନ ବଲୱେଗୟାର ନେତା ସଜିଥ ପ୍ରେମଦାସା ସଂସଦରେ କହିଛନ୍ତି ଯେ, ସରକାରଙ୍କୁ ଏହି ଆର୍ଥିକ ସଙ୍କଟର ସମାଧାନ ଖୋଜିବାକୁ ପଡ଼ିବ । ନ ହେଲେ ଆମେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ବାଧ୍ୟହେବୁ । ଦେଶ ଏକ ଅବ୍ୟବସ୍ଥିତ ଋଣ ଚକ୍ରରୁ ରକ୍ଷା ପାଇବା ଆବଶ୍ୟକ । ୠଣ ପୁର୍ନଗଠନର ପ୍ରକ୍ରିୟା ଆରମ୍ଭ କରିବା ଲାଗି ସରକାର ଆର୍ଥିକ ପରାମର୍ଶଦାତାମାନଙ୍କୁ ନିଯୁକ୍ତ କରିବା ଜରୁରି ।
ସେପଟେ ଦେଶ ଏବେ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)କୁ ଋଣ ମାଗିବ । ଏହାସହ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ୍(ଏଡିବି) ଓ ବିଶ୍ୱବ୍ୟାଙ୍କ୍ରୁ ବି ଋଣ ନେବାଲାଗି ଦେଶ ପ୍ରସ୍ତୁତି କରିଛି । ଆଇଏମ୍ଏଫ୍ ସହ ଏ ସଂପର୍କରେ ଆଲୋଚନା କରିବା ଲାଗି ସେଠାରେ ଆର୍ଥିକ ବିଶେଷଜ୍ଞମାନଙ୍କର ଏକ ୩ ସଦସ୍ୟବିଶିଷ୍ଟ ପରାମର୍ଶ ସମିତି ଗଠିତ ହୋଇଛି । ଏହି କମିଟିରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଶ୍ରୀଲଙ୍କାର ପୂର୍ବତନ ଗଭର୍ଣ୍ଣର ଇନ୍ଦ୍ରଜିତ୍ କୁମାରସ୍ୱାମୀଙ୍କୁ ସାମିଲ କରାଯାଇଛି । କମିଟିକୁ ଋଣ ସଙ୍କଟକୁ ଦୂର କରିବା ଲାଗି ପରାମର୍ଶ ଦେବାକୁ କୁହାଯାଇଛି । ଇତିମଧ୍ୟରେ ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ୍ ୨୦୨୨ରେ ଶ୍ରୀଲଙ୍କାର ଆର୍ଥିକବୃଦ୍ଧିରେ ୨.୫ଧର ମାମୁଲି ସୁଧାରର ଅନୁମାନ କରିଛି ।
ସୂଚନାଥାଉକି, ଶ୍ରୀଲଙ୍କାରେ ଏବେ ଇନ୍ଧନ, ଖାଦ୍ୟ, ଔଷଧର ଉକ୍ରଟ ଅଭାବ ଦେଖାଯାଇଛି । ଏହାକୁ ବିରୋଧ କରି ମାସେରୁ ଅଧିକ ସମୟ ହେଲା ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରବିବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଓ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଛାଡ଼ି ଦେଶର ସମସ୍ତ ୨୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । କେବଳ ସେତିକି ନୁହେଁ, ରାଜପକ୍ଷେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ୪୧ ଜଣ ସାଂସଦ ପରେ ବି ମେଣ୍ଟରୁ ବାହାରି ଯାଇଥିଲେ । ଅବଶ୍ୟ ତାଙ୍କ ସରକାର ସଂସଦରେ ବହୁମତ ହରାଇନାହିଁ ବୋଲି କୁହାଯାଉଛି । ଏପରିସ୍ଥଳେ ରାଷ୍ଟ୍ରପତି ଗୋଟାବାୟା ଏବେ ମାତ୍ର କିଛି ଜଣ ମନ୍ତ୍ରୀଙ୍କ ସହାୟତାରେ ସରକାର ଚଳାଉଛନ୍ତି । ବିରୋଧୀ ଦଳଙ୍କୁ ସେ ରାଷ୍ଟ୍ରୀୟ ଏକତା ସରକାର ଗଠନ ଲାଗି ପ୍ରସ୍ତାବ ଦେଇଥିଲେ ବି ସେମାନେ ତାକୁ ଖାରଜ କରିଦେଇଛନ୍ତି । ଇତିମଧ୍ୟରେ ଭାରତ ଲଗାତର ନିଜର ପଡୋଶୀ ଦେଶର ସହାୟତା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons