ସତ୍ୟପ୍ରକାଶଙ୍କ ‘ଅର୍ଦ୍ଧସତ୍ୟ’

Get real time updates directly on you device, subscribe now.

କୌସ୍ତଭ ଡ୍ରିମ୍ୱାrର୍ ପ୍ରା. ଲି. ବ୍ୟାନରରେ ନିର୍ମିତ ଭିନ୍ନ ଧରଣର ସିନେମା ‘ଅର୍ଦ୍ଧସତ୍ୟ’ । ପୂଜା ଉପଲକ୍ଷେ ଏହା ଓଟିଟି ପ୍ଲାଟ୍ଫର୍ମ ଆଓ ନେକ୍ସଟ୍ରେ ଷ୍ଟ୍ରିମିଂ ହେବା ସହ ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି । ଯାହାକୁ ଦେଖି ପ୍ରଶଂସା ପରେ ପ୍ରଶଂସା କରି ଚାଲିଛନ୍ତି ଦର୍ଶକ । ଏହାର କାହାଣୀ ସତ୍ୟପ୍ରକାଶ ଦାଶ ନାମକ ଜଣେ ପୁଲିସ ଅଧିକାରୀଙ୍କ ଉପରେ ଆଧାରିତ । ନିଲମ୍ବିତ ହେବା ପରେ ସତ୍ୟପ୍ରକାଶଙ୍କୁ ପୁଲିସ ସହାୟତା କେନ୍ଦ୍ରରେ ଯୋଗଦେବାକୁ କୁହାଯାଏ । ଦିନେ ଏମିତି ଏକ ଫୋନ୍ କଲ୍ ଆସେ ଯାହା କାହାଣୀକୁ ଭିନ୍ନ ମୋଡ଼ଦିଏ । ଜଣେ ଅପହୃତା ମହିଳା ସତ୍ୟଙ୍କୁ ସତ୍ୟର ସାମ୍ନା କରିବାକୁ ପ୍ରବର୍ତ୍ତାନ୍ତି । ଏପରି ଏକ ରୋଚକ କାହାଣୀ ଆରମ୍ଭରୁ ଶେଷଯାଏ ଦର୍ଶକଙ୍କ ଆବେଗକୁ ବାନ୍ଧି ରଖିବାର ସାମର୍ଥ୍ୟ ରଖେ । କାହାଣୀ, ଚିତ୍ରନାଟ୍ୟ ଓ ବଳିÂ ଅଭିନୟ ଜରିଆରେ ଚଳଚ୍ଚିତ୍ରର ଉକ୍ରର୍ଷତା ପ୍ରଦର୍ଶିତ ହୋଇଛି । କାହାଣୀରେ ନୂତନତ୍ୱ ସାଙ୍ଗକୁ ମନୋରଞ୍ଜନର ଭରପୂର ଉପାଦାନ ରହିଛି । କିନ୍ତୁ ସେହି ଉପାଦାନ ସବୁକୁ ଚାହିଦା ମୁତାବକ ବ୍ୟବହାର କରିଛନ୍ତି ନିଦେ୍ର୍ଧଶକ । ଯେଉଁଥିରେ ତାଙ୍କ ହାତର ଚମକ୍ରାରିତା ପ୍ରତିପାଦିତ ହୋଇଛି । ମୁଖ୍ୟ ଭୂମିକାରେ ହର ରଥଙ୍କ ନିଖୁଣ ଓ ସୁନ୍ଦର ଅଭିନୟ ପୂରା ଚଳଚ୍ଚିତ୍ରର ଚିତ୍ର ବଦଳାଇ ଦେଇଛି । ତାଙ୍କ ସାଙ୍ଗକୁ ଋତୁପର୍ଣ୍ଣା ମହାପାତ୍ର, ଗୁଡି, ସୈଲେନ୍ ରାଉତରାୟ, କ୍ରିଷ୍ଣା ସୌରଭ, ରବୀନ୍ଦ୍ର ନାଥ ମିଶ୍ର, ବର୍ଷା ସାମଲ ଓ କେପି ବି ଉଚ୍ଚକୋଟୀର ଅଭିନୟ କରିଛନ୍ତି । ଏହା କେବଳ ଏକ ତଥାକଥିତ ମନୋରଞ୍ଜନଧର୍ମୀ ସିନେମା ନୁହେଁ ବରଂ ଏକ ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ବୋଲି କହିଛନ୍ତି ପ୍ରଯୋଜକ କୌଶିକ ଦାସ । ତାଙ୍କ ମତରେ ଏହିଭଳି ନୂତନ ଧରଣର ଚଳଚ୍ଚିତ୍ର ନିର୍ମିତ ହେଲେ ଯାଇ ଓଡ଼ିଆ ଚଳଚ୍ଚିତ୍ର ପୁଣି ତା’ର ଗରିମା ଫେରିପାଇବ । ଏହାର କାହାଣୀ, ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଦେଇଛନ୍ତି ଭରଦ୍ୱାଜ ପଣ୍ଡା । କରୋନା କଟକଣା କାଳରେ କଳାକାରଙ୍କୁ ଏକାଠି କରି ରିହର୍ସାଲ୍ ସହ ସିନେମାକୁ ବହୁ କଷ୍ଟରେ ନିର୍ମାଣ କରିଛନ୍ତି ଶ୍ରୀ ପଣ୍ଡା । ଚଳଚ୍ଚିତ୍ରଟି ସମସ୍ତଙ୍କ ମନ ମୋହିବା ସହ ପୂରା ଟିମ୍ର ଶ୍ରମ ସାର୍ଥକ ହୋଇଛି । ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅଛନ୍ତି ରାମ ପଟ୍ଟନାୟକ । ମାତୃପ୍ରସାଦ ପରିଡ଼ା ଓ ସତ୍ୟମ୍ ଶିବମ୍ ସୁନ୍ଦରମ୍ ସିନେମାଟୋଗ୍ରାଫର ଦାୟିତ୍ୱ ତୁଲାଇଛନ୍ତି । ସମ୍ପାଦନା କରିଛନ୍ତି ମନୀନ୍ଦ୍ର ପଟ୍ଟନାୟକ ଓ ମାତୃପ୍ରସାଦ ପରିଡ଼ା । ଶବ୍ଦଗ୍ରହଣ ଓ ସଂଯୋଜନା କରିଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons