ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା

Get real time updates directly on you device, subscribe now.

ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କଠାରୁ): ବେଲପଡା ବ୍ଲକ ବାଗଦୋର ପଞ୍ଚାୟତ ସମିତିସଭ୍ୟ ବନିତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଜି ସଂଧ୍ୟାରେ ଲୋକନାଥ ନିଜ ଗାଁ ବନମାଳସ୍ଥିତ ଘର ସାମ୍ନାରେ ସ୍ତ୍ରୀ ବନିତାଙ୍କ ସହ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ପରିବାରବର୍ଗ ବେଲପଡା ହସ୍ପିଟାଲକୁ ଆଣିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ଏହି ଘଟଣାରେ ପୁଲିସ ଦୁଇଜଣ ଦୁବୃର୍ତ୍ତଙ୍କୁ ଲାଠୋର ଥାନାରେ ଅଟକ ରଖିଥିବା ବେଳେ ଗୁଳିମାଡର କାରଣ ସ୍ପଷ୍ଟ ହୋଇନାହିଁ । ଚଳିତ ପଞ୍ଚାୟତ ନିର୍ବାଚନରେ ବନିତା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ତେଣୁ ଏହା ରାଜନୈତିକ ପତିଆରା ନାଁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି, ତାହା ଅସ୍ପଷ୍ଟ ରହିଛି । ଏସମ୍ପର୍କରେ ପୁଲିସ ସହ ଯୋଗାଯୋଗ କରିଥିଲେ ହେଁ କୌଣସି ସୂଚନା ମିଳିପାରି ନାହିଁ ।
ସୂଚନାଅନୁସାରେ, ଆଜି ସଂଧ୍ୟା ପ୍ରାୟ ୭ଟା ବେଳେ ଲୋକନାଥ ତାଙ୍କ ସ୍ତ୍ରୀ ଘର ସାମ୍ନାରେ ବସିଥିଲେ । ସେହିସମୟରେ ତିନିଜଣ ଯୁବକ ତାଙ୍କ ଘର ନିକଟକୁ ଆସିଥିଲେ । ଗାଡିରୁ ଓହ୍ଲାଇବା ପରେ ଲୋକନାଥଙ୍କ ସହ କଥାବାର୍ତ୍ତା ହୋଇ ହେଣ୍ଡସେକ୍ କରିଥିଲେ । ପରେ ହଠାତ ବନ୍ଧୁକ ବାହାର କରି ଲୋକନାଥଙ୍କ ଛାତି ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଗୁଳିଫୁଟା ଶବ୍ଦ ଶୁଣି ପଡୋଶୀ ତଥା ପରିବାରବର୍ଗ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଲୋକନାଥଙ୍କୁ ଉଦ୍ଧାର କରି ବେଲପଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ଚିକିତ୍ସା କରୁଥିବା ବେଳେ ଲୋକନାଥଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ଲୋକନାଥଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁକୁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅପରପେକ୍ଷ ଆକ୍ରମଣକାରୀ ତିନି ଯୁବକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଗାଁର ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons